Advertisment

ସମ୍ବଲପୁର ହିଂସା: ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ?

ଏଭଳି ଘଟଣାର ପୂର୍ବାଭାସ କେମିତି ପାଇ ପାରିନଥିଲା ଗୁଇନ୍ଦା ବିଭାଗ ?

ଅଦ୍ୟତନ ହୋଇଛି
Hanuman Jayanti violence in Sambalpur

Hanuman Jayanti violence in Sambalpur

Advertisment

ସମ୍ବଲପୁର ହିଂସା ପାଇଁ ଦାୟୀ କିଏ ? ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି ବର୍ଷିଲା ବିଜେପି। ସମ୍ବଲପୁର ହିଂସାକୁ ଏଡ଼ାଯାଇ ପାରିଥା’ନ୍ତି କି ? ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ? ଏଭଳି ପ୍ରଶ୍ନ ସବୁକୁ ନେଇ ଚର୍ଚ୍ଚା ଭିତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ସମ୍ବଲପୁର ଗସ୍ତରୁ ଫେରିବା ପରେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସ୍ଥିତି ପାଇଁ ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି। ଅଭିଯୋଗ କରିଛି ଥାର୍ଡ ଫ୍ଲୋରର ଇଙ୍ଗିତରେ ଢିଲା ପୋଲିସ ବ୍ୟବସ୍ଥା ପାଇଁ ଏଭଳି ଘଟଣା ଘଟିଲା।ସେହିପରି କଂଗ୍ରେସ ମଧ୍ୟ କଂଗ୍ରେସ ସରକାରଙ୍କ ଆକଳନ କାହିଁକି ଭୁଲ୍ ହେଲା ବୋଲି ପ୍ରଶ୍ନ କରିଛି।

Advertisment

ଅଧିକ ପଢ଼ନ୍ତୁ: କେମିତି ସ୍ୱାଭାବିକ ଅବସ୍ଥାକୁ ଫେରିବ ସମ୍ବଲପୁରର ଜନଜୀବନ ?

ହନୁମାନ ଜୟନ୍ତୀ ପୂର୍ବରୁ ବୁଧବାର ବାଇକ୍ ରାଲି ବେଳେ ଟେକାପଥର ମାଡ଼। ଗୁରୁବାର ସମ୍ବଲପୁର ସହରରେ ଇଣ୍ଟରନେଟ୍ ବନ୍ଦ ସହ ୧୪୪ ଧାରା। ଶୁକ୍ରବାର ସନ୍ଧ୍ୟା ଶୋଭାଯାତ୍ରା ବେଳେ ପୁଣି ହିଂସା, ଦୋକାନ ବଜାର ପୋଡ଼ାଜଳା। ଆଉ ସେଇ ଶୁକ୍ରବାର ମଧ୍ୟ ରାତ୍ରିରୁ ସାରା ସହରରେ କର୍ଫ୍ୟୁ। ସମ୍ବଲପୁର ସହରରେ କାହିଁକି ବିଗିଡ଼ିଲା ସ୍ଥିତି ? ଏଥିପାଇଁ ଦାୟୀ କିଏ ? ପ୍ରତିବର୍ଷ ଶାନ୍ତିଶୃଙ୍ଖଳା ସହ ହନୁମାନ ଜୟନ୍ତୀ ପାଳନ ହେଉଥିଲା ବେଳେ ଏଥର କାହିଁକି ହେଲା ହିଂସା ? ଏଭଳି ଘଟଣାର ପୂର୍ବାଭାସ କେମିତି ପାଇ ପାରିନଥିଲା ଗୁଇନ୍ଦା ବିଭାଗ ? ନା ପୋଲିସ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିରୁ ହେଲା ଅଶାନ୍ତି ? ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଭିତରେ ତେଜିଛି ରାଜନୀତି।

ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି ବିଜେପି ଓ କଂଗ୍ରେସ । ବିଜେପିର ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ ସମ୍ବଲପୁର ଗସ୍ତସାରି ଫେରିବା ପରେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି । ପ୍ରେସମିଟ୍ କରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିଲେ ଏପରି ହୋଇ ନ ଥାନ୍ତା। ୧୨ ତାରିଖରେ ୫ ହଜାର ଲୋକଙ୍କ ଶୋଭାଯାତ୍ରାରେ ମାତ୍ର ୧୦ ଜଣ ପୋଲିସ ରହିବାକୁ ନେଇ ପ୍ରଶ୍ନ ଉଠାଇବା ସହ ବୋଧହୁଏ ୩ୟ ମହଲା ଚାପରେ ଏପରି କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ଲଳିତେନ୍ଦୁ ।

Advertisment

ସେପଟେ କଂଗ୍ରେସ ମଧ୍ୟ ସରକାରଙ୍କ ଆସେସେମେଣ୍ଟ କାହିଁକି ଭୁଲ୍ ହେଲା ବୋଲି ପ୍ରଶ୍ନ  କରିଛି । ବିଜେଡି କହିଛି ଆଇନ ଅନୁସାରେ ସବୁ କିଛି ହୋଇଛି । ସମ୍ବଲପୁର ସହରର କେଉଁ କେଉଁ ସ୍ଥାନ ସମ୍ବଦନଶୀଳ, ତାହା ପୋଲିସକୁ ଭଲଭାବେ ଜଣା। ଏହାଛଡ଼ା ରାମନବମୀରେ ଦେଶର କିଛି ରାଜ୍ୟରେ ହିଂସା ହେବା ପରେ ହନୁମାନ ଜୟନ୍ତୀ ପାଇଁ ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ଯଥେଷ୍ଟ ପୂର୍ବରୁ ଆଲର୍ଟ ବି କରିଥିଲା । ହେଲେ ପୋଲିସ ପ୍ରଶାସନ କରୁଥିଲା କ'ଣ ? ଅପରପକ୍ଷେ ସ୍ଥିତି ବିଗିଡ଼ି ଚାଲିବା ସତ୍ତ୍ୱେ କେବଳ ଜିଲ୍ଲାପାଳ, ଏସପି ଓ ଡିଆଇଜିଙ୍କ ହାତରେ ସବୁକିଛି ଛାଡ଼ି ଦିଆଯିବା ଏବଂ ଘଟଣାସ୍ଥଳକୁ ଆଜି ପୋଲିସ ଡିଜି ଯିବା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରିପୋର୍ଟ: ଭାଗିରଥୀ ସାହୁ

Odisha Police Violene At Hanuman Jayanti Rally
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ