Advertisment

Love Triangle Murder: ତ୍ରିକୋଣୀୟ ପ୍ରେମରୁ ନୃଶଂସ କାଣ୍ଡ; ଫ୍ରିଜରରେ ଥିଲା ପ୍ରେମିକ ମୃତଦେହ, ପୂରା ଘଟଣା ଉଡାଇଦେବ ହୋସ୍‌

ତ୍ରିପୁରାରୁ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଏଠି ତ୍ରିକୋଣୀୟ ପ୍ରେମରୁ ଜଣେ ଯୁବକ ନିଜ ସମ୍ପର୍କୀୟ ଭଉଣୀର ପ୍ରେମିକକୁ ମାରି ଫ୍ରିଜର ଭିତରେ ଲୁଚାଇଥିଲା । ଘଟଣାରେ ପୋଲିସ ଅଭିଯୁକ୍ତ ସହ ତା'ର ବାପାମାଆ ଓ ୩ ସାଙ୍ଗକୁ ଗିରଫ କରିଛି ।

author-image
Namita Biswal
ଅଦ୍ୟତନ ହୋଇଛି
Love Triangle Murder

Love Triangle Murder

ତ୍ରିକୋଣୀୟ ପ୍ରେମରୁ ଜଘନ୍ୟ ହତ୍ୟା । ସମ୍ପର୍କୀୟ ଭଉଣୀକୁ ଭଲ ପାଉଥିଲା ଭାଇ । ଭଉଣୀ ଭଲ ପାଉଥିଲା ‌ଅନ୍ୟ ଜଣକୁ । ଏଇ ପ୍ରେମ ରାସ୍ତାରେ ଭଉଣୀର ପ୍ରେମିକ କଣ୍ଟା ସାଜିବାରୁ ସମ୍ପର୍କୀୟ ଭାଇ ଘଟାଇଲା ନାରକୀୟ କାଣ୍ଡ । ଭଉଣୀର ପ୍ରେମିକକୁ ମାରିଲା, ଟ୍ରଲି ବ୍ୟାଗ୍‌ରେ ଭର୍ତ୍ତି କରି ଆଇସିକ୍ରିମ ଫ୍ରିଜର ଭିତରେ ଲୁଚାଇ ଦେଲା । ପୂରା ଘଟଣା ଜାଣିଲେ ଆପଣ ବି ତାଜୁବ୍‌ ହେବେ । ପଶ୍ଚିମ ତ୍ରିପୁରାରୁ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ମୃତକ ଜଣେ ୨୬ ବର୍ଷୀୟ ଯୁବକ । ଅଭିଯୁକ୍ତର ଦୋକାନ ଫ୍ରିଜରରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

Advertisment

କ'ଣ ଥିଲା ପୂରା ଘଟଣା ?

ଘଟଣା ସମ୍ପର୍କରେ ପଶ୍ଚିମ ତ୍ରିପୁରା ଏସପି କିରଣ କୁମାର କହିଛନ୍ତି, ମୃତ ଯୁବକ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଭଲ ପାଉଥିଲେ ଏବଂ ଦୁହେଁ ପ୍ରେମ ସମ୍ପର୍କରେ ଥିଲେ । ତେବେ ଯୁବତୀଙ୍କ ଜଣେ ସମ୍ପର୍କୀୟ ଭାଇ ଥିଲା, ଯିଏକି ତାଙ୍କୁ ଭଲ ପାଉଥିଲା । ଆଉ ତା' ରାସ୍ତାରେ କଣ୍ଟା ସାଜିଥିଲା ଯୁବତୀଙ୍କ ପ୍ରେମିକ । ଯେଉଁଥିପାଇଁ ଏହି ସମ୍ପର୍କୀୟ ଭାଇ ହତ୍ୟା ଷଡଯନ୍ତ୍ର ରଚିଥିଲା । ଅଭିଯୁକ୍ତ ଜଣେ MBBS ଗ୍ରାଜୁଏଟ । 

କୌଣସି କଥାକୁ ନେଇ ଯୁବତୀଙ୍କ ତାଙ୍କର ପ୍ରେମିକ ସହ ଝଗଡା ହୋଇଥିଲା ଏବଂ ଦୁହେଁ କଥାବର୍ତ୍ତା ବନ୍ଦ କରିଦେଇଥିଲେ । ଏହାର ଫାଇଦା ଉଠାଇ ଜୁନ ୮ ତାରିଖ ଦିନ ଯୁବତୀଙ୍କ ସମ୍ପର୍କୀୟ ଭାଇ ତାଙ୍କର ପ୍ରେମିକକୁ ଦକ୍ଷିଣ ଇନ୍ଦିରାନଗରରେ ଥିବା ଜଣେ ସମ୍ପର୍କୀୟଙ୍କୁ ଘରକୁ ଡାକିଥିଲା । ସେଠାରେ ପୂର୍ବରୁ ତା'ର ୩ ଜଣ ସାଙ୍ଗ ରହିଥିଲେ । ଯୁବକ ସେଠି ପହଞ୍ଚିବା ପରେ ୪ ଜଣଯାକ ମିଶି ତାଙ୍କର ଗଳା ଚିପି ହତ୍ୟା କରିଥିଲେ  ଏବଂ ମୃତଦେହକୁ ଏକ ଟ୍ରଲି ବ୍ୟାଗ୍‌ ଭିତରେ ଲୁଚାଇ ଦେଇଥିଲେ । 

Advertisment

ଅଧିକ ପଢ଼ନ୍ତୁ: ସ୍ତ୍ରୀ ବେକ କାଟି ରକ୍ତରେ ହୋଲି ଖେଳିଲା ସ୍ୱାମୀ, ମାରିବା ଆଗରୁ ଭିଡିଓ କଲା

ଠିକ୍‌ ଏହାର ପରଦିନ ଅର୍ଥାତ୍ ଜୁନ ୯ ତାରିଖରେ ଅଭିଯୁକ୍ତ ତ୍ରିପୁରା ଗଣ୍ଡଚେରାରେ ରହୁଥିବା ନିଜ ବାପାମାଆକୁ ଅଗରତାଲା ଡକାଇଥିଲା ଏବଂ ତାଙ୍କୁ ଟ୍ରଲି ବ୍ୟାଗ୍‌ ଦେଇଥିଲା । ପୁଅର କାଣ୍ଡ ଜାଣିବା ପରେ ବାପାମାଆ ଟ୍ରଲି ବ୍ୟାଗ୍ ନେଇ ନିଜ ଦୋକାନରେ ଆଇସିକ୍ରିମ୍ ଫ୍ରିଜର ଭିତରେ ଲୁଚାଇ ଦେଇଥିଲେ । 

କେମିତି ଖୋଲିଲା ହତ୍ୟା ରହସ୍ୟ

ସେପଟେ ମୃତ ଯୁବକଙ୍କ କିଛି ଖୋଜଖବର ନପାଇ ତାଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ଛାନଭିନ୍‌ କରିଥିଲା । ତଦନ୍ତ ପରେ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଥିଲା ପୋଲିସ୍ । ଅଭିଯୁକ୍ତକୁ ଧରିବା ପରେ ସେ ଏକତରଫା ପ୍ରେମରୁ ଯୁବକଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ଏହାପରେ ପୋଲିସ ତାଙ୍କ ଦୋକାନରେ ପହଞ୍ଚି ଆଇସିକ୍ରମ ଫ୍ରିଜର ଭିତରୁ ମୃତଦେହ ଉଦ୍ଧାର କରିଛି ।

ଏହା ହତ୍ୟାକାଣ୍ଡ କାରଣ ତ୍ରିକୋଣୀୟ ପ୍ରେମ ବୋଲି ପୋଲିସ ସ୍ପଷ୍ଟ କରିଛି । ନିକଟରେ ଯୁବତୀଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ସମ୍ପର୍କୀୟ ଭାଇ, ଯିଏକି ଅଭିଯୁକ୍ତ ସେ ଯୁବତୀଙ୍କୁ ଭଲ ପାଉଥିଲେ ଏବଂ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲେ । କିନ୍ତୁ ଯୁବତୀଙ୍କ ପୂର୍ବରୁ ଜଣେ ପ୍ରେମିକ ଥିବାରୁ ସେ ତାଙ୍କୁ ସବୁଦିନ ପାଇଁ ହଟାଇ ଦେବାକୁ ପ୍ଲାନ୍ କରିଥିଲା । ଏହି ହତ୍ୟା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଓ ତା' ବାପାମାଆ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି । 

ଅଧିକ ପଢ଼ନ୍ତୁ: ୟୁପିରେ ବିବାହ, ହନିମୁନ ପାଇଁ ସିକ୍କିମ ଯାଇ ନିଖୋଜ

Murder Love Triangle
Advertisment
Advertisment