Advertisment

Gold Price Hike In Bhubaneswar: ଦେବସ୍ନାନ ପୂର୍ଣ୍ଣିମାରେ ବଢ଼ିଲା ସୁନା; ଜାଣନ୍ତୁ କେତେ ?

ଦିନକୁ ଦିନ ସୁନା ମହଙ୍ଗା ହେଉଛି। ସୁନା କିଣିବାକୁ ଲୋକଙ୍କୁ ଭୟ ଲାଗୁଛି। ଆଜି ଦେବସ୍ନାନ ପୂର୍ଣ୍ଣିମାରେ ସୁନା ଦର ବୃଦ୍ଧି ପାଇଛି। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୫୦ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୨୦ଟଙ୍କା ବୃଦ୍ଧି ପାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Gold

Gold

ଦିନକୁ ଦିନ ସୁନା ମହଙ୍ଗା ହେଉଛି। ସୁନା କିଣିବାକୁ ଲୋକଙ୍କୁ ଭୟ ଲାଗୁଛି। ଆଜି ଦେବ ସ୍ନାନ ପୂର୍ଣ୍ଣିମାରେ ସୁନା ଦର ବୃଦ୍ଧି ପାଇଛି। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୫୦ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୨୦ଟଙ୍କା ବୃଦ୍ଧି ପାଇଛି।

Advertisment

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୭୫୦ଟଙ୍କା ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୮୨୦ଟଙ୍କା ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭,୫୮୦ ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ୮୨୦ ସୁନା ଦର ଟଙ୍କା ବୃଦ୍ଧି ପାଇ ୯୮,୪୦୦ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୫୦ଟଙ୍କା ବୃଦ୍ଧି ପାଇ, ୮୯,୪୫୦ ଟଙ୍କାରୁ ୯୦,୨୦୦ ଟଙ୍କା ହୋଇଛି।

ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭,୫୮୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨୦ ଟଙ୍କା ବୃଦ୍ଧି ପାଇ ୯୮,୪୦୦ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୫୦ଟଙ୍କା ବୃଦ୍ଧି ପାଇ ୯୦,୨୦୦ ଟଙ୍କା ହୋଇଛି।

Advertisment

କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।

Gold Gold Price
Advertisment
Advertisment