/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671865301.jpg)
archana nag
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ନୟାପଲ୍ଲୀ ଥାନା । ୫୦୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ଫିଲ୍ମ ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କୁ ୩କୋଟି ଟଙ୍କାର ବ୍ଲାକମେଲ୍ କରିବା ମାମଲାରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି । ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କୁ ୩କୋଟି ଟଙ୍କା ଡିମାଣ୍ଡ ସମ୍ବନ୍ଧୀୟ ପ୍ରମାଣ, ଡିଲ ବେଳର ପ୍ରମାଣ ଓ ଅନ୍ୟ କିଛି ପ୍ରମାଣ ସହ ଚାର୍ଜସିଟ୍ ଦାଖଲ କରିଛି ନୟାପଲ୍ଲୀ ଥାନା ।
ସେପଟେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗତକାଲି ଇଡି ଗିରଫ କରିବା ପରେ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୯ ଦିନ ରିମାଣ୍ଡ ନେଇ ପଚରାଉଚରା କରିଥିଲା ଇଡି । ଅର୍ଚ୍ଚନା-ଜଗବନ୍ଧୁଙ୍କୁ ଏକାଠି ବସାଇ ଖୋଳତାଡ଼ କରିଥିଲା ଇଡି । ଏହି ସମୟରେ ଅନେକ କିଛି ତଥ୍ୟ ଇଡି ହାତରେ ଲାଗିଛି । ତାସହ ଡିଜିଟାଲ୍ ପ୍ରମାଣ, ଯେପରି ମୋବାଇଲ୍, ସିସିଟିଭି ଏସବୁକୁ ତଦନ୍ତ ପରିସରକୁ ନେଇ ଯାଞ୍ଚ ହୋଇଛି । ହେଲେ କଣ ସବୁ ତଥ୍ୟ ହାତରେ ଲାଗିଛି, ତାହା ଏହି ମାମଲାରେ ବେଶ୍ ଗୁରୁତ୍ୱବହନ କରୁଛି ।
ତେବେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଇଲେକ୍ଟ୍ରୋନିକ ଡିଭାଇସ୍ ସମ୍ପର୍କରେ ପଚରାଉଚରା କରିବ ଇଡି । ଏହା ସହିତ ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ବିଚାର ବିଭାଗୀୟ ହାଜତ ସମୟ ସୀମା ବଢ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)