Advertisment

Iran-Israel War: ଇରାନ-ଇସ୍ରାଏଲ ଭୟଙ୍କର ଯୁଦ୍ଧ, ଜଳୁଛି ମଧ୍ୟପ୍ରାଚ୍ୟ... ଇରାନକୁ ପାକିସ୍ତାନର ସମର୍ଥନ

ଇରାନ୍‌-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଇସ୍ରାଏଲର ଚେତାବନୀ ସତ୍ତ୍ବେ ଜବାବୀ ଆକ୍ରମଣ ଜାରି ରଖିଛି ଇରାନ୍‌। ଘନଘନ ମିସାଇଲ ଓ ଡ୍ରୋନ୍ ବର୍ଷା କରି ଚାଲିଛି । ଇରାନର ସଂସଦ ପରମାଣୁ ଅପ୍ରସାର ଚୁକ୍ତି (ଏନପିଟି) ରୁ ବାହାରିବା ଏକ ବିଲ୍‌ ପ୍ରସ୍ତୁତ କରିଛି। ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଏନପିଟିରୁ ବାହାରିବାକୁ ଇରାନ ଘୋଷଣା କରିଛି ।

author-image
Sukanti Rout
ଅଦ୍ୟତନ ହୋଇଛି
ଜଳୁଛି ମଧ୍ୟପ୍ରାଚ୍ୟ

ଜଳୁଛି ମଧ୍ୟପ୍ରାଚ୍ୟ

ଯୁଦ୍ଧ କୌଣସି ପରିସ୍ଥିତିରେ କୌଣସି ବି ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ। ଏକଥା ଉଭୟ ଇରାନ୍‌ ଏବଂ ଇସ୍ରାଏଲ ଜାଣି ବି ମୃତ୍ୟୁ ସହ ଖେଳ ଖେଳୁଛନ୍ତି। ନିଜ ନିଜର ଅହଂକାର ପାଇଁ ନିରୀହ ଲୋକ ବଳି ପଡ଼ୁଛନ୍ତି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି। ଯୁଦ୍ଧ ଯୋଗୁ ଉଭୟ ଦେଶ ନାହିଁ ନଥିବା କ୍ଷତି ସହୁଛନ୍ତି। ତଥାପି କେହି କାହାକୁ ଛାଡ଼ିବାକୁ ନାରାଜ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନର ମିଶାଇଲ୍‌ ଆକ୍ରମଣରେ ଧ୍ୱଂସ ହୋଇଥିବା ବାଟ ୟାମ ସହର ପରିଦର୍ଶନ କରିଥିଲେ। ପରିଦର୍ଶନ କରିସାରିବା ପରେ କହିଛନ୍ତି ଗୋଟି ଗୋଟି କରି ଏହାର ହିସାବ ନେବୁ। ଆମକୁ ବି ଧ୍ବଂସ କରି ଆସେ।

Advertisment

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜୁନ ୧୩ ତାରିଖରୁ ଯୁଦ୍ଧ ଚାଲିଛି । ଗୋଟିଏ ଦେଶ ନରମ ମନୋଭାବ ପୋଷଣ ନ କରିବା ପର୍ଯ୍ୟନ୍ତ ଏ ଯୁଦ୍ଧ ଚାଲିଥିବ। ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏଥିରେ ଏବେ ସୁଦ୍ଧା ୪୦୬ ଇରାନୀ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୪୬୫ ଜଣ ଗୁରୁତର ଅଛନ୍ତି। ସେହିପରି ଇରାନର ଆକ୍ରମଣରେ ଏପର୍ଯ୍ୟନ୍ତ ୧୬ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଗୁରୁତର ହୋଇଛନ୍ତି। ଇସ୍ରାଏଲ ଇରାନ୍‌ ଉପରେ ବହୁ ଦୂରରୁ ଆକ୍ରମଣ କରୁଛି। ଇସ୍ରାଏଲର ବାୟୁସେନା ଦ୍ବାରା ଇରାନ୍‌ର ବିମାନ ଉପରେ ଆକ୍ରମଣ କରାଯାଇଛି । ଇରାନ୍‌ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରୁଛି।

ଇରାନ ଉପରେ କାହିଁକି ଆକ୍ରମଣ କଲା ଇସ୍ରାଏଲ ?

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ବାରମ୍ବାର ଇସ୍ରାଇଲକୁ ଶତ୍ରୁ ରାଷ୍ଟ୍ର ଭାବେ ବିବେଚିତ କରିଆସୁଛନ୍ତି। ଏପରିକି ଅନେକ ଥର ଖୋଲାଖୋଲି କହିଛନ୍ତି -ବିଶ୍ୱ ମାନଚିତ୍ରରୁ ଇସ୍ରାଏଲର ନାଁକୁ ନିଶ୍ଚିହ୍ନ କରିଦେବୁ। ୧୯୭୯ ମସିହାରୁ ଇରାନ୍‌ ସ୍ବପ୍ନ ଦେଖିଆସୁଥିଲା ଇସ୍ରାଏଲକୁ ଧ୍ବଂସ କରିବା। କିନ୍ତୁ ସମୟଚକ୍ରରେ ଇସ୍ରାଏଲ ଇରାନର ପରମାଣୁ ଅସ୍ତ୍ରକରଣକୁ ରୋକିବାକୁ ଚେଷ୍ଟା କରିଥିଲା। ମାତ୍ର ଇରାନ୍‌ ଏହାର ପାଲଟା ଜବାବ ଦେଲା। ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଆଲୋଚନା ଚାଲିଥିବାବେଳେ ଯୁଦ୍ଧର ରୂପ ନେଲା। ଯଦି ଇରାନ୍‌ ପରମାଣୁ ବୋମା ତିଆରି କରେ, ଏହା ଇସ୍ରାଏଲ ପାଇଁ ଘାତକ ସାଜିବ। ତେଣୁ ବାଧ୍ୟ ହୋଇ ଆକ୍ରମଣର ପନ୍ଥା ବାଛିଲା।

Advertisment

ଅନ୍ୟପକ୍ଷରେ ୧୯୭୯ ଫେବୃଆରୀ ପରଠାରୁ, ଆମେରିକା ଏବଂ ଇସ୍ରାଏଲ ସେଠାରେ ଶାସନ ପରିବର୍ତ୍ତନ ପାଇଁ ଅତି କମରେ ୨୫ରୁ ୩୦ ଥର ଏକାଠି ଚେଷ୍ଟା କରିଛନ୍ତି। କିନ୍ତୁ ତାହା ହୋଇପାରୁନାହିଁ। ଇରାନ୍‌ କହିବା କଥା ହେଲା- ଯଦି କୌଣସି ବାହ୍ୟ ଶକ୍ତି ସାମିଲ ହୁଏ, ତେବେ ସେମାନେ ଆହୁରି କ୍ରୋଧିତ ହୋଇ ଯୁଦ୍ଧକୁ ଆହୁରି ଭୟଙ୍କର କରିବେ। ଫ୍ରାନ୍ସ ଏବଂ ଆମେରିକା ମଧ୍ୟ ଏହି ଯୁଦ୍ଧ ବୃଦ୍ଧି ପାଉ ବୋଲି ଚାହୁଁନାହାନ୍ତି। ସେହିପରି ଇରାନ୍‌କୁ ମଧ୍ୟ ରୁଷ ଏବଂ ଚୀନ୍‌ ସମର୍ଥନ ନ ଦେଇପାରନ୍ତି। କାରଣ ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଭୟଙ୍କର ଯୁଦ୍ଧର ପରିଣତି ସାରା ବିଶ୍ବ ଦେଖିଛି। ତେଣୁ ସେ ଭୁଲ୍‌ କରିବାକୁ ସମ୍ଭବତଃ ଏବେ କୌଣସି ନିଷ୍ପତ୍ତି ନେବ ନାହିଁ।

ପରମାଣୁ ବୋମା ତିଆରି କରିବ ଇରାନ୍‌

ଇରାନ୍‌-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଇସ୍ରାଏଲର ଚେତାବନୀ ସତ୍ତ୍ବେ ଜବାବୀ ଆକ୍ରମଣ ଜାରି ରଖିଛି ଇରାନ୍‌। ଘନଘନ ମିସାଇଲ ଓ ଡ୍ରୋନ୍ ବର୍ଷା କରି ଚାଲିଛି । ଇରାନର ସଂସଦ ପରମାଣୁ ଅପ୍ରସାର ଚୁକ୍ତି (ଏନପିଟି) ରୁ ବାହାରିବା ଏକ ବିଲ୍‌ ପ୍ରସ୍ତୁତ କରିଛି। ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଏନପିଟିରୁ ବାହାରିବାକୁ ଇରାନ ଘୋଷଣା କରିଛି । ଏହା ଫଳରେ ପରମାଣୁ ଅସ୍ତ୍ର ତିଆରି ଦିଗରେ ଇରାନକୁ କେହି ବାଧାଦେବାକୁ ନ ଥିବେ। ନିଜ ଇଚ୍ଛା ଅନୁସାରେ ସେ ପରମାଣୁ ବୋମା ତିଆରି କରିପାରିବ।

ଇରାନରେ ଫସିଛନ୍ତି ଭାରତୀୟ ଛାତ୍ର

ଇରାନରେ ଫସି ରହିଛନ୍ତି ଭାରତୀୟ ଛାତ୍ର। ସେମାନେ କିପରି ନିରାପଦରେ ଭାରତକୁ ଫେରିବେ ସେ ନେଇ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଇସ୍ରାଏଲୀ ଆକ୍ରମଣ ଯୋଗୁ ଇରାନରେ ଫସି ରହିଛନ୍ତି ଶହ ଶହ ଭାରତୀୟ ଡାକ୍ତରୀ ଛାତ୍ର। ଏପରିକି ସେମାନେ ଏବେ କ୍ଲାସ କରିବାକୁ ଯାଇପାରୁନାହାନ୍ତି। ଭୟ ଆଉ ଆଶଙ୍କା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି। ତେହେରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କିଛିଟା ଆଶ୍ବାସନା ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଉପରୁ ବିଦଦ ଟଳିନାହିଁ। ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ଜରୁରୀକାଳୀନ ହେଲ୍ପଲାଇନ ମଧ୍ୟ ଜାରି କରାଯାଇଛି। ତୁରନ୍ତ କେନ୍ଦ୍ର ସରକାର ସେମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ସେମାନେ ସମସ୍ତେ ଭାରତ ଫେରିବାକୁ ଚାହୁଁଛନ୍ତି।

ଇରାନକୁ ପାକିସ୍ତାନର ସମର୍ଥନ

ପାକିସ୍ତାନ ଅନେକ ରାଷ୍ଟ୍ରକୁ ଯୁଦ୍ଧ ପାଇଁ ଉସୁକାଇ ଥାଏ। ଏହା ତାର ପୁରୁଣା ଖୋଇ। ଏଇ କ୍ରମରେ ଇରାନ୍‌ ଆଉ ଇସ୍ରାଏଲ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ଇରାନ୍‌କୁ ସମର୍ଥନ ଦେଇଛନ୍ତି । ପାକିସ୍ତାନ ସମର୍ଥନ ଦେବା ପଛରେ ନିଜର ସ୍ବାର୍ଥ ବି ରହିଛି। ବିନା ସ୍ବାର୍ଥରେ ପାକିସ୍ତାନ ପରି ଏକ ବିଶ୍ବାସଘାତକ ରାଷ୍ଟ୍ର କେବେ କାହାକୁ ବି ସମର୍ଥନ ଦେଇ ନ ପାରେ। ଯଦି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆହୁରି ତୀବ୍ର ହୁଏ, ତେବେ ପାକିସ୍ତାନ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ। ଏଥିରେ ଯଦିବି ଇସ୍ରାଏଲ ଉତ୍ତ୍ୟକ୍ତ ହୋଇ କିଛି ବି ପାକିସ୍ତାନର କ୍ଷତି କରିବାକୁ ଚେଷ୍ଟା କରେ ପାକିସ୍ତାନ ମଧ୍ୟ ଇସ୍ରାଏଲ ଉପରେ ପରମାଣୁ ଆକ୍ରମଣ କରିବ। ଅନ୍ୟପକ୍ଷରେ ପାକିସ୍ତାନ ଇସ୍ରାଏଲ ବିରୁଦ୍ଧରେ ମୁସଲିମ ଦେଶମାନଙ୍କୁ ଏକତ୍ରିତ କରିବା ପାଇଁ ଓଆଇସି ଦେଶ ଗୁଡ଼ିକୁ ତୁରନ୍ତ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛି। ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ରଖୁଥିବା ଦେଶ ଗୁଡ଼ିକୁ ତୁରନ୍ତ ସମ୍ପର୍କ ଶେଷ କରିବାକୁ ପାକିସ୍ତାନ ଅନୁରୋଧ କରିବ ବୋଲି ଯୁଦ୍ଧ ବିଶେଷଜ୍ଞ ମତପୋଷଣ କରିଛନ୍ତି। ତେବେ ସମୟ ହିଁ କହିବ ଇରାନ୍‌- ଇସ୍ରାଇଲ୍‌ ଯୁଦ୍ଧର ଅନ୍ତିମ ପରିଣତି କ’ଣ ହେବ।

Email id : [email protected]

Israeli PM Benjamin Netanyahu Pakistan Israel Tension In Middle East
Advertisment
Advertisment