/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752466133.jpg)
Shubhanshu Shukla
ଆଜି ମହାକାଶରୁ ଶୁଭାଂଶୁଙ୍କ ପୃଥିବୀ ବାହୁଡ଼ା । ୧୮ ଦିନର ରହଣି ଭିତରେ ପ୍ରାୟ ୩ ଶହଟି ସୂର୍ଯ୍ୟୋଦୟ ଦେଖି ଏବଂ କୋଟିଏ କିଲୋମିଟରରୁ ଅଧିକ ଯାତ୍ରା କରି ମହାକାଶରୁ ପୃଥିବୀକୁ ଫେରିବେ ଗଗନଯାତ୍ରୀ ଶୁଭାଂଶୁ ଶୁକ୍ଳା । ଆଉ କିଛି ଘଣ୍ଟା ପରେ ମହାକାଶରୁ ପୃଥିବୀ ଅଭିମୁଖେ ବାହୁଡ଼ିବେ ଶୁଭାଂଶୁ ଶୁକ୍ଳାଙ୍କ ସମେତ ଆକ୍ସିଅମ୍-4 ମିଶନର ସମସ୍ତ ୪ ଜଣ ମହାକାଶଚାରୀ ।
ଅଧିକ ପଢନ୍ତୁ: ସତ ହେଲା ଶୁଭାଂଶୁଙ୍କ ସ୍ବପ୍ନର ଉଡ଼ାଣ, ୧୪ ଦିନ ରହି କରିବେ ୬୦ ଏକ୍ସପେରିମେଣ୍ଟ
ଭାରତୀୟ ସମୟ ଅନୁସାରେ, ଆଜି ଅପରାହ୍ଣ ୪ଟା ୩୦ ବେଳେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ । ISSର ହାରମନି ମଡ୍ୟୁଲରୁ ଅନ୍-ଡକିଂ କରିବ କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ୍ । ଆସନ୍ତାକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ କାଲିଫର୍ଣ୍ଣିଆ ତଟରେ ଏହା ପ୍ରଶାନ୍ତ ମହାସାଗରରେ ଖସିବ ।
କେବଳ ୪ ଜଣ ମହାକାଶଚାରୀ ନୁହଁନ୍ତି, ସେମାନେ ସ୍ପେଶ ଷ୍ଟେସନରେ ୧୮ ଦିନ ରହିବା ଭିତରେ ସଂପୂର୍ଣ୍ଣ କରିଥିବା ୬୦ଟି ବୈଜ୍ଞାନିକ ପରୀକ୍ଷାନିରୀକ୍ଷାର ତଥ୍ୟ ଓ ନାସାର ହାର୍ଡୱେର ସମେତ ମୋଟ ୫୮୦ ପାଉଣ୍ଡ୍ ଓଜନର ସାମଗ୍ରୀ ଧରି ଫେରିବ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ୍ । ପୃଥିବୀରେ ପହଞ୍ଚିବା ପରେ ମହାକାଶଚାରୀଙ୍କ ସ୍ବାସ୍ଥ୍ୟପରୀକ୍ଷା କରାଯିବ । ମାଧ୍ୟାକର୍ଷଣ ଶକ୍ତି ସହ ଖାପ ଖୁଆଇବା ପାଇଁ ସେମାନଙ୍କୁ ୭ ଦିନ ରିହାବିଲିଟେସନ୍ ପିରିୟଡରେ ରଖାଯିବ।
ଭୂପୃଷ୍ଠରୁ ୪ ଶହ କିଲୋମିଟର ଉପରେ ଘଣ୍ଟାପ୍ରତି ୨୮ ହଜାର କିଲୋମିଟର ବେଗରେ ଦିନକୁ ୧୬ ଥର ପୃଥିବୀକୁ ପରିକ୍ରମା କରୁଛି ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନ୍ । ସେଠାରେ ୧୮ ଦିନ ବିତାଇବା ଭିତରେ ପ୍ରାୟ ୩ ଶହଟି ସୂର୍ଯ୍ୟୋଦୟ, ୩ ଶହଟି ସୂର୍ଯ୍ୟାସ୍ତ ଅନୁଭବ କରିବା ସହ ପ୍ରାୟ ୧ କୋଟି ୨୩ ଲକ୍ଷ କିଲୋମିଟର ଯାତ୍ରା କରିଥିବେ ଶୁଭାଂଶୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)