Advertisment

ପୋଲିସ ମିତ୍ର କହି ମାଗଣା ଖାଉଥିଲେ, ଟଙ୍କା ମାଗିବାରୁ ମାରି ଗୋଡ଼ାଇଲେ

କ୍ରାଇମର ହଟସ୍ପଟ ପାଲଟି ଗଲାଣି ରାଜଧାନୀ । ଅପରାଧ ନିୟନ୍ତ୍ରଣ ନେଇ କମିଶନରେଟ ପୋଲିସ ବାହାସ୍ପୋଟ ମାରୁଥିଲେ ହେଁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। କଥା କଥାକେ ଏଠି ବୁଲୁଛି ଖଣ୍ଡାକାତି।

author-image
Minati Mishra
ଅଦ୍ୟତନ ହୋଇଛି
Crime in Bhubaneswar

crime in capital

କ୍ରାଇମର ହଟସ୍ପଟ ପାଲଟି ଗଲାଣି ରାଜଧାନୀ । ଅପରାଧ ନିୟନ୍ତ୍ରଣ ନେଇ କମିଶନରେଟ ପୋଲିସ ବାହାସ୍ପୋଟ ମାରୁଥିଲେ ହେଁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। କଥା କଥାକେ ଏଠି ବୁଲୁଛି ଖଣ୍ଡାକାତି।  କଥା କଥାକେ ଭୁବନେଶ୍ୱର ରେ ହଣାକଟା। ମଞ୍ଚେଶ୍ୱର ଚକେଇସିଆଣିରେ ଗତକାଲି ପୁଣି ଏକ ମରଣାନ୍ତକ ଆକ୍ରମଣ କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ  ଉଠାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଭିଯୁକ୍ତ ପୋଲିସ ମିତ୍ରର ପରିଚୟ ଦେଇ ଏପରି ଅପରାଧ ଘଟାଇଥିବାବେଳେ ପୋଲିସ ପ୍ରକୃତ ଅପରାଧୀକୁ ନ ଧରି ଅଭିଯୋଗକାରୀଙ୍କ ଜଣେ ବନ୍ଧୁଙ୍କୁ ଧରି ନେଇଥିବା କୁହାଯାଉଛି।

Advertisment

ମଞ୍ଚେଶ୍ୱର ଚକେଇସିଆଣିି ଶନିଶ୍ଚର ବଜାର ନିକଟରେ ଜଣେ ଫାଷ୍ଟଫୁଡ୍ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କିଛି ଯୁବକ ଖାଇବାକୁ ଆସି ଗଣ୍ଡଗୋଳ ଭିଆଇବା ସହ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି।  ଆକ୍ରମଣରେ ସଂପୃକ୍ତ ଦୋକାନୀ ଗୁରୁତର ହୋଇଛନ୍ତି।  ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଦୋକେନୀ। ଦୋକାନୀ ଜଣକ ହେଲେ ଜୀବନ ଜ୍ୟୋତି ମହାନ୍ତି।

ଅଧିକ ପଢ଼ନ୍ତୁ: ବିଚ୍‌ ରାସ୍ତାରେ କଟକରେ ଦାଦାଗିରି, ଆକ୍ସନ୍ ମୋଡ୍‌ରେ ପୋଲିସ୍

ଜୀବନ ଜ୍ୟୋତିଙ୍କ କହିବା କଥା, ପୋଲିସ ମିତ୍ର ଭାବେ କାମ କରୁଥିବା ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି। ପୂର୍ବରୁ ବହୁ ବାର ଏମିତି ଖାଇବାକୁ ଆସି ପଇସା ଦେଉ ନ ଥିଲେ।  ପୋଲିସ ମିତ୍ର ବୋଲି ନିଜକୁ ପରିଚୟ ଦେବା ସହ ଧମକ ଦେଇ ମାଗଣାରେ ଖାଇ ଚାଲି ଯାଉଥିଲେ। ଏହି ଘଟଣାକୁ ଜୀବନଜ୍ୟୋତି ବିରୋଧ କରିବାରୁ ତାଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଦୋକାନୀକୁ ଉଦ୍ଧାର କରିଛି।  ତେବେ ଅପରାଧ ଘଟଣାଇ ଦୁର୍ବୃତ୍ତ ଫେରାର ହୋଇଯାଇଛି।

Advertisment

 ଶିକାର ପରେ ସେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି। ତେବେ ପ୍ରକୃତ ଦୋଷୀକୁ ନଧରି ଓଲଟି ତାଙ୍କ ବନ୍ଧୁଙ୍କୁ ଧରି ପୋଲିସ ଅଟକ ରଖିଥିବା ଅଭିଯୋଗ କରିଛନ୍ତି ଜୀବନ ଜ୍ୟୋତି। ଏନେଇ ମଞ୍ଚେଶ୍ୱର ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Odisha Police Crimes In Odisha
Advertisment
Advertisment