ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍
ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍ । ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ଚାଲିଛି ED ପକ୍ଷରୁ ରେଡ୍ କରାଯାଉଛି । ଆଜି ସକାଳ ୭ଟାରୁ ED ପକ୍ଷରୁ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ରେଡ୍ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ED ରେଡ୍ କରୁଛି । ବେଆଇନ ଅର୍ଥ କାରବାର ନେଇ ନିରଞ୍ଜନଙ୍କ ଘରେ ଇଡି ରେଡ୍ କରିଥିବା ଜଣାପଡ଼ିଛି । ତେବେ କେଉଁ ଘଟଣାକୁ ନେଇ ରେଡ୍ ହେଉଛି ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେହିପରି ED ରେଡ୍ ନେଇ ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଅଧିକ ପଢ଼ନ୍ତୁ: 'ମୋ ସହ ଷଡ଼ଯନ୍ତ୍ର ହୋଇଛି, ସମୟ ଆସିଲେ ସତ ସାମ୍ନାକୁ ଆସିବ'
ସୂଚନା ଅନୁସାରେ ଆଜି ସକାଳ ୭ଟାରୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ରେଡ୍ କରାଯାଉଛି । ଇଡିର ୮ରୁ ୧୦ଜଣ ଅଧିକାରୀ ନିରଞ୍ଜନଙ୍କ ଘରେ ପହଞ୍ଚି ଚଢ଼ାଉ କରିଥିଲେ । ତେବେ କେବଳ ନିରଞ୍ଜନ ପଟ୍ଟନାୟକଙ୍କ ଘର ନୁହେଁ ତାଙ୍କ ଭାଇ ଓ ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ କରାଯାଉଥିବା ସୂଚନା ମିଳିଛି । ସେପଟେ ଭିତରେ ରେଡ୍ ଚାଲୁଥିବାବେଳେ ସୁରକ୍ଷା ଦୃଷ୍ଟିରୁ ନିରଞ୍ଜନଙ୍କ ଘର ଚାରିପଟେ ସିଆରପିଏଫ ଫୋର୍ସ ମୁତୟନ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734680302.jpg)