/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749015375.jpg)
Ukraine attacked on Crimea bridge
ରୁଷ୍-ୟୁକ୍ରେନ୍ ମଧ୍ୟରେ ପୁଣି ଘମାଘୋଟ୍ ସ୍ଥିତି। ୧୧ ଶହ କେଜିର ଅଣ୍ଡରୱାଟର୍ ବିସ୍ଫୋରକ ଖଞ୍ଜି ୟୁକ୍ରେନ୍ ଉଡ଼ାଇଲା ଗୁରୁତ୍ବପୂର୍ଣ୍ଣ କ୍ରିମିଆ ସେତୁ। କ୍ରିମିଆ ସେତୁ ଉପରେ ୟୁକ୍ରେନ ସିକ୍ୟୁରିଟି ସର୍ଭିସର ତୃତୀୟ ଥର ପାଇଁ ଏହା ସବୁଠୁ ଭୟାନକ ଆକ୍ରମଣ । ପାଣି ତଳେ ବିସ୍ଫୋରକ ବ୍ୟବହାର କରି ଏହି ବିସ୍ଫୋରଣ କରିଥିବା ଦାବି କରିଛି ୟୁକ୍ରେନ । ଏହି ସେତୁର କିଛି ପିଲରକୁ ଉଡ଼ାଇଥିବା ଦାବି କରିଛି। ଏଥିସହ ରାସ୍ତା ଓ ରେଳସେତୁକୁ ବି ଆକ୍ରମଣ କରାଯାଇଥିବା ଦାବି କରୁଛି। ସ୍ଥାନୀୟ ସମୟ ଭୋର ୪ଟା ୪୪ ମିନିଟରେ ଏହି ବିସ୍ଫୋରଣ ହୋଇଥିଲା ।
ଅଧିକ ପଢନ୍ତୁ: ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ସ୍ପେଶ୍ ମିଶନ୍; ସାଥିରେ ନେବେ ଭାରତୀୟ ଖାଦ୍ୟ ଓ ହଂସ
ତେବେ ରୁଷ କହିଛି ୩ ଘଣ୍ଟା ପାଇଁ ଏହି ସେତୁକୁ ବନ୍ଦ ରଖାଯାଇଥିଲା। ତେବେ ବର୍ତ୍ତମାନ ଏହା ଉପର ଦେଇ ଚଳାଚଳ ସ୍ବାଭାବିକ ଅଛି। ପୂର୍ବରୁ ୨୦୨୨ ଓ ୨୩ରେ ମଧ୍ୟ କ୍ରିମିଆ ବ୍ରିଜ୍ ଆଟାକ୍ କରିଥିଲା ୟୁକ୍ରେନ୍। ୨ ଦିନ ତଳେ ରୁଷର ୪ଟି ବାୟୁସେନା ଘାଟି ଉପରେ ବି ବଡ଼ ଡ୍ରୋନ୍ ହମଲା କରିଥିଲା ୟୁକ୍ରେନ। ଏଥିରେ ୪୦ରୁ ଅଧିକ ସାମରିକ ବିମାନ ଧ୍ବଂସ ହେବା ପରେ ପୁଟିନ୍ ଭୀଷଣ ଖପ୍ପା ଥିବା କୁହାଯାଉଛି।
ୟୁକ୍ରେନ ଭିତରେ ପଶିଥିବା ରୁଷୀୟ ସୈନ୍ୟଙ୍କୁ ବିଭିନ୍ନ ସାଧନ ଯୋଗାଇବା ପାଇଁ ଏହି ସେତୁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ୨୦୧୪ରେ ରୁଷ କ୍ରମିଆକୁ ଅକ୍ତିଆର କରିବା ପରେ ଏହାର ନିର୍ମାଣ କାର୍ଯ୍ୟ ହୋଇଥିଲା । କ୍ରିମିଆ ସେତୁ ଉପରେ ପୂର୍ବରୁ ୨୦୨୨ ଓ ୨୦୨୩ରେ ମଧ୍ୟ ଆକ୍ରମଣ ହୋଇଥିଲା । ୨୦୨୨ ଅକ୍ଟୋବରରେ ଏକ ବୋମା ଭର୍ତ୍ତି ଟ୍ରକ ଏହି ସେତୁ ଦେଇ ଯାଉଥିବା ବେଳେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଯାହାଫଳରେ କ୍ରିମିଆ ସେତୁ ଭୁଶୁଡି ପଡିବା ସହ ବହୁତ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ୨୦୨୩ରେ ୟୁକ୍ରେନର ଡ୍ରୋନ ଆକ୍ରମଣରେ ଏହି ବ୍ରିଜ ଦୁର୍ବଳ ହୋଇ ପଡିବା ସହ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)