/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731414749.jpg)
ମହାନଦୀରୁ ମିଳିଲା ଛାତ୍ରଙ୍କ ମୃତଦେହ
କଟକରେ ମହାନଦୀରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ପଢୁଥିଲେ । କାଳିଆବୁଦା ନିକଟ ମହାନଦୀ ଘାଟରୁ ତାଙ୍କ ମୃତଦେହ ମିଳିଛି । ଛାତ୍ର ଜଣକ ଗତକାଲି ଘରୁ ସାଇକେଲ ଧରି ବାହାରକୁ ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ । ଘରକୁ ନ ଫେରିବାରୁ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଏତଲା କରିଥିଲେ ।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ; ହୁତୁହୁତୁ ହୋଇ ଜଳିଗଲା କପଡ଼ା ଗୋଦାମ
ତେବେ ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୃତ ଛାତ୍ର ଜଣକ ମଙ୍ଗଳାବାଗସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ । ତେବେ ଗତକାଲି ଛାତ୍ରଜଣକ ଘରୁ ସାଇକେଲ ଧରି କୁଆଡେ ବାହାରକୁ ଯାଇଥିଲେ । କିନ୍ତୁ ଘରକୁ ଆଉ ଫେରି ନଥିଲେ । ଯାହାଫଳରେ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗତକାଲି ରାତିରେ ପୋଲିସ୍ ପକ୍ଷରୁ ବହୁ ଖୋଜାଖୋଜି କରାଯିବା ସହ ମୃତ ଛାତ୍ରର ସହପାଠୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । କିନ୍ତୁ ନିଖୋଜ ଛାତ୍ରର କୌଣସି ସୂଚନା ପୋଲିସ୍ ପାଇପାରିନଥିଲା ।
ତେବେ ଆଜି ସକାଳୁ ମହାନଦୀରୁ ନିଖୋଜ ଷଷ୍ଠ ଶ୍ରେଣୀ ଛାତ୍ର ଜଣଙ୍କର ମୃତଦେହ ଠାବ କରାଯାଇଛି । ମୃତଦେହ ମିଳିଥିବା ସ୍ଥାନରୁ ଛାତ୍ରଙ୍କ ସ୍କୁଲ ମଧ୍ୟ ଅତି ନିକଟରେ । ତେବେ ତାଙ୍କର କିଭଳି ମୃତ୍ୟୁ ହେଲା ଓ ମୃତଦେହ କିପରି ମହାନଦୀରେ ପଡ଼ିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସେପଟେ ପୋଲିସ୍ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)