Advertisment

Pallahara Bribery Case: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର; ଲାଞ୍ଚ ନ ଦେବାରୁ ପ୍ରସୂତୀଙ୍କୁ ଛାଡ଼ିଲେନି !

ଲାଞ୍ଚ ନେବା ଓ ଦେବା ଅପରାଧ। ହେଲେ ଏହାକୁ ଫୁ କରି ଉଡ଼ାଇ ଦେଇଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ। ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Bribe

Bribe

ଲାଞ୍ଚ ନେବା ଓ ଦେବା ଅପରାଧ। ହେଲେ ଏହାକୁ ଫୁ କରି ଉଡ଼ାଇ ଦେଇଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ। ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି । ପ୍ରସବ ପାଇଁ ଲାଞ୍ଚ ଦିଅ, ନହେଲେ ଡାକ୍ତରଖାନା ଛାଡ଼ିପାରିବନି ବୋଲି ରୋଗୀଙ୍କ ସଂପର୍କୀୟଙ୍କୁ ତାଗିଦ୍ କରିଥିବା ଅଭିଯୋଗ ହୋଇଛି।

Advertisment

ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର ୨୫ ତାରିଖରେ ପରାଛାଟ ଗାଁର ପ୍ରତାପ କୁମାର ସାହୁଙ୍କ ସ୍ତ୍ରୀ ପ୍ରସବ ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରସବ ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ ଜଣେ ନର୍ସ । ପ୍ରତାପ ଧାର କରଜ କରି ଟଙ୍କା ଦେଇଥିଲେ । ତେବେ ଏନେଇ ଅଭିଯୋଗ ପରେ ସଂପୃକ୍ତ ନର୍ସ ଟଙ୍କା ଫେରାଇଦେଇଥିବା ସୂଚନା ମିଳିଛି । ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେଡିକାଲ ଇନଚାର୍ଜ ଅଫିସର ପ୍ରତିଶ୍ରୁତି ଦେଇଥିଲେ ହେଁ ଆଜି ଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି ।

ଏହି ଘଟଣାକୁ ଦିନ କେଇଟା ନ ବିତୁଣୁ ପୁଣି ସମାନ ଅଭିଯୋଗ ଆସିଛି। ୧୩ ତାରିଖ ସନ୍ଧ୍ୟାରେ ଝାରବେଡା ପଞ୍ଚାୟତ ଜାମ୍ୱୁଆ ଗାଁର ଶ୍ରୀତମ ପୂର୍ତ୍ତି ତାଙ୍କ ସ୍ତ୍ରୀଙ୍କୁ ପ୍ରସବ ଯନ୍ତ୍ରଣା ପରେ ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ କାଗଜପତ୍ର ଦେଖିବା ବାହାନା କରି ସେତେବେଳେ ଡ୍ୟୁଟିରେ ଥିବା ନର୍ସ ତାଙ୍କୁ ଟଙ୍କା ମାଗିଥିଲେ । କିନ୍ତୁ ସରକାରୀ ମେଡିକାଲରେ କାହିଁକି ଟଙ୍କା ଦେବି ବୋଲି ପ୍ରତିବାଦ କରିଥିଲେ ଶ୍ରୀତମ । ଏହାପରେ ସ୍ତ୍ରୀଙ୍କୁ ମେଡିକାଲ୍‌ରୁ ସ୍ତ୍ରୀଙ୍କୁ ନେବା କଥା କହିବାରୁ ସେମାନେ ଛାଡ଼ି ନଥିବା ଅଭିଯୋଗ ହୋଇଛି।

Advertisment

ଏପଟେ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅନୁଗୁଳ CDMO । ସେ କହିଛନ୍ତି, ପୂର୍ବ ଅଭିଯୋଗ ଉପରେ କାର୍ଯ୍ୟାନଷ୍ଠାନ ହୋଇଛି ଓ ଏହି ଘଟଣା ସଂପର୍କରେ ସେ ଅବଗତ ନାହାନ୍ତି। ତେବେ ସେ ଏ ବିଷୟରେ ପଚରାଉଚରା କରିବେ ବୋଲି କହିଛନ୍ତି। ମାତ୍ର ପୂର୍ବ ଘଟଣାର କାର୍ଯ୍ୟାନୁଷ୍ଠାନ ନେଇ ମୁହଁ ଖୋଲି ନାହାନ୍ତି।

Govt Hospitals Bribe
Advertisment
Advertisment