• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଛୁଆଙ୍କ ହାତରେ ଥିଲା କୋଲଡ୍ରିଙ୍କସ୍ ଓ ଚିପ୍ସ । ମୁହଁରେ ଥିଲା ହସ କାରଣ ପାର୍କ ଯାଉଥିଲେ ବୁଲିବାକୁ । ଟ୍ରେନ୍ ଟ୍ରାକ୍ ଉପରେ ଚାଲି ଚାଲି ବାପାଙ୍କ ସହ ପାର୍କ ଯାଉଥିଲେ ୪ ଛୁଆ । ହଠାତ ଟ୍ରେନ୍ ଆସିବାରୁ ଭୟଭୀତ ହୋଇପଡିଥିଲେ । କିନ୍ତୁ ବାପା ମନରେ ଥିଲା ପାପ । ହଠାତ ଟ୍ରେନ୍ ଆଗକୁ ଛୁଆଙ୍କ ସହ ଡେଇଁ ପଡିଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀ ଏନସିଆରର ଫରିଦାବାଦରେ ।

ନିଜର ୪ ଛୁଆଙ୍କ ସହ ଜଣେ ୪୫ ବର୍ଷିୟ ମନୋଜ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଫରିଦାବାଦର ବଲ୍ଲଭଗଡ଼ ଫ୍ଲାଏଓଭର ପାଖ ଟ୍ରେନ୍ ଟ୍ରାକ୍ ରେ ୫ଜଣଙ୍କ ଶବ ପଡିଥିବା ପୋଲିସ ପାଖକୁ ଖବର ଆସିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ଜଣଙ୍କ ଶବକୁ ରେଳ ଟ୍ରାକରୁ ହଟାଇ ବ୍ୟବଚ୍ଛେଦ ପାଇଁ ପଠାଇଛି । ମନୋଜଙ୍କ ପକେଟରୁ ଏକ କାଗଜ ମିଳିଥିଲା । ଯେଉଁଥିରେ ତାଙ୍କ ପତ୍ନୀଙ୍କ ନମ୍ବର ଲେଖାହୋଇଥିଲା । ପୋଲିସ ସେହି ନମ୍ବରରେ କଲ୍ କରିବାରୁ ଅନେକ କିଛି କଥା ପଦାକୁ ଆସିଥିଲା ।

ଅଧିକ ପଢ଼ନ୍ତୁ: ସ୍କୁଲରେ ଆଖିବୁଜା ଗୁଳିମାଡ଼, ୧୦ ଜଣଙ୍କ ମୃତ୍ୟୁ

ଲକ୍ଷ୍ମଣ କଲୋନୀରେ ୧୦ବର୍ଷ ହେବ ମନୋଜ ମହତୋ ନିଜ ପତ୍ନୀ ପ୍ରୀତି ଓ ୪ ଛୁଆଙ୍କ ସହ ରହୁଥିଲେ । ସେ ବିହାରର ବାସିନ୍ଦା । ମନୋଜ ଏଠି ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିଲା । ମନୋଜଙ୍କ ନିଜ ପତ୍ନୀଙ୍କ ସହ ମନୋମାଳିନ୍ୟ ଥିଲା । ଜିଆରପିର ଏସଏଚଓ ଇନ୍ସପେକ୍ଟର ରାଜପାଲ କହିଛନ୍ତି ମନୋଜଙ୍କୁ ସଂଦେହ ଥିଲା ତାଙ୍କ ପତ୍ନୀଙ୍କର ଆଉ କାହା ସହ ସଂପର୍କ ରହିଛି । ପ୍ରୀତି କାହା ସହ ବି ଫୋନରେ କଥା ହେଲେ ମନୋଜ ସଂଦେହ କରୁଥିଲେ । ଏଥିପାଇଁ ମନୋଜ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ତେବେ ମନୋଜଙ୍କ ପାଖରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ । ଘଟଣାଟି ମଙ୍ଗଳବାର ଦିନ ୧୨ଟା ୫୫ ସମୟରେ ଘଟିଛି । ଗୋଲଡେନ୍ ଟେମ୍ପଲ ଏକ୍ସପ୍ରେସ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ମନୋଜ ।

ଆତ୍ମହତ୍ୟା ଦିନ ବି ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲ । ମନୋଜ ୪ ଛୁଆଙ୍କୁ ଧରି ପାର୍କ ଯାଉଛନ୍ତି ବୋଲି କହି ଘରରୁ ବାହାରିଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ଛୁଆଙ୍କୁ କୋଲ୍ଡ ଡ୍ରିଙ୍କସ ଓ ଚିପ୍ସ କିଣିକି ଦେଇଥିଲେ । ଷ୍ଟେସନ ଠୁ ପାଖାପାଖି ୧ କିଲୋମିଟର ପୂର୍ବରୁ ମନୋଜ ୨ ଛୁଆଙ୍କୁ ନିଜ କାନ୍ଧରେ ଓ ଅନ୍ୟ ୨ ଛୁଆଙ୍କୁ ନିଜ ହାତରେ ଧରି ଟ୍ରେନ୍ ଟ୍ରାକ୍ ରେ ଚାଲିବାର ଲୋକ ଦେଖିଛନ୍ତି । ଲୋକୋ ପାଇଲଟ ସେମାନଙ୍କୁ ଦୂରରୁ ଦେଖି ହର୍ଣ୍ଣ ବଜାଇଥିଲା । କିନ୍ତୁ ମନୋଜ ଟ୍ରାକରୁ ହଟିନଥିଲେ । ଯେତେବେଳେ ଟ୍ରେନ୍ ଆସିଥିଲା ଛୁଆ ମାନେ ଦୌଡିକି ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ମନୋଜ ଛୁଆଙ୍କୁ ହାତରେ ଜୋରରେ ଜାବୁଡ଼ି ଧରିଥିଲେ । ଯେତେବେଳେ ଟ୍ରେନ୍ ପାଖାପାଖି ହୋଇଥିଲା ମନୋଜ ୪ ଛୁଆଙ୍କୁ ଧରି ଟ୍ରେନ୍ ଆଗକୁ ଡେଇଁପଡିଥିଲେ ।

ଅଧିକ ପଢନ୍ତୁ: ପୋଲିସ୍ ଶୁଣିଲାନି...ଚୋରଙ୍କ ଠାରୁ ଚୋରାଇ ଆଣିଲେ କାର୍