Advertisment

ପ୍ରଥମେ ପୁରୀରେ ଲାଷ୍ଟ୍‌ ଲୋକେସନ୍‌, ଏବେ ଗୁଡ୍ଡୁ ମୁସଲିମ୍‌ର ବରଗଡ଼ ଲିଙ୍କ୍‌କୁ ନେଇ ଚର୍ଚ୍ଚା !

ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିବା ବେଳେ ଏବେ ବରଗଡ଼ ଲିଙ୍କ୍‌ ନେଇ ଚର୍ଚ୍ଚା ହେଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Guddu Muslim News

UP STF reportedly questions one person in Bargarh in connection with Atiq Ahmed close aide Guddu Muslim

ଉମେଶ ପାଲ୍‌ ହତ୍ୟା ମାମଲାରେ ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ର ଲାଷ୍ଟ୍‌ ଲୋକେସନ୍‌ ଓଡ଼ିଶାରେ ଟ୍ରେସ୍‌ ହୋଇଥିବା ବେଳେ ଏବେ ବରଗଡ଼ ଲିଙ୍କ୍‌ ନେଇ ଚର୍ଚ୍ଚା ହେଉଛି। ଏନେଇ ବରଗଡ଼ ଜିଲ୍ଲାରେ ୟୁପି STF ଟିମ୍‌ ତନାଘନା ଚଳାଇଥିବା ସୂଚନା ମିଳିଛି।

Advertisment

ବରଗଡ଼ ଜିଲ୍ଲା ଭଟଲି ଛକରେ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ଗୁଡ୍ଡୁ ମୁସଲିମ୍‌ର ଲିଙ୍କ୍‌ ଥିବା ନେଇ ଜଣାପଡ଼ିଛି। ରାଜା ଖାନ୍‌ଙ୍କ ସହ ଗୁଡ୍ଡୁ ମୁସଲିମ୍‌ର ଡ୍ରାଇଭର ଲିଙ୍କ୍‌ରେ ଥିବା ସୂଚନା ପାଇ ଜେରା ହୋଇଛି। ମୋବାଇଲ୍ ଟ୍ରାକିଂରୁ ଉଭୟ ଲିଙ୍କ୍‌ରେ ଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ଗୁଡ୍ଡୁ ମୁସଲିମ୍ କିଏ ? ମୃତ୍ୟୁର ଠିକ୍‌ ପୂର୍ବରୁ ଯାହାର ନାମ ନେଇଥିଲା ଅତିକ୍

Advertisment

ଗୁଡ୍ଡୁ ମୁସଲିମ୍ ଲିଙ୍କ୍‌ରେ ୟୁପି STF ଟିମ୍ ବରଗଡ଼ ଆସିଥିବା ନେଇ ସ୍ପଷ୍ଟ ହୋଇଛି। ଏନେଇ ବରଗଡ଼ ଏସ୍‌ପି ପ୍ରହ୍ଲାଦ ସାହାଇ ମୀନା OTVକୁ ସ୍ପଷ୍ଟ କରିଛନ୍ତି।  ଏସ୍‌ପି କହିଛନ୍ତି, ଗୁଡ୍ଡୁ ମୁସଲିମ୍ ଲିଙ୍କ୍‌ରେ ୟୁପି STF ଟିମ୍ ବରଗଡ଼ ଆସିଥିଲେ। ୫ ଜଣିଆ ଟିମ୍ ୧୮ ତାରିଖରେ ବରଗଡ଼ ଆସିଥିଲେ। ଦୁଇ ଦିନ ଯାଏ ବରଗଡ଼ରେ ରହି ଜଣେ ବ୍ୟକ୍ତିକୁ ଜେରା କରିଥିଲେ। ୧୮ ଓ ୧୯ ଦୁଇ ଦିନ ରହିବା ପରେ ଗତକାଲି ଏଠାରୁ ଯାଇଥିଲେ। ବରଗଡ଼ ଆସିବା ପରେ STF ଟିମ୍‌ ଆମକୁ ଅବଗତ କରିଥିଲେ’।

କୁହାଯାଉଛି ଯେ, ବୋମା ତିଆରିରେ ମାହିର ଗୁଡ୍ଡୁ ମୁସଲିମ୍‌ ଓଡ଼ିଶାର ପୁରୀ ରେ ଲୁଚିଥିଲା ଓ ଶେଷ ଲୋକେସନ ପୁରୀରୁ ହିଁ ମିଳିଥିଲା। ଶେଷ ଥର ପାଇଁ ଉତ୍ତରପ୍ରଦେଶ ଏସଟିଏଫ୍ ଗୁଡ୍ଡୁକୁ ପୁରୀରେ ଟ୍ରାକ୍ କରିଥିଲା। ଏମିତି କିଛି ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।

ଅସଦ ଓ ଗୁଲାମର ଏନ୍‌କାଉଣ୍ଟର ପରଠୁ ଗୁଡ୍ଡୁ ଅଣ୍ଡରଗ୍ରାଉଣ୍ଡ୍‌ ହୋଇଯାଇଛି। ଏସ୍‌ଟିଏଫ୍ ଟିମ୍‌ ଗୁଡ୍ଡୁକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏସ୍‌ଟିଏଫ୍‌ ଟିମ୍‌ ପୁରୀରେ ପହଞ୍ଚିବା ପରେ ଗୁଡ୍ଡୁ କେଉଁଆଡ଼େ ଗାଏବ ହୋଇଯାଇଥିଲା।

Advertisment
Advertisment