Murder In Bengaluru
ଦୋକାନ ଭିତରେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଚାରିପଟୁ ଘେରିଯାଇ ଖଣ୍ଡାରେ ହାଣି ମାରିଦେଲେ। କର୍ଣ୍ଣାଟକ କୋପାଲ ଜିଲ୍ଲାରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ଚେନ୍ନପା ନରିନାଲ୍ । ଗୋଟିଏ ବେକେରୀ ଭିତରେ ଚେନ୍ନପାଙ୍କୁ ଚାରିପଟୁ ଘେରିଯାଇ ୭ ଦୁବୃର୍ତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର ଛାତିଥରା ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୋଲିସ ସୂଚନା ଅନୁସାରେ, ଗତ ମେ ମାସ ୩୧ ତାରିଖରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ ।
Advertisment
ଜମି ବିବାଦକୁ କେନ୍ଦ୍ର କରି ଚେନ୍ନପାଙ୍କୁ ଦୋକାନ ଭିତରେ ୭ ଦୁବୃର୍ତ୍ତ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ସେଠାରୁ ଯୁବକ ଜଣଙ୍କ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ ବି ଚାରିପଟୁ ଘେରିଯାଇଥିଲେ ଦୁର୍ବୃତ୍ତ । ପରେ ଦୋକାନ ବାହାରେ ଛୁରୀରେ ଭୁସି ହତ୍ୟା କରିଥିଲେ । ପୋଲିସ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ : NH କଡରୁ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା?
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)