Excise Commissioner In Action Mode
ଅବକାରୀ ବିଭାଗରେ ମାଳମାଳ ମାଫିଆ କର୍ମଚାରୀ। କିଏ ଚୋରା ମଦ କାରବାର କରୁଛି ତ ଆଉ କିଏ ଗଞ୍ଜେଇ ମାଫିଆଙ୍କ ସୁରକ୍ଷା କବଚ ପାଲଟିଛି। କାହା ନାଁରେ ଏକାଧିକ ମଦ କାଉଣ୍ଟର ତ ଆଉ କିଏ ଜବତ ହୋଇଥିବା କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ନେଇ ବିକ୍ରି କରି ଦେଉଛି। ଏପରି ଅଫିସର ମଧ୍ୟ ଅଛନ୍ତି ଯେଉଁମାନେ ଧଳା ଜହର ବେପାରୀଙ୍କ ଠାରୁ ମାସିକ ଶେୟାର ନେଉଥିବା ପ୍ରମାଣ ଅବକାରୀ କମିଶନରଙ୍କ ହାତରେ ଲାଗିଛି।
ଏଭଳି ପ୍ରମାଣ ପାଇବା ପରେ ଆକ୍ସନ ମୋଡରେ ଅବକାରୀ କମିଶନର। ଆରମ୍ଭ ହୋଇଛି ସଫେଇ ଅଭିଯାନ। ବର୍ଷକ ମଧ୍ୟରେ ୮ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ୨୦ ଜଣଙ୍କୁ ନିଲମ୍ବିତ କରିଛି ବିଭାଗ। ଚାକିରୀରୁ ବହିଷ୍କାର ହୋଇଥିବା ବାଲେଶ୍ବର ଅବକାରୀ କନଷ୍ଟେବଳ ଭାବେ କାମ କରୁଥିବା ରାଜୀବ କୁମାର ଭଞ୍ଜଙ୍କ ବିରୋଧରେ ମିଳିଥିବା ପ୍ରମାଣ ସମସ୍ତଙ୍କ ହୋସ୍ ଉଡାଇ ଦେବ। ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ଅଧିକ ପଢନ୍ତୁ: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର; ଲାଞ୍ଚ ନ ଦେବାରୁ ପ୍ରସୂତୀଙ୍କୁ ଛାଡ଼ିଲେନି !
ନାମକୁ ମାତ୍ର କନଷ୍ଟେବଲ ଥିଲେ ରାଜୀବ, ହେଲେ ବାସ୍ତବରେ ସେ ହିଁ ଉତ୍ତର ଓଡିଶାର ସବୁଠାରୁ ବଡ ଚୋରା ଦେଶୀ ଓ ବିଦେଶୀ ମଦ ସପ୍ଲାଏର ବୋଲି ପ୍ରମାଣ ପାଇଛନ୍ତି ଅବକାରୀ କମିଶନର। ଆଗକୁ ଏହି ଧାରା ଜାରି ରହିବ ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ।
ଏପଟେ ଅପରାଧୀଙ୍କୁ ଦମନ କରିବାକୁ କମିଶନରେଟ ପୋଲିସର ନୂଆ ପଦକ୍ଷେପ ନେଇଛି । ଏଣିକି ରାତି ଅଧିଆ ଖଟି ଉପରେ ନଜର ରଖିବ କମିଶନରେଟ ପୋଲିସ। ଚଢାଉ ହେବ ଏବଂ ବନ୍ଧା ହେବେ ରୋଡ ରୋମିଓ । ଭୁବନେଶ୍ବର ଡିସିପି ଏହି ସୂଚନା ଦେଇଛନ୍ତି । ସେହିପରି 48 ଘଣ୍ଟା ମଧ୍ୟରେ କମିଶନରେଟ୍ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଯେଉଥିରେ ଏକାଧିକ ଚୋରି ମାମଲରେ ପୋଲିସ଼କୁ ମିଲିଛି ସଫଳତା । ୧୫ ଜଣଙ୍କୁ ଗିରଫ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି । ଲୁଟତରାଜ୍ ଓ ଡ୍ରଗ୍ ଚାଲାଣକାରୀଙ୍କ ସହ ସମ୍ପୃକ୍ତି ଥିବା ଅପରାଧୀଙ୍କୁ ଧରାଯାଇଥିବା ଡିସିପି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731764468.jpg)