• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଝାରସୁଗୁଡ଼ାର ବହୁ ଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛି ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା । ରିଜର୍ଭ ବାଟାଲିଅନ ବାଥରୁମ ଦର୍ପଣ କାଚ ଭାଙ୍ଗି ଅମିତ ହାତ କାଟିଥିବା ଜଣାପଡ଼ିଛି । ଭଙ୍ଗା କାଚରେ ହାତ କାଟିବା ସହ ଶରୀରର ଅନ୍ୟ ସ୍ଥାନକୁ ବି କାଟିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି ।

ସୂଚନା ମୁତାବକ ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ କରାଯାଇଥିଲା । ପ୍ରଥମେ ୫୦ ଓ ପରେ ୯୦ ଲକ୍ଷ ଟଙ୍କା ପାଇଁ ମୁଣ୍ଡ ଜାମିନ ରଖି ବ୍ୟବସାୟୀଙ୍କ ପୁଅକୁ ଅପହରଣ କରି ହତ୍ୟା କରିଥିଲେ ଅପହର୍ତ୍ତା । ଆଶ୍ଚର୍ଯ୍ୟର କଥା ହେଉଛି, ଗିରଫ ୨ ଯୁବକଙ୍କ କୌଣସି ଅପରାଧିକ ପୃଷ୍ଟଭୂମି ନଥିବା ଜଣାପଡ଼ିଥିଲା । କିମ୍ବା ମୃତ ନାବାଳକଙ୍କ ବାପା କୋଟିପତି ବ୍ୟବସାୟୀ ବି ନୁହଁନ୍ତି । ଅଥଚ ଟଙ୍କା ପାଇଁ କିଡନ୍ୟାପ୍ କରି ଯେଭଳି ଜଘନ୍ୟ କାଣ୍ଡ ଭିଆଇଲେ ଦୁର୍ବୃତ୍ତ, ତାକୁ ନେଇ ନାନା ଶଙ୍କା ଲାଗିରହିଥିବାବେଳେ ଢିଲା ଆଇନଶୃଙ୍ଖଳାକୁ ଦାୟୀ କରି ଅସନ୍ତୋଷ ପ୍ରକାଶ କରିଥିଲେ ନାବାଳକଙ୍କ ସଂପର୍କୀୟ ଓ ଝାରସୁଗୁଡ଼ା ବାସିନ୍ଦା ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମର୍ଥଙ୍କୁ ଧରି ୨୭ ରାତିରେ ବୁର୍ଲାକୁ ଆସିଥିଲେ ଅମିତ ଓ ଦିନେଶ । ବୁର୍ଲାରେ ଗଣେଶ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ସହ ଦେଖା କରିଥିଲେ । ଯିଏ ବୁର୍ଲା ମେଡିକାଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ପରେ ବୁର୍ଲା ଉପକଣ୍ଠ ଗୋଲଗୁଣ୍ଡାର ଏହି ରେଷ୍ଟୁରାଣ୍ଟରୁ ଖାଦ୍ୟ ନେଇ କି ଯାଇଥିଲେ । ପରେ ବରଗଡ଼ ଜିଲ୍ଲା ଭେଡେନକୁ ନେଇ ସମର୍ଥକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲାଗି ପୋଡ଼ି ଦେଇଥିଲେ ।

ତେବେ ସମର୍ଥ ଅପହରଣ ଓ ହତ୍ୟା ମାମଲାରେ ବୁର୍ଲା ଲିଙ୍କ୍ କ’ଣ ? ବୁର୍ଲାର ସଂପୃକ୍ତ ବ୍ୟକ୍ତିଙ୍କ କି ସଂପୃକ୍ତି ରହିଛି ଏହି ମାମଲାରେ ? ସମର୍ଥଙ୍କୁ ହତ୍ୟା ପଛରେ ଟଙ୍କା ନା ଆଉ କେଉଁ କାରଣ ରହିଛି ? ସେନେଇ ଖୋଳତାଡ଼ ଜାରି ରଖିଥିବା ବେଳେ ବର୍ତ୍ତମାନ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛି ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ।