Advertisment

Online Gambling: ବାହାଘର ଥିଲା ୫ଦିନ, ଜୀବନ ନେଇଗଲା ଟ୍ରେଡିଂ ଆପ୍; ମୃତ୍ୟୁ ପୂର୍ବରୁ କୋହଭରା ମେସେଜ୍ ଛାଡ଼ିଲେ ଯୁବକ

ରାତାରାତି କୋଟିପତି ବନିଯିବାର ନିଶା ଉଜାଡ଼ିଦେଲା କି ସବୁକିଛି? ଅନଲାଇନ୍ ଜୁଆ ତଥା ଘାତକ କଲର୍ ଟ୍ରେଡିଂ ଆପ୍, ଜୀବନ ନେଇଗଲା କି ରୋଜଗାରିଆ ପୁଅର?

author-image
Swadesi Megha Mallhar Prusty
Online Gambling

Online Gambling

ରାତାରାତି କୋଟିପତି ବନିଯିବାର ନିଶା ଉଜାଡ଼ିଦେଲା କି ସବୁକିଛି? ଅନଲାଇନ୍ ଜୁଆ ତଥା ଘାତକ କଲର୍ ଟ୍ରେଡିଂ ଆପ୍, ଜୀବନ ନେଇଗଲା କି ରୋଜଗାରିଆ ପୁଅର? ଲକ୍ଷ ଲକ୍ଷ ଟଙ୍କାର ୠଣ ଜାଲରୁ ମୁକୁଳି ପାରିନଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁ ପରେ ବଢ଼ିଛି ନାନା ଚର୍ଚ୍ଚା । ଝାରସୁଗୁଡ଼ାରେ ଟ୍ରେନ ଲାଇନରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୋବାଇଲରେ ଶେଷବାର୍ତ୍ତା ସ୍ୱରୂପ, ଏକ ଭାବବିହ୍ୱଳ ମେସେଜ୍ ପାଇବା ପରଠୁ ଦୋହଲିଯାଇଛି ଘର ପରିବାର ।

Advertisment

ନା କେହି କିଛି ବୁଝିପାରୁଛନ୍ତି ନା କେହି ପୁଅର ମୃତ୍ୟୁପଛର କାରଣକୁ ସହଜରେ ଗ୍ରହଣ କରିପାରୁଛନ୍ତି । ଛାତ୍ର ଜୀବନରେ ମେଧାବୀ ଥିବା ଏବଂ ଦି’ପଇସା ରୋଜଗାର କରୁଥିବା ଭେଣ୍ଡିଆ ପୁଅ ଯେ ଏଭଳି ଜୀବନ ହାରିଦେବ ବିଶ୍ୱାସ କରି ପାରୁନାହାନ୍ତି ପରିବାର । ନାଁ ଅଚ୍ୟୁତାନନ୍ଦ ସାହୁ । ବୟସ ମାତ୍ର ୩୧ । ପୈତୃକ ଗାଁ ଜଗତସିଂହପୁର ଖଇରଙ୍ଗା ପଞ୍ଚାୟତ ନୂଆ ଆଶ୍ରମ ପାଟଣା, କିନ୍ତୁ ରହି ଆସୁଥିଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ମାମୁଘର ପଳସୁଧା ଗାଁରେ ।

ଝାରସୁଗୁଡ଼ାର ଏକ ହୋଟେଲର ଥିଲେ କ୍ୟାସିୟର୍ । ରବିବାର ସଂଧ୍ୟାରେ ଅତି ରହସ୍ୟଜନକ ଭାବେ ଝାରସୁଗୁଡ଼ା ରେଳଷ୍ଟେସନ ନିକଟରୁ ମିଳିଥିଲା ତାଙ୍କ ମୃତଦେହ। ତେବେ କେମିତି ତାଙ୍କ ମୃତ୍ୟୁ ହେଲା ? ହତ୍ୟା ନା ଆତ୍ମହତ୍ୟା ? ନାନା ପ୍ରଶ୍ନ ଭିତରେ ଅଚ୍ୟୁତାନନ୍ଦଙ୍କ ମୋବାଇଲରୁ ତାଙ୍କ ମା’ଙ୍କ ପାଖକୁ ଆସିଥିବା ଭାବବିହ୍ୱଳ ଏବଂ ଅନୁତପ୍ତଭରା ମେସେଜ୍ ଦୋହଲାଇ ଦେଉଛି ।

Advertisment

ଝାରସୁଗୁଡ଼ାର ଏକ ହୋଟେଲରେ ଚାକିରି କରିଥିବା ଅଚ୍ୟୁତାନନ୍ଦ ପ୍ରାୟ ୨୫ ହଜାର ଟଙ୍କା ଦରମା ପାଉଥିଲେ । ତାଙ୍କ ମୋବାଇଲ ମେସେଜରୁ ଜଣାପଡୁଛି, କଲର୍ ଟ୍ରେଡିଂ ଆପରେ ସବୁ ଟଙ୍କା ଶ୍ରାଦ୍ଧ କରିସାରିବା ପରେ ଏଥିରୁ ମୁକୁଳିବାକୁ ୨୦-୨୫ ଲକ୍ଷ ଟଙ୍କା ପର୍ସନାଲ ଲୋନ୍ ବି କରିଥିଲେ । ତଥାପି ଋଣ ଭାରରୁ ମୁକୁଳି ପାରିନଥିଲେ ।

ଆସନ୍ତା ୧୭ରେ ମାର୍ଶାଘାଇ ଅଂଚଳରେ ବିବାହ ପାଇଁ ତାରିଖ ବି ଧାର୍ଯ୍ୟ ହୋଇଥିଲା । ତା’ଆଗରୁ ଚାଲିଯାଇଛି ଜୀବନ । ତା’ହେଲେ କ’ଣ ଘାତକ ସାଜିଲା କି କଲର୍ ଟ୍ରେଡିଂ ଆପ୍ ? ଅନଲାଇନରେ ଜୁଆ ଖେଳୁ ଖେଳୁ ଲକ୍ଷ ଲକ୍ଷ ଟଙ୍କା ହରାଇବାରୁ ରଣଜାଲରେ ଛନ୍ଦି ହୋଇ ଆତ୍ମହତ୍ୟା କରିଦେଲେ କି ଅଚ୍ୟୁତାନନ୍ଦ? ସେନେଇ ନାନା ପ୍ରଶ୍ନ, ନାନା ଚର୍ଚ୍ଚା ।

ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । କଲର୍ ଟ୍ରେଡିଂ ଆପ୍ । ଏହା ଏମିତି ଏକ ଆପ୍, ଯାହା ମାଧ୍ୟମରେ ଚାଲେ ଅନଲାଇନ ଜୁଆ । କଂପ୍ୟୁଟର ବଦଳରେ ମୋବାଇଲ୍ ଫୋନ୍ ମାଧ୍ୟମରେ କାରବାର ହୁଏ । ଏହାର ଫାଇଦା ଉଠାଇ ଲୋକଙ୍କୁ ଚିତା କାଟନ୍ତି ସାଇବର୍ ଲୁଟେରା । ଅଜଣା ବ୍ୟକ୍ତିଙ୍କୁ ଲାଭ ଆଉ ଲୋଭର ଜାଲରେ ପକାଇ ସର୍ବସ୍ୱାନ୍ତ କରିପକାନ୍ତି ଏହି ଅଦୃଶ୍ୟ ଲୁଟେରାମାନେ । ଅନଲାଇନରେ କୌଣସି ଆର୍ଥିକ କାରବାର କରିବା ପୂର୍ବରୁ ସତର୍କତା ଜରୁରୀ ବୋଲି କହିଛନ୍ତି ସାଇବର ଏକ୍ସପର୍ଟ ।

Gambling Apps Gambling Online Gambling
Advertisment
Advertisment