Advertisment

Tantrik Strangled Woman: ଅନ୍ଧବିଶ୍ୱାସ କବଳରେ ଫସି ଚାଲିଗଲା ଜୀବନ, ପାଇଖାନା ପାଣି ପିଆଇ ତଣ୍ଟି ଚିପି ଦେଲା ତାନ୍ତ୍ରିକ

ଉତ୍ତରପ୍ରଦେଶର ଆଜମଗଡରେ ଜଣେ ମହିଳା ମାଆ ହେବା ପାଇଁ ତାନ୍ତ୍ରିକ ପାଖକୁ ଯିବା ପରେ ତାନ୍ତ୍ରିକ ଜଣକ ତାଙ୍କୁ ପାଇଖାନା ପାଣି ପିଆଇବା ସହ ଚୁଟି ଟାଣି ତଣ୍ଟି ଚିପି ହତ୍ୟା କରିଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Woman

Woman

ଅନ୍ଧବିଶ୍ୱାସରେ ଛନ୍ଦି ହୋଇଛି ସମାଜ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଜଣେ ମହିଳା ବିବାହର ଦୀର୍ଘ ବର୍ଷ ପରେ ବି ମାଆ ହେଉ ନଥିଲେ । ଯାହା ଫଳରେ ସେ ଜଣେ ଭଣ୍ଡ ତାନ୍ତ୍ରିକ ଶରଣରେ ପଶି ନିଜ ଜୀବନ ହରାଇଛନ୍ତି । ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଯିବା ପରେ ଜଣେ ଭଣ୍ଡ ତାନ୍ତ୍ରିକ ବିଷୟରେ ଜଣା ପଡିଛି । 

Advertisment

ଅଧିକ ପଢ଼ନ୍ତୁ: ୪ ଲିଟର ରଙ୍ଗ ଦେବାକୁ ୨୩୩ ଶ୍ରମିକ, ଖର୍ଚ୍ଚ ହେଲା ୧ ଲକ୍ଷ

ଉତ୍ତରପ୍ରଦେଶର ଆଜମଗଡ ଜିଲ୍ଲାର କାନ୍ଦହାରପୁର ଥାନା ଅଞ୍ଚଳର ପହଲୱାନପୁର ଗାଁରେ ଘଟିଛି ଏହି ଘଟଣା । ଅନୁରାଧା ନାମୀ ଜଣେ ମହିଳାଙ୍କ ବିବାହକୁ ୧୦ ବର୍ଷ ପୂରି ଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନସନ୍ତତି ହୋଇନଥିଲା । ଯାହାଫଳରେ ସେ ଗତ ରବିବାର ଦିନ ଗର୍ଭଧାରଣ ଆଶାରେ ତାଙ୍କ ମାଆଙ୍କ ସହିତ ଚନ୍ଦୁ ନାମକ ଜଣେ ସ୍ଥାନୀୟ ତାନ୍ତ୍ରିକ ପାଖକୁ ଯାଇଥିଲେ । ଚନ୍ଦୁ ଆଧ୍ୟାତ୍ମିକ ଉପାୟରେ ମହିଳାଙ୍କୁ ମାଆ ହେବାର ସୌଭାଗ୍ୟ ପ୍ରାପ୍ତ କରୁଥିବାର ଶୁଣି ସେ ଯାଇଥିଲେ । 

କିନ୍ତୁ ଅନୁରାଧା ଚନ୍ଦୁ ପାଖକୁ ଯିବା ପରେ ସେ କୌଣସି ଦୁଷ୍ଟ ଆତ୍ମାରେ ତାଙ୍କୁ ବଶ କରିଥିବା ଅନୁରାଧାଙ୍କ ପରିବାର କହିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ତାନ୍ତ୍ରିକ ଓ ତାଙ୍କର ସହାୟକମାନେ ପୂଜା କରିବା ସମୟରେ ଅନୁରାଧାଙ୍କ କେଶ ଟାଣିବା ସହ ତାଙ୍କ ପାଟି ଓ ତଣ୍ଟିକୁ ଜୋର ଜବରଦସ୍ତ ଚିପି ଦେଇଥିଲେ । ଏହା ସହ ତାଙ୍କୁ ଡ୍ରେନ ଓ ପାଇଖାନା ପାଣି ପିଇବାକୁ ବାଧ୍ୟ କରିଥିଲେ । 

Advertisment

ସେଠାରେ ଉପସ୍ଥିତ ଥିବା ଅନୁରାଧାଙ୍କ ମାଆ ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ । ଯାହା ପରେ ଅନୁରାଧାଙ୍କ ସ୍ୱାସ୍ଥ୍ୟ ବିଗିଡିବା ପରେ ତାନ୍ତ୍ରିକ ଓ ତାଙ୍କ ସହାୟକମାନେ ଅନୁରାଧାଙ୍କୁ ନେଇ ହସ୍ପିଟାଲ ଯାଇଥିଲେ । ହେଲେ ସେଠାରେ ରାତି ପ୍ରାୟ ୯ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସେମାନେ ଅନୁରାଧାଙ୍କୁ ସେଠାରେ ଛାଡି କୁଆଡେ ଫେରାର ହୋଇ ଯାଇଥିଲେ । ଏହା ପରେ ଅନୁରାଧାଙ୍କ ପରିବାର ଲୋକେ ତାଙ୍କ ମୃତଦେହକୁ ଧରି ଗାଁକୁ ଫେରିଥିଲେ ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 

ଅନୁରାଧାଙ୍କ ବାପା ବଲୀରାମ କହିଛନ୍ତି, ତାନ୍ତ୍ରିକ ଜଣକ ୧ ଲକ୍ଷ ଟଙ୍କା ନେଇ ଅନୁରାଧାଙ୍କୁ ମାଆ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯାହା ପାଇଁ ସେ ଅଗ୍ରୀମ ଆକାରରେ ୨୦ ହଜାର ଟଙ୍କା ନେଇଥିଲେ । ପୋଲିସ୍ ବଲୀରାମଙ୍କ ଅଭରେଯାଗକୁ ଆଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଅନୁରାଧାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଯଦିଓ ପରେ ଚନ୍ଦୁ ଥାନାରେ ଆସି ଆତ୍ମସମର୍ପଣ କରିଛି । 

ସ୍ଥାନୀୟ ଗାଁ ଲୋକେ କହିଛନ୍ତି ଯେ, ଚନ୍ଦୁ ତାଙ୍କ ଘରେ ଏକ ମିଥ୍ୟା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ତାଙ୍କ ଅନୁଗାମୀମାନଙ୍କୁ ଆକର୍ଷିତ କରିବା ପାଇଁ ଠାକୁରଙ୍କ ମୂର୍ତ୍ତି, ଘଣ୍ଟି ରଖି ଏକ ଛୋଟ ମନ୍ଦିରର ରୂପ ଦେଇଛନ୍ତି । ଏହା ସହ ପୂର୍ବରୁ ମଧ୍ୟ ସେଠାରେ ସମାନ ଘଟଣା ଘଟିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: ଶାଶୂକୁ ପିଟୁଛି ବୋହୂ , ଭିଡିଓ କରୁଛି ମାଆ

Murder Uttarpradesh
Advertisment
Advertisment