Advertisment

Man Shot Wife And Son: ଭାଙ୍ଗିଗଲା ସୁନାର ସଂସାର, ସ୍ତ୍ରୀ ପୁଅକୁ ମାରିଲା ନିଜେ ମଲା

ଡିସଏପି ମଞ୍ଜିତ ସିଂ କହିଛନ୍ତି ଘଟଣାସ୍ଥଳର ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି ସନ୍ଦୀପ ପ୍ରଥମେ ପତ୍ନୀ ଓ ପୁଅକୁ ଗୁଳିମାରି ହତ୍ୟା କରିଛନ୍ତି ଓ ପରେ ନିଜକୁ ଗୁଳି ମାରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Man Shot Wife And Son

Man Shot Wife And Son

କାରରୁ ମିଳିଲା ଗୋଟିଏ ପରିବାରର ୩ଜଣଙ୍କ ମୃତଦେହ । ପଞ୍ଜାବର ମୋହାଲି ଜିଲ୍ଲାରେ ରୋଡ ଉପରେ ଛିଡା ହୋଇଥିବା ଏକ କାର ଭିତରୁ ୩ଜଣଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମୃତଦେହ ସହ କାରକୁ ଜବତ କରିଛି ।

Advertisment

ଚଙ୍ଗେରି ଗାଁରେ କିଛି ଲୋକ ଜମିରେ ପାଣି ମଡାଇବାକୁ ଯିବା ବେଳେ ରାସ୍ତାରେ କାରଟି ବହୁ ସମୟ ଧରି ଛିଡା ହେବାର ଦେଖିଥିଲେ । ଫଳରେ ସେମାନଙ୍କୁ ସଂଦେହ ହୋଇଥିଲା । ପାଖକୁ ଯିବାରୁ ଗାଡ଼ି ଭିତରେ ୩ଟି ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ଅଧିକ ପଢନ୍ତୁ: ସୀମା ଟପିଲା ନିର୍ଯାତନା: ପିଟିଲେ...ଲଣ୍ଡା କଲେ...ପାଟିରେ ଘାସ ଦେଇ ବୁଲାଇଲେ 

Advertisment

ମୃତକ ହେଲେ ସନ୍ଦୀପ ସିଂହ ରାଜପାଲ , ତାଙ୍କ ପତ୍ନୀ ମନଦୀପ କୌର ଓ ୧୫ ବର୍ଷିୟ ପୁଅ ଅଭୟ ସିଂହ । ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିଲା ଓ ସନ୍ଦୀପଙ୍କ ହାତରେ ବନ୍ଧୁକ ଥିଲା । ପ୍ରାରମ୍ଭିକ ତଦନ୍ତରୁ ପ୍ରଥମେ ହତ୍ୟା ଓ ପରେ ଆତ୍ମହତ୍ୟା ବୋଲି ଜଣାପଡିଥିଲା ।

ସନ୍ଦୀପ ସିଂହ ଭଟିଣ୍ଡାର ବାସିନ୍ଦା । ଗୁରୁଗ୍ରାମରେ ଲମ୍ବା ସମୟ ଧରି ରହିବା ପରେ ଗତ ୭ରୁ ୮ବର୍ଷ ହେବ ମୋହାଲିରେ ସେକ୍ଟର ୧୦୯ରେ ଏମାର ସୋସାଇଟିରେ ପରିବାର ସହ ରହୁଥିଲେ । ସେ ଜଣେ ବିଲଡର । ମୋହାଲିରେ ରହି ଘର , ଜମିବାଡିର ବ୍ୟବସାୟ କରୁଥିଲେ ।

ଡିସଏପି ମଞ୍ଜିତ ସିଂ କହିଛନ୍ତି ଘଟଣାସ୍ଥଳର ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି ସନ୍ଦୀପ ପ୍ରଥମେ ପତ୍ନୀ ଓ ପୁଅକୁ ଗୁଳିମାରି ହତ୍ୟା କରିଛନ୍ତି ଓ ପରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ପୁଅ ଅଭୟଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଥିଲା ।

ସନ୍ଦୀପଙ୍କ ସଂପର୍କୀୟ କହିଛନ୍ତି ସେମାନଙ୍କ ପରିବାର ଖୁସିରେ ଥିଲେ । ସନ୍ଦୀପ ଏଭଳି କିଛି କରିବେ କଳ୍ପନା ବାହାରେ ଥିଲା । ପୋଲିସ ମୋହାଲି ସ୍ଥିତ ସନ୍ଦୀପଙ୍କ ବାସଭବନରେ ବି ଯାଞ୍ଚ କରିଛି ।

ଏହା ପୂର୍ବରୁ ହରିୟାଣାର ପଞ୍ଚକୁଲାରେ ହୃଦୟବିଦାରକ ଘଟଣା ଘଟିଥିଲା । ଯେଉଁଥିରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟ ବିଷ ଖାଇ ଆତ୍ମହତ୍ୟା କରିଥିଲେ ।

ଅଧିକ ପଢନ୍ତୁ: ପିତୃହନ୍ତା ପୁଅ, ସାମାନ୍ୟ ବଚସାରୁ ପିଟି ପିଟି ମାରିଦେଲା... 

Murder Punjab Mohali
Advertisment
Related Articles
Advertisment