/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750586102.jpg)
Man Killed Father
ଦିନକୁ ଦିନ ବଢିଚାଲିଛି ଅପରାଧ । କଥା କଥାକେ ଗଡୁଛି ମୁଣ୍ଡ । କେତେବେଳେ ବାପାକୁ ପୁଅ ହାଣିଲାଣି ତ ପୁଣି ଭାଇ ନେଲାଣି ଭାଇର ଜୀବନ । ପ୍ରତିଦିନ କେଉଁଠୁ ନା କେଉଁଠୁ ରକ୍ତାକ୍ତ ରକ୍ତ ସମ୍ପର୍କର ଏଭଳି ଘଟଣା ସାମ୍ନାକୁ ଆସୁଛି । ଏବେ ସେମିତି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ବେଲଟୁକୁରି ଥାନା କୁରୁମୁଣ୍ଡା ଗାଁରେ । ସାମାନ୍ୟ ବଚସାରୁ ଜଣେ ପୁଅ ନିଜ ଜନ୍ମକଲା ବାପାକୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି । ମୃତକ ହେଲେ ପବନ ସିଂ ।
ଅଧିକ ପଢନ୍ତୁ: ନିଶା ରାତିରେ ପୋଲିସର ଚୋରା ପୀରତି, ଧରା ପକାଇଦେଲା ସିସିଟିଭି...
ସୂଚନା ମୁତାବକ, ପବନ ସିଂ ବରିହା ଓ ପୁଅ ତୁଲାରାମ ବରିହା ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଇଥିଲେ l ସେଠି କୌଣସି କାରଣକୁ ନେଇ ବାପାପୁଅ ମଧ୍ୟରେ ଝଗଡା ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ପୁଅ ତୁଳାରାମ ପାଖରେ ଥିବା ଏକ ଶାଗୁଆନ ଗଛ ଭାଙ୍ଗି ତା' ଡାଳରେ ନୃଶଂସ ଭାବେ ପିଟି ପିଟି ନିଜ ବାପାଙ୍କୁ ହତ୍ୟା କରିଥିଲା l
ଖବର ପାଇ ବେଲଟୁକୁରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)