Advertisment

Son attacks Father with Knife: ବାଲେଶ୍ୱରରେ ଅଭାବନୀୟ ଘଟଣା, ଚୁଟି କଟାକୁ ନେଇ ବାପାକୁ ହାଣିଲା ପୁଅ

ପୁଅର କଟୁରୀ ଚୋଟରେ ଗୁରୁତର ଆଘାତ ପରେ କେଶବଙ୍କୁ ପ୍ରଥମେ ବାଲେଶ୍ୱର ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ବାପାକୁ ହାଣିଲା ନାବାଳକ ପୁଅ

ବାପାକୁ ହାଣିଲା ନାବାଳକ ପୁଅ

ଚୁଟି କଟାକୁ ନେଇ ବାପାକୁ ହାଣିଲା ପୁଅ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ବେଲବାରିଆ ଗାଁରେ । ଆଜି ସକାଳୁ ଗାଁର କେଶବ ମହାନ୍ତିଙ୍କ ମାଟ୍ରିକ ପଢ଼ୁଥିବା ପୁଅ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ଅବକାରୀ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ସୂଚନା ଅନୁସାରେ କେଶବଙ୍କ ନାବାଳକ ପୁଅ ଆଜି ଚୁଟି କାଟି ଫେରିଥିଲେ । ତେବେ ଆଧୁନିକ ଚୁଟି କଟାକୁ ନେଇ ବାପାଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ପୁଅ ରାଗରେ ବାପାକୁ ଆକ୍ରମଣ କରିବା ସହ କଟୁରୀରେ ହାଣି ପକାଇଛି । ପୁଅର କଟୁରୀ ଚୋଟରେ ଗୁରୁତର ଆଘାତ ପରେ କେଶବଙ୍କୁ ପ୍ରଥମେ ବାଲେଶ୍ୱର ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ପୋଲିସ୍‌ରେ କୌଣସି ଅଭିଯୋଗ ହୋଇନଥିଲେ ବି ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

Odisha Attack Baleswar
Advertisment
Advertisment