/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754226688.jpg)
Husband Murder
ଦିଲ୍ଲୀ ପୁଲିସ ଏକ ହତ୍ୟା ମାମଲାରେ ଜଣେ ମହିଳା ଏବଂ ତାଙ୍କ ପ୍ରେମିକକୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ମହିଳାଜଣକ ତାଙ୍କ ପ୍ରେମିକଙ୍କ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ମୃତଦେହକୁ ହରିୟାଣାର ସୋନିପତରେ ଏକ ନାଳରେ ଫୋପାଡ଼ି ଦିଆଯାଇଥିଲା। ଅଭିଯୁକ୍ତଙ୍କୁ ଏକ ବର୍ଷ ପରେ ଗିରଫ କରାଯାଇଛି। ତେବେ ବିଜୟ ନାମକ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।
ଅଭିଯୁକ୍ତ ମହିଳାଙ୍କ ପରିଚୟ ଦିଲ୍ଲୀର ଅଲିପୁର ନିବାସୀ ସୋନିଆ ଭାବେ ହୋଇଛି। ତାଙ୍କ ପ୍ରେମିକ ରୋହିତ ହରିୟାଣାର ସୋନିପତର ବାସିନ୍ଦା।ପୁଲିସ ଅନୁସାରେ ୫ ଜୁଲାଇ ୨୦୨୪ରେ ସୋନିଆ ସୋନିପତରେ ତାଙ୍କ ଭଉଣୀ ଘରେ ଥିଲେ। ସ୍ବାମୀ ପ୍ରୀତମ ତାଙ୍କୁ ସାଙ୍ଗରେ ନେଇଯିବା ପାଇଁ ସେଠାରେ ପହଞ୍ଚିଥିଲେ, କିନ୍ତୁ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ପ୍ରୀତମ ଏକାକୀ ଫେରିଯାଇଥିଲେ।
ଅଭିଯୋଗ ଅନୁସାରେ, ସେହି ଦିନ ସୋନିଆ ତାଙ୍କ ଭଉଣୀଙ୍କ ଦିଅର ବିଜୟକୁ ତାଙ୍କ ସ୍ୱାମୀଙ୍କ ହତ୍ୟା ପାଇଁ ୫୦,୦୦୦ ଟଙ୍କାର ଅଫର ଦେଇଥିଲେ। ପରେ ପ୍ରୀତମ ପୁଣିଥରେ ସେଠାକୁ ଫେରିଥିଲେ ଏବଂ ସୋନିଆଙ୍କୁ ସେହି ଘରେ ରହିବାକୁ ଅନୁରୋଧ କରିଥିଲେ।
#WATCH | Delhi | Crime Branch arrested Soniya, 34 years, resident of Alipur, Delhi, with her boyfriend Rohit, for conspiring to murder and dumping the body of her husband, Pritam Prakash, one year after the case was registered in PS Gannaur, Sonipat, Haryana.
(Source: Delhi… pic.twitter.com/IGpBRNJwq0
— ANI (@ANI) August 2, 2025
ସୋନିଆ ତାଙ୍କୁ ସେଠାରେ ରହିବାକୁ ଅନୁମତି ଦେଇଥିଲେ। ସେହି ରାତିରେ ସୋନିଆ ଛାତ ଉପରେ ଶୋଇଥିଲେ । ଅଭିଯୋଗ ଅନୁସାରେ ସେତେବେଳେ ବିଜୟ, ପ୍ରୀତମଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଅଗ୍ୱାନପୁର ନିକଟରେ ଏକ ନାଳରେ ଫୋପାଡ଼ି ଦେଇଥିଲେ। ବିଜୟ ସୋନିଆଙ୍କୁ ମୃତଦେହର ଏକ ଭିଡିଓ ପଠାଇଥିଲେ, ଯାହା ପରେ ଡିଲିଟ କରାଯାଇଥିଲା। ୨୦ ଜୁଲାଇ ୨୦୨୫ରେ, ସୋନିଆ ସ୍ବାମୀ ନିଖୋଜ ଥିବା ଅଭିଯୋଗ ଦାଖଲ କରିଥିଲେ। ସେ ଦାବି କରିଥିଲେ ଯେ ତାଙ୍କ ସ୍ୱାମୀ ବାହାରକୁ ଯାଇଥିଲେ ଏବଂ ଫେରି ନାହାନ୍ତି।
ପ୍ରଥମେ ଏହାକୁ ଏକ ସାଧାରଣ ନିଖୋଜ ମାମଲା ଭାବେ ଗ୍ରହଣ କରାଯାଇଥିଲା। କିନ୍ତୁ ଅନେକ ସପ୍ତାହ ପର୍ଯ୍ୟନ୍ତ ପୀଡ଼ିତ ବ୍ୟକ୍ତି କୌଣସି ଡିଜିଟାଲ ପ୍ଲାଟଫର୍ମରେ ସକ୍ରିୟ ନଥିଲେ କିମ୍ବା କୌଣସି ଆର୍ଥିକ ନେଣଦେଣ କରି ନଥିଲେ। ପ୍ରାୟ ସେହି ସମୟରେ ପୁଲିସ ସେହି ଅଞ୍ଚଳରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ, କିନ୍ତୁ ତାଙ୍କର ପରିଚୟ ଜଣାପଡ଼ି ନଥିଲା। ତେବେ, ତାଙ୍କର ପୋଷ୍ଟମର୍ଟମ କରାଯାଇଥିଲା ଏବଂ ଡିଏନଏ ନମୁନା ସୁରକ୍ଷିତ ରଖାଯାଇଥିଲା।
ପ୍ରାୟ ଏକ ବର୍ଷ ପରେ ପୁଲିସକୁ ଜଣାପଡ଼ିଲା ଯେ ପ୍ରୀତମଙ୍କ ମୋବାଇଲ ନମ୍ବର ପୁନର୍ବାର ସକ୍ରିୟ ହୋଇଛି। ଜଣାପଡ଼ିଲା ଯେ ଫୋନଟି ସୋନିପତରେ ସକ୍ରିୟ ଅଛି। ଏହାପରେ ପୁଲିସ ରୋହିତଙ୍କ ପାଖରେ ପହଞ୍ଚିଥିଲା। ପୁଲିସ କହିଛି ଯେ ରୋହିତ ପ୍ରଥମେ କଥା ବୁଲେଇଥିଲେ । କିନ୍ତୁ ପରେ ସେ ସତ କହିଥିଲେ ଏବଂ ନିଜର ଅପରାଧ ସ୍ୱୀକାର କରିଥିଲେ।
ଡେପୁଟି କମିଶନର ଅଫ ପୁଲିସ (କ୍ରାଇମ) ହର୍ଷ ଇନ୍ଦୌରା କହିଛନ୍ତି ଯେ ରୋହିତ ପୁଲିସକୁ କହିଥିଲେ ଯେ ସେ ସୋନିଆଙ୍କ ସହ ସମ୍ପର୍କରେ ଥିଲେ ଏବଂ ଉଭୟେ ମିଶି ପ୍ରୀତମଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ। ସେ ସ୍ୱୀକାର କରିଥିଲେ ଯେ ସୋନିଆ କଥିତ ରୂପେ ତାଙ୍କ ସ୍ୱାମୀଙ୍କ ହତ୍ୟା ପାଇଁ ବିଜୟକୁ ଟଙ୍କା ଦେଇଥିଲେ।
ପୁଲିସ କହିଛି ଯେ ସୋନିଆ ପରେ ପ୍ରୀତମଙ୍କ ଅଟୋ ରିକ୍ସାକୁ ୪.୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ଏବଂ ତାଙ୍କ ମୋବାଇଲ ରୋହିତଙ୍କୁ ଦେଇଥିଲେ। ଡେପୁଟି କମିଶନର କହିଛନ୍ତି, ମୃତ ପ୍ରୀତମ ପ୍ରକାଶ (ସୋନିଆଙ୍କ ସ୍ୱାମୀ) ଅଲିପୁରର ଜଣେ କୁଖ୍ୟାତ ହିଷ୍ଟ୍ରିସିଟର ଥିଲେ। ତାଙ୍କ ନାଁରେ ୧୦ରୁ ଅଧିକ ମାମଲା ଥିଲା। ଅଦାଲତ ତାଙ୍କୁ ଫେରାର ଘୋଷଣା ମଧ୍ୟ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)