/odishatv-khabar/media/post_attachments/uploadimage/library/16_9/16_9_0/murder_1669691236.jpg)
murder
ଦମ୍ପତିଙ୍କୁ ଗୁଳି ମାରି ହତ୍ୟା । କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଲସର୍ଦା ଗାଁରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୃବୁର୍ତ୍ତ । ମୃତକ ହେଲେ ଲକ୍ଷ୍ମୀଧର ଆପଟ ଓ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟ । ଲକ୍ଷ୍ମୀଧରଙ୍କ ତେଜରାତି ଦୋକାନରେ ପଶି ଗୁଳି କରିଥିବା ସୂଚନା ମିଳିଛି । ସେମାନଙ୍କୁ ବଡ଼ବିଲ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାତି ପ୍ରାୟ ସାଢ଼େ ୮ଟାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ସତରେ କ’ଣ ବାପା ଏତେ ରାଗନ୍ତି ? ଝିଅ ନକହି ଘରୁ ବାହାରିଥିଲା, ଫେରିଲା ଗୁଳି ଖାଇଲା..
ଲସର୍ଦା ଗାଁରେ ଲକ୍ଷ୍ମୀଧରଙ୍କର ଏକ ଦୋକାନ ଅଛି। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ କିଛି ଦୁର୍ବୃତ୍ତ ପେଟ୍ରୋଲ୍ କିଣିବାକୁ ଲକ୍ଷ୍ମୀଧରଙ୍କ ଦୋକାନଙ୍କୁ ଆସିଥିଲେ । କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୁପ ଧାରଣ କରିଥିଲା । ପରେ ଦୁର୍ବୃତ୍ତମାନେ ଲକ୍ଷ୍ମୀଧର ଓ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ସେଠାରୁ ଚମ୍ପଟ ମାରିଥିଲେ ।
ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ଲକ୍ଷ୍ମୀଧର ଓ ତାଙ୍କ ସ୍ତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପାଟିତୁଣ୍ଡ ପରେ ହିଁ ଗୁଳି ମାଡ଼ ହୋଇଥିବା ଅନୁମାନ କରୁଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)