Advertisment

ଆଜି କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର

ତଦନ୍ତର ଧାରା କେଉଁଆଡେ ଯାଉଛି ଏବଂ କେତେ ସଫଳତା ମିଳିଛି ସେ ନେଇ ପୋଲିସ ମୁହଁ ଖୋଲୁ ନ ଥିବାବେଳେ ଗତକାଲି ଅର୍ଚ୍ଚନା ଜାମିନ୍ ଆବେଦନ କରିଥିଲେ । ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ  ।

author-image
Minati Mishra
ଅଦ୍ୟତନ ହୋଇଛି
Bhubaneswar Lady Blackmailer

archana naga

କମିଶନରେଟ ପୋଲିସର ଚିନ୍ତା ବଢାଇଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ଅର୍ଚ୍ଚନାଙ୍କ ହନିଟ୍ରାପ୍‌ରେ ହାଇପ୍ରୋଫାଇଲ ଲିଙ୍କ ଦିନକୁ ଦିନ ବଢିବାରେ ଲାଗିଛି। ତଦନ୍ତର ଧାରା କେଉଁଆଡେ ଯାଉଛି ଏବଂ କେତେ ସଫଳତା ମିଳିଛି ସେ ନେଇ ପୋଲିସ ମୁହଁ ଖୋଲୁ ନ ଥିବାବେଳେ ଗତକାଲି ଅର୍ଚ୍ଚନା ଜାମିନ୍ ଆବେଦନ କରିଥିଲେ । ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ  ।

Advertisment

ଗତକାଲି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଲିଙ୍କରେ ଜଣେ ବ୍ୟବସାୟୀଙ୍କୁ ପଚରାଉଚରା କରୁଛି ପୋଲିସ। ବ୍ୟବସାୟୀ ଜଣକ ବରମୁଣ୍ଡାର ଏବଂ ତାଙ୍କ ଘରକୁ ଯାଇ ପୋଲିସ ଯାଇ ପଚରାଉଚରା କରୁଛି।  ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଏହି ବ୍ୟବସାୟୀ ଜଣକ ଫିଲ୍ମ ପ୍ରଯୋଜକ ଥିଲେ। ତାଙ୍କ ନାଁ ପ୍ରମୋଦ ସ୍ୱାଇଁ।

ଅର୍ଚ୍ଚନା ପୂର୍ବରୁ ଅର୍ଥାତ ୨୦୧୬ରେ ପ୍ରମୋଦଙ୍କ ଘରେ ଭଡ଼ାରେ ରହୁଥିଲେ। ଘରଭଡ଼ାକୁ ନେଇ ବିବାଦ ଥିଲା ଏବଂ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା। ଅର୍ଚ୍ଚନା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଥିଲେ। ଏହି ବିବାଦର ଖୋଳତାଡ଼ ପାଇଁ ଆଜି ଖଣ୍ଡଗିରି ଥାନା ଅଧିକାରୀ ତାଙ୍କ ବରମୁଣ୍ଡା ଘରକୁ ଯାଇ ପଚରାଉଚରା କରିଥିବା ଜଣାପଡ଼ିଛି।

Advertisment

ସେପଟେ ଅର୍ଚ୍ଚନାଙ୍କ  କଳାଧନର ଗୁମର ବି ଫିଟୁଛି । ହୋଟେଲ ସହ ରେଷ୍ଟୁରାଣ୍ଟ ତିଆରି କରିବାକୁ ଯୋଜନା କରିଥିଲେ ଅର୍ଚ୍ଚନା । ସେହିପରି ଦୁଇଟି କମ୍ପାନୀର ନିର୍ଦ୍ଦେଶକ ଥିଲେ ଅର୍ଚ୍ଚନା ଯାହା ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ଉଲ୍ଲେଖ ରହିଛି।  ଗତ ଜୁନ୍ ୨୯ ତାରିଖରେ ଗଢିଥିଲେ ଗୋଲଡେନ୍ ଇମ୍ପ୍ରେସ ପ୍ରାଇଭେଟ୍ ଲିମିଟେଡ। ଏପଟେ ୨୦୨୧ ଜାନୁୟାରୀ ୯ ତାରିଖରେ ଆଦିତ୍ୟ ପ୍ରେଷ୍ଟିଜ ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀ ତିଆରି କରିଥିଲେ ଅର୍ଚ୍ଚନା । ସେହିପରି ଆଦିତ୍ୟ ଭିଲ୍ଲା ପ୍ରଡକ୍ସନ ହାଉସ ନାମକ ଏକ ପ୍ରଡକ୍ସନ କମ୍ପାନୀ ମଧ୍ୟ ଚଳାଉଥିବା ନେଇ ସୂଚନା ରହିଛି । ତେବେ କେବଳ ସୋସିଆଲ ମିଡିଆ ପ୍ରୋଫାଇଲରେ ଏହା ଉଲ୍ଲେଖ ରହିଛି ନା, ପ୍ରକୃତରେ କମ୍ପାନୀ ଚଳାଉଥିଲେ ତାହା ପ୍ରକୃତରେ ସ୍ପଷ୍ଟ ହୋଇନି  

ଏପଟେ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଫାଶରେ ମାଳ ମାଳ ନେତା । ସାମ୍ନାକୁ ଆସିଲାଣି ଅନେକ ପାଓ୍ୱାରଫୁଲ୍‌ ଲୋକଙ୍କ ସହ ନୂଆ ନୂଆ ଫଟୋ । କିଏ ରାଣୀ ମହୁମାଛି କଡ଼ରେ ଛିଡ଼ା ହୋଇ ପୋଜ୍ ଦେଇଛି ତ ପୁଣି କିଏ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୁଣ୍ଢେଇଛି ।

ଅଧିକ ପଢ଼ନ୍ତୁ: ବ୍ଲାକମେଲର୍ ଲେଡିଙ୍କ ସହିତ ନେତାମନ୍ତ୍ରୀଙ୍କ ଫଟୋ

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋ ସବୁକୁ ଟିକେ ଦେଖିଲେ ଅନେକ ପ୍ରଶ୍ନ ମନକୁ ଆସୁଛି । ଗୋଟିଏ ଫଟୋରେ ଅଛନ୍ତି ବ୍ଲାକ୍‌ମେଲର ଦଂପତ୍ତିଙ୍କ ସହ ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଆଉ ଏକ ଫଟୋରେ କେବଳ ଜଗବନ୍ଧୁ ଚାନ୍ଦଙ୍କ ସହ ଅଛନ୍ତି ସୂର୍ଯ୍ୟ ପାତ୍ର ଓ ମନ୍ମଥ ରାଉତରାୟ । ଖୋଦ୍ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା କୈଳାସ କୁଲେସିକା ବି ଫଟୋରେ ଜଗବନ୍ଧୁଙ୍କ ସହ ଥିବାବେଳେ ରେମୁଣାର ବିଜେଡି ବିଧାୟକ ସୁଧାଂଶୁ ପରିଡ଼ା ବି ତାଙ୍କ ସହ ଉଠାଇଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି ।

Lady Blackmailer Archana Nag Lady Blackmailer Archana Nag
Advertisment
Advertisment