Advertisment

Tulsi Leaves in Child Feet For Worship: ବାଳକର ପାଦ ତଳେ ଦେଲେ ତୁଳସୀ; କହିଲେ, ‘ଇଏ କଳ୍କି ଅବତାର’

କୁନି ପିଲାର ପାଦ ତଳେ ତୁଳସୀ । ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋକୁ ନେଇ ଚର୍ଚ୍ଚା । ଥାନାରେ ଫେରାଦ ହେଲେ ସମାଜସେବୀ ମହାସଂଘ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Tulsi Leaves Offered At Child Feet For Worship

Tulsi Leaves Offered At Child Feet For Worship

ବାଳକର ପାଦ ତଳେ ତୁଳସୀ ପ୍ରସଙ୍ଗରେ ବଢିଲା ବିବାଦ। ତାଙ୍କୁ ଭଗବାନଙ୍କ ଅବତାର ବୋଲି କହିଲେ ସୁଧର୍ମା ମହାସଭା ସଭାପତି ପାଣ୍ଡବ ପରିଡ଼ା। ଏହି ବାଳକକୁ ପାଣ୍ଡବ ପ୍ରଭୁ ଜଗନ୍ନାଥଙ୍କ କଳ୍କୀ ଅବତାର ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ମାଳିକାରେ ହୋଇଥିବା ବର୍ଣ୍ଣନା ଅନୁସାରେ ସେ ଯାଜପୁରରେ ଜନ୍ମ ହୋଇଥିବାବେଳେ ଗୁପ୍ତ ଖଣ୍ଡଗିରିରେ ବାସ କରୁଛନ୍ତି । ଭଗବାନଙ୍କୁ ସହିପାରୁନଥିବା କିଛି ଦୁଷ୍ଟ ବ୍ୟକ୍ତି ତାଙ୍କୁ ବିରୋଧ କରୁଛନ୍ତି । ଏହାସହ ଯେଉଁ ଫଟୋକୁ ନେଇ ବିବାଦ ହେଉଛି, ତାହା ପ୍ରାୟ ୧୦ ବର୍ଷ ତଳର। ଏବେ ପାଦରେ ନୁହେଁ ବରଂ ମୁଣ୍ଡରେ ତୁଳସୀ ଲାଗି କରୁଥିବା କହିଛନ୍ତି ପାଣ୍ଡବ। 

Advertisment

ଅନ୍ୟପଟେ ଅଭିଯୋଗକାରୀ କହିଛନ୍ତି, ଧର୍ମ ନାଁରେ ଲୋକଙ୍କୁ ମିଛ ଗପ ଶୁଣାଇ ଭୟଭୀତ କରାଯାଉଛି । ପିଲାକୁ ପାଠ ପଢାଇବା ବଦଳରେ ଏଭଳି ଶିକ୍ଷା ଦେବାକୁ ଲୋକମାନେ ବିରୋଧ କରିବା ସହ ସମାଲୋଚନା କରିଛନ୍ତି । 

ଅଧିକ ପଢନ୍ତୁ: Elephants In Odisha: ଡ୍ରୋନ କହିବ ଜଙ୍ଗଲରେ କେତେ ଅଛନ୍ତି ହାତୀ ?

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୭ରୁ ୮ ବର୍ଷ ଧରି ସେମାନେ ଏଠାରେ ରହିଆସୁଛନ୍ତି । ପିଲାଟି କେଟିଏମ୍ ଗାଡ଼ି ଧରି ବୁଲିବା ସହ କଲେଜରେ ପାଠ ପଢୁଥିବା ଲୋକମାନେ ଦେଖିଛନ୍ତି।  ଅଭିଯୋଗ ଅନୁସାରେ, ସଂପୃକ୍ତ ପିଲା ଭାଷ୍ୟକାର କାଶୀନାଥ ମିଶ୍ରଙ୍କ ପୁଅ ସତୀଶ ଚନ୍ଦ୍ର ମିଶ୍ର। ଏହାକୁ ନେଇ ଥାନାରେ ଫେରାଦ ହୋଇଛନ୍ତି ରାଜ୍ୟ ସମାଜସେବୀ ମହାସଂଘ। ଖାଲି ଏତିକି ନୁହେଁ କାଶୀନାଥଙ୍କ ଭୁବନେଶ୍ବର ଖଣ୍ଡଗିରି ଆଶ୍ରମରେ ବି ଅନେକ ବେଆଇନ କାମ ହେଉଥିବା ଅଭିଯୋଗ ହୋଇଛି। 

Advertisment

ରାଜ୍ୟ ସମାଜସେବୀ ମହାସଂଘ ସଦସ୍ୟ ସାଗର ସୁନ୍ଦର ଦାସ କହିଛନ୍ତି, କାଶୀନାଥ ମିଶ୍ର ନିଜକୁ ଭାଷ୍ୟକାର ଭାବେ ପରିଚୟ ଦିଅନ୍ତି। ସେ ନିଜ ପୁଅକୁ ଅନନ୍ତ ମାଧବ ଓ କଳ୍‌କୀ ଅବତାର ବୋଲି ସମସ୍ତଙ୍କ ଆଗରେ ପ୍ରତିପାଦିତ କରି ଆସୁଛନ୍ତି। ତାଙ୍କ ପୁଅର ଗୋଡ଼ ତଳେ ମା’ ତୁଳସୀ  ଓ ଭାଗବତ ଟୁଙ୍ଗୀ ରଖାଯାଉଛି। ମହାପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ତୁଳସୀ ଶୋଭାପାନ୍ତି। ତାଙ୍କୁ ଗୋଡ଼ ତଳେ ରଖାଯାଉଛି। ଏହା ବିରୋଧରେ ତଦନ୍ତ କରାଯିବା ଦରକାର। ଏଥିସହ ଆଶ୍ରମରେ ଅନୈତିକ କାର୍ଯ୍ୟ କରାଯାଉଛି ବୋଲି ଲୋକମାନେ କହୁଛନ୍ତି। ଏହାର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। 

Photos Social Media Child
Advertisment
Advertisment