Advertisment

Student Suicide Attempt Case: ଛାତ୍ରୀ ଆତ୍ମାହୂତି ଘଟଣା: FM କଲେଜ ପ୍ରିନ୍ସିପାଲ-ଏଜୁକେସନ ବିଭାଗ HOD ସସ୍‌ପେଣ୍ଡ...

ବାଲେଶ୍ୱର FM କଲେଜ ପ୍ରିନ୍ସିପାଲ ଓ ଏଜୁକେସନ ବିଭାଗ HOD ସସ୍‌ପେଣ୍ଡ । ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ, HOD ସମୀର ସାହୁ ସସ୍‌ପେଣ୍ଡ ହୋଇଛନ୍ତି ।

author-image
Sujit kumar Swain
Student Suicide Attempt Case

Student Suicide Attempt Case

ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ରୀ ଆତ୍ମାହୂତୀ ଘଟଣା ।ବାଲେଶ୍ୱର FM କଲେଜ ପ୍ରିନ୍ସିପାଲ ଓ ଏଜୁକେସନ ବିଭାଗ HOD ସସ୍‌ପେଣ୍ଡ । ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ, HOD ସମୀର ସାହୁ ସସ୍‌ପେଣ୍ଡ ହୋଇଛନ୍ତି । ଛାତ୍ରୀ ଆତ୍ମାହୂତି ଉଦ୍ୟମ ଘଟଣାରେ ଉଭୟଙ୍କୁ ସସ୍‌ପେଣ୍ଡ କଲା ଉଚ୍ଚଶିକ୍ଷା ବିଭାଗ । କାର୍ଯ୍ୟାନୁଷ୍ଠାନ ବାବଦରେ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Advertisment

ଆତ୍ମାହୁତି ଉଦ୍ୟମ ପୂର୍ବରୁ ନ୍ୟାୟ ପାଇଁ ପ୍ରିନସିପାଲ ଏବଂ ସହଦେବଖୁଣ୍ଟା ଥାନାରେ ଅଭିଯୋଗ ଆଣିଥିଲେ ପୀଡ଼ିତା। ଯଦିଓ ପ୍ରିନିସିପାଲ ଏକ କମିଟି ଗଠନ କରି ତଦନ୍ତ ଚଳାଇଥିଲେ, ମାତ୍ର ତାଙ୍କୁ ନ୍ୟାୟ ମିଳିନଥିଲା। 

ତେବେ କଲେଜର ଜଣେ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣି ଆଜି ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇଛନ୍ତି। ଛାତ୍ରୀ ଜଣକ ନିଜେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଜଣେ ଶିକ୍ଷକଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗରେ ଧାରଣାରେ ବସିଥିଲେ ଛାତ୍ରୀ। ପରେ ହଠାତ୍ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବା ଉଦ୍ୟମ କରିଥିଲେ।

Advertisment

ତାଙ୍କୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସରରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: କଂଗ୍ରେସ ସଭା ପାଇଁ କୋହଳ, ଜନତାଙ୍କ ପାଇଁ କଠୋର କାହିଁକି

Fakir Mohan Medical College Baleswar
Advertisment
Related Articles
Advertisment