Woman Beaten Auto-driver
ବିଚ୍ ରାସ୍ତାରେ ମହାଭାରତ । ଭିଡିଓ ବନାଏଗା...ଚାଲ୍ ବନା ଭିଡିଓ(ଭିଡିଓ କରିବ ତ...କର) ଏମିତି କହି ଅଟୋ ଡ୍ରାଇଭରଙ୍କୁ ଚପଲରେ ପିଟିଲେ ମହିଳା । ଭିଡିଓ ଭାଇରାଲ ପରେ ଅଟୋ ଡ୍ରାଇଭରଙ୍କ ଗୋଡ଼ ତଳେ ପଡ଼ି କ୍ଷମା ମାଗିଛନ୍ତି ଏହି ଦମ୍ପତି । ସେପଟେ ଅଟୋ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଥିବାବେଳେ ଏବେ ସେ ଜାମିନରେ ଆସିଛନ୍ତି । ଶନିବାର ବେଙ୍ଗାଲୁରୁରେ ଏଭଳି ଘଟଣା ଘଟିଛି ।
Bengaluru Againpic.twitter.com/mKYpLYgtx1
— NCMIndia Council For Men Affairs (@NCMIndiaa) June 1, 2025
କ'ଣ ଥିଲା ପୂରା ଘଟଣା?
ପାଙ୍ଖୁରୀ ମିଶ୍ର ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ବାଇକ ଯୋଗେ ଯାଉଥିଲେ । ପାଙ୍ଖୁରୀଙ୍କ ଅଭିଯୋଗ, ଅଟୋ ଡ୍ରାଇଭର ଜଣକ ତାଙ୍କ ପାଦ ଉପରେ ଗାଡି ଚଢାଇ ଦେଇଥିଲେ । ଫଳରେ ସେ ରାଗିଯାଇ ଗାଳିଗୁଲଜ କରିଥିଲେ । ସେପଟେ ଏ ଅଭିଯୋଗ ଡ୍ରାଇଭର ଲୋକେଶ ଖଣ୍ଡନ କରିଛନ୍ତି ।
କାହିଁକି ଚପଲ ମାଡ଼ କଲେ ମହିଳା ?
ପାଙ୍ଖୁରୀଙ୍କ କହିବା କଥା, ସେ ସମୟରେ ଲୋକେଶ ଯୁକ୍ତିତର୍କ ସମୟରେ ରେକର୍ଡିଂ ଆରମ୍ଭ କରିଦେଲେ । ଆଉ କନ୍ନଡରେ ନକହି ହିନ୍ଦୀରେ କହୁଛ ବୋଲି କହିଥିଲେ । ଯେଉଁଥିପାଇଁ ପାଙ୍ଖୁରୀ ଅଧିକ ରାଗି ଯାଇଥିଲେ । ଆଉ ଭିଡିଓ କରିବ ତ...କର କହି ଚପଲରେ ମାରିଥିଲେ । ଘଟଣାସ୍ଥଳରେ ପାଙ୍ଖୁରୀଙ୍କ ସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ ।
A road rage incident in #Bengaluru’s #Bellandur area has gone viral, showing a 28-year-old woman software engineer hitting an auto driver with her slippers after an altercation. She later apologized, claiming she panicked due to her pregnancy. https://t.co/DhVUUhXulUpic.twitter.com/lJIaOIJ6yr
— Safa 🇮🇳 (@safaspeaks) June 2, 2025
ଭିଡିଓ ଭାଇରାଲ ପରେ ଗିରଫ:
ଭିଡିଓ ଭାଇରାଲ ପରେ ପାଙ୍ଖୁରୀ ମିଶ୍ରଙ୍କୁ ଗିରଫ କଲା ପୋଲିସ । ଏଥିପାଇଁ ଡ୍ରାଇଭରଙ୍କୁ ପାଦ ଛୁଇଁ କ୍ଷମା ମାଗିବା ସହ ପାଙ୍ଖୁରୀ କହିଛନ୍ତି, "ମୁଁ ଗର୍ଭବତୀ ଅଛି । ଗର୍ଭପାତ ଯେପରି ନହୋଇଯାଉ ସେନେଇ ଭୟଭୀତ ହୋଇଯାଇଥିଲି । ସେଥିପାଇଁ ରାଗରେ ଏପରି ବ୍ୟବହାର କରିଛି । ମୁଁ ବେଙ୍ଗାଲୁରୁ ଓ ଏଠାକାର ଲୋକ ତଥା ସଂସ୍କୃତିକୁ ବେଶ ପସନ୍ଦ କରେ ।" କହିରଖୁଛୁ, ପାଙ୍ଖୁରୀ ହେଉଛନ୍ତି ବିହାରର ବାସିନ୍ଦା । ସେ ଦୀର୍ଘ ଦିନ ହେବ ବେଙ୍ଗାଲୁରୁରେ ରହିଆସୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)