/odishatv-khabar/media/post_attachments/uploadimage/library/16_9/16_9_0/detain_1754212857.jpg)
detain
ନାଗପୁରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନାଗପୁରସ୍ଥିତ ବାସଭବନକୁ ବୋମାରେ ଉଡ଼ାଇବାକୁ ଧମକ ଦେଇଛି ଜଣେ ଯୁବକ । ଏହି ଯୁବକକୁ ପୋଲିସ ଉଠାଇ ନେଇଛି । ତାକୁ ଏବେ ପୋଲିସ ହେପାଜତରେ ରଖାଯାଇଛି। ଅଭିଯୁକ୍ତର ନାଁ ହେଉଛି ଉମେଶ ବିଷ୍ଣୁ ରାଉତ । ସେ ନାଗପୁର ମେଡିକାଲ ଛକ ନିକଟରେ ଥିବା ଏକ ଦେଶୀ ମଦ ଦୋକାନରେ କାମ କରେ।
ଶନିବାର ଦିନ ନାଗପୁର ପୋଲିସ ନିୟନ୍ତ୍ରଣ କକ୍ଷକୁ ଏକ କଲ ଆସିଥିଲା । ସେଥିରେ କୁହାଯାଇଥିଲା ଯେ ଗଡ଼କରୀଙ୍କ ବାସଭବନକୁ ୧୦ ମିନିଟ ମଧ୍ୟରେ ବୋମାରେ ଉଡ଼ାଇ ଦିଆଯିବ। ଏହି କଲଟି ୧୧୨ ହେଲ୍ପଲାଇନ ନମ୍ବରକୁ କରାଯାଇଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲ କରିଥିବା ଯୁବକକୁ ଚିହ୍ନଟ କରିଥିଲା । ତାକୁ ସକ୍କରଦାରାସ୍ଥିତ ବୀମା କ୍ଲିନିକରୁ ଗିରଫ କରିଥିଲା।
ଉମେଶ ରାଉତ ମଦ ନିଶାରେ ଏହି କଲ କରିଥିଲା। ପୋଲିସ ସନ୍ଦେହ କରୁଛି ଯେ ଦୁଷ୍ଟାମୀ କରିବାକୁ ସେ ଏହି କଲ୍ କରିଥିଲା । କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି। ଅଭିଯୁକ୍ତକୁ ପଚରାଉଚରା କରାଯାଉଛି । ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ଥିଲା କି ନାହିଁ, ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି । ଏହି ଘଟଣା ପରେ ଗଡ଼କରୀଙ୍କ ବାସଭବନର ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)