/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674467663.jpg)
Deceased Manoranjan's wife Mili is the mastermind of the crime
ମୋ ଧନକୁ କିଏ ମାଇଲା ଲୋ... ମୁଁ କିଛି ଜାଣିପାରୁନି... ମୋ ସବୁ କିଛି ଭାସିଗଲା... କାଲି ଯିଏ ବୁକୁ ଫଟେଇ କାନ୍ଦୁଥିଲା ଆଜି ସେଇ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ନିର୍ଯାତନା ବଢ଼ିବାରୁ ସ୍ୱାମୀକୁ ମାରିଦେଲା ସ୍ତ୍ରୀ। ଖୋର୍ଦ୍ଧା ନାଚୁଣୀ ଥାନା ହରିପୁର ଜଙ୍ଗଲରେ ସୁଟକେସ୍ରୁ ମୃତଦେହ ମିଳିବା ଘଟଣାରେ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋର୍ଦ୍ଧା ଏସ୍ପି। ପ୍ରେସମିଟ୍ କରି ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛନ୍ତି ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କାଟାରିଆ। ମୃତକ ମନୋରଂଜନଙ୍କ ପତ୍ନୀ ମିଲି ହିଁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ସେ କହିଛନ୍ତି।
ମିଲି ନିଜ ସଂପର୍କୀୟ ଭାଇ ଓ ସହଯୋଗୀଙ୍କ ଜରିଆରେ ହତ୍ୟା କରିଛି। ମନୋରଂଜନ ନିୟମିତ ମିଲିକୁ ମାରଧର କରୁଥିଲେ ବୋଲି ଏସ୍ପି କହିଛନ୍ତି। ନିର୍ଯାତନା ଅସହ୍ୟ ହେବାରୁ ହତ୍ୟା ଯୋଜନା କରିଥିଲେ ପତ୍ନୀ। ମିଲି ଯୋଜନା ଅନୁସାରେ ଏକ ରଶିରେ ତଣ୍ଟିକୁ ଚିପି ହତ୍ୟା କରାଯାଇଛି। ଏକ ନୂଆ ସୁଟକେସ୍ କିଣାଯାଇ ସେଥିରେ ମୃତଦେହ ରଖି ଫିଙ୍ଗାଯାଇଥିଲା।
ଘଟଣାରେ ସଂପୃକ୍ତ ପତ୍ନୀ ମିଲି ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏଥିସହ ତିନି ଅଭିଯୁକ୍ତଙ୍କୁ ଚଣ୍ଡେଶ୍ୱର ସ୍ଥିତ ଭଡାଘର ଓ ହରିପୁର ଜଙ୍ଗଲରେ ଯେଉଁଠି ବ୍ରିଫକେସ୍ ପଡିଥିଲା ସେ ସ୍ଥାନକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଛି। ଗତକାଲି ଖୋର୍ଦ୍ଧା ନାଚୁଣୀ ନିକଟ ହରିପୁର ରୋଡ୍ ତାରିଣୀ ମନ୍ଦିର ନିକଟରେ ଟ୍ରଲି ବ୍ୟାଗ୍ ଭିତରୁ ମନୋରଂଜନ ମହାପାତ୍ରଙ୍କ ମୃତଦେହ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)