Advertisment

ଟ୍ରଲି ବ୍ୟାଗରୁ ମିଳିଲା ସ୍ୱାମୀର ମୃତଦେହ ! ସ୍ତ୍ରୀ କହିଲା- ‘ମୋ ସ୍ୱାମୀଙ୍କ ବହୁତ ଶତ୍ରୁ ଅଛନ୍ତି’

ଯୁବକଙ୍କୁ ମାରି ଟ୍ରଲି ବ୍ୟାଗ୍‌ରେ ଭର୍ତ୍ତି କରି ଫିଙ୍ଗି ଦେବା ଘଟଣାରେ ନୂଆମୋଡ଼। ମୃତ ଯୁବକଙ୍କ ମୁଣ୍ଡରେ ଏକ ପୁରୁଣା କ୍ଷତ ଚିହ୍ନ ଥିବା ଏବଂ ତାକୁ ବ୍ୟାଣ୍ଡେଜ୍ କରାଯାଇଥିବା ଦେଖିବାକୁ ମିଳିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Killed, Body Stuffed In Suitcase

Man killed, body stuffed in suitcase

ଯୁବକଙ୍କୁ ମାରି ଟ୍ରଲି ବ୍ୟାଗ୍‌ରେ ଭର୍ତ୍ତି କରି ଫିଙ୍ଗି ଦେବା ଘଟଣାରେ ନୂଆମୋଡ଼। ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ମହିଳା ଜଣକ ମୃତକଙ୍କ ପତ୍ନୀ ବୋଲି ଜଣାପଡ଼ିଛି। 

Advertisment

ସୂଚନାଥାଉ କି, ଗତକାଲି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ହରିପୁର ରୋଡ୍ ତାରିଣୀ ମନ୍ଦିର ନିକଟରେ ଟ୍ରଲି ବ୍ୟାଗ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାସ୍ଥଳରେ ପୋଲିସ୍‌, ଡଗ୍‌ ସ୍କ୍ୱାଡ୍‌, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ। ମୃତ ଯୁବକ ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଲାଖପଡ଼ାର ମନୋରଞ୍ଜନ ମହାପାତ୍ର ବୋଲି ଜଣାପଡ଼ିଥିଲା।ମୃତକଙ୍କୁ ତାଙ୍କ ପତ୍ନୀ ଆସି ଚିହ୍ନଟ କରିଥିଲେ। 

ମନୋରଞ୍ଜନଙ୍କ ମୁଣ୍ଡରେ ଏକ ପୁରୁଣା କ୍ଷତ ଚିହ୍ନ ଥିବା ଏବଂ ତାକୁ ବ୍ୟାଣ୍ଡେଜ୍ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହାସହ ତାଙ୍କ ବେକରେ ମଧ୍ୟ ଦାଗ ଥିବା ପୋଲିସ ସୂଚନା ଦେଇଥିଲା।ମୃତଦେହକୁ ଉଦ୍ଧାର କରି ପୋଲିସ୍‌ ପୋଷ୍ଟମର୍ଟମ ପାଇଁ ପଠାଇଛି। ମନୋରଞ୍ଜନଙ୍କ ପତ୍ନୀଙ୍କ କହିବା ଅନୁସାରେ, ମନୋରଞ୍ଜନ ସୋସିଆଲ ମିଡିଆରେ ବିଭିନ୍ନ ଲେଖା ଲେଖୁଥିଲେ। ତେଣୁ ତାଙ୍କର ବହୁତ ଶତ୍ରୁ ଅଛନ୍ତି। 

Advertisment
Murder Murder Case
Advertisment
Advertisment