/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663766333.jpg)
DCP Pratik Singh
ପାର୍ବଣରେ ସାଇବର ଫ୍ରଡ୍ରୁ ବର୍ତ୍ତିବା ପାଇଁ ଭିଡିଓ ବାର୍ତ୍ତା ଜାରିକଲେ ଭୁବନେଶ୍ୱର ଡିସିପି ପ୍ରତୀକ୍ ସିଂହ । କହିଲେ ଲୋଭନୀୟ ଅଫର ଦେଇ ଲୁଟିପାରନ୍ତି ସାଇବର ଠକ । ତେଣୁ ସାବଧାନ ରୁହନ୍ତୁ । କୌଣସି ମେସେଜ୍କୁ କିମ୍ବା ଲିଙ୍କ୍କୁ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ । କିମ୍ବା ସେଥିରେ ବିଶ୍ୱାସ କରି ତାକୁ କ୍ଲିକ କରନ୍ତୁ ନାହିଁ । ସାଇବର ଠକ ଏବେ ବିଭିନ୍ନ ଉପାୟରେ ଠକିବାକୁ ଉଦ୍ୟମ କରୁଛନ୍ତି । ନୂଆ ନୂଆ ବାହାନା ଦେଖାଇ, ବିଭିନ୍ନ ଗିଫ୍ଟ କିମ୍ବା ଅଫରର ଲୋଭ ଦେଖାଇ କିମ୍ବା ଗିଫ୍ଟ କୁପନର ଲୋଭ ଦେଖାଇ ଲୁଟି ପାରନ୍ତି ସାଇବର ଠକ ।’
କେତେବେଳେ ପୁରସ୍କାର ତ କେତେବେଳେ ଲଟେରୀ ଆଦିର ମଧ୍ୟ ଅଫର ଦେଇପାରନ୍ତି ଠକମାନେ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ଲୋକେ । ତେବେ ଏମିତି କିଛି ଅଫର ଦେଖାଇ ସାଇବର ଠକ ପ୍ରଥମେ OTP ମାଗିପାରନ୍ତି । ତେଣୁ ଏସବୁ ପ୍ରତି ସାଧାରଣ ଲୋକ ସତର୍କ ରହିବା ସହ କୌଣସି ଲୋଭନୀୟ ଅଫର ଜାଲରେ ପଡ଼ନ୍ତୁ ନାହିଁ ବୋଲି କହିଛନ୍ତି ଡିସିପି । କୌଣସି ଅଜଣା ବ୍ୟକ୍ତିକୁ ବିଶ୍ୱାସ କରିବା ନାହିଁ କିମ୍ବା କୌଣସି ଅଜଣା କଲ୍ରେ ଓଟିପି ସେୟାର କରିବା ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଡିସିପି ।
କୌଣସି ନିର୍ଦ୍ଧିଷ୍ଟ ସୁନା ଦୋକାନରୁ ଅଳଙ୍କାର କିଣିଲେ ଗିଫ୍ଟ ମିଳିବ ବୋଲି କହିପାରନ୍ତି ସାଇବର ଠକ୍ । ଏଭଳି କହି ଲୋକଙ୍କୁ ଜାଲରେ ପକାଇବା ପରେ ତାଙ୍କ ମୋବାଇଲରୁ ସବୁ ଡାଟା ଚୋରି କରି ନିଅନ୍ତି ସାଇବର ଠକ । ଆଉ ଏହାପରେ ଆଖି ପିଛୁଳାକେ ଆକାଉଣ୍ଟ ଖାଲି ହୋଇଯାଏ । ତେଣୁ ସାଇବର ଫ୍ରଡ୍ ରୁ ସାବଧାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)