Advertisment

କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ।

author-image
Manoranjan Behera
ଅଦ୍ୟତନ ହୋଇଛି
Vigilance Raid In Odisha

Vigilance Raid

କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ଭିଜିଲାନ୍ସ ରେଡ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ସହିତ ବିଭିନ୍ନ ପ୍ରକାର ବେଆଇନ ସରକାରୀ କାର୍ଯ୍ୟରେ ଲିପ୍ତ ଥିବା ନେଇ କଟକ ଭିଜିଲାନ୍ସ ସେଲରେ ଅଭିଯୋଗ ପରେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ ।

Advertisment

ଆଜି ସକାଳୁ ଭିଜିଲାନ୍ସ ବିଭାଗ ରେଡ଼ ଜାରି ରଖିଛି । ମୟୂରଭଂଜ କରଞ୍ଜିଆ ସରକାରୀ ବାସଭବନ, କରଞ୍ଜିଆ ତହସିଲ ଅଫିସ ଓ ଭଦ୍ରକ ସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ କଟକ ଭିଜିଲାନ୍ସ ସେଲ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ସାମିଲ ହୋଇଛନ୍ତି । ଚଢ଼ାଉ ଜାରି ରହିଥିବା ବେଳେ ଚାର୍ଲସ ନାୟକ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି, ସେ ତଥ୍ୟ ଆସିପାରି ନାହିଁ।

Vigilance Raid
Advertisment
Advertisment