Advertisment

ମାମଲା ରଫାଦଫା ପାଇଁ ୩୩ ଲକ୍ଷ ଡିଲ୍‌ ! ED ଚାର୍ଜସିଟ୍‌ ଖୋଲିଲା ପ୍ରଡ୍ୟୁସରଙ୍କୁ ବ୍ଲାକ୍‌ମେଲିଂ ପଛର ସତ

ହନିଟ୍ରାପ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ସିନେ ପ୍ରଯୋଜକ ପ୍ରମୋଦଙ୍କୁ କେମିତି ଯୌନ ନିର୍ଯାତନା ଜାଲରେ ଛନ୍ଦି ଟଙ୍କା ଆଦାୟ କରିଥିଲେ ତା’ର ଗୁମର ଖୋଲିଛି ଇଡି। ନାଗ ଦମ୍ପତିଙ୍କୁ ସିନେ ପ୍ରଯୋଜକ ୩୩ ଲକ୍ଷ ଟଙ୍କା ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Archana Nag Case

Film producer Pramod Swain gave Rs 33 lakh to accused Archana Nag

ଇଡି ଚାର୍ଜସିଟ୍‌ ଖୋଲିଲା ସିନେ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ହନିଟ୍ରାପ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ କରିଥିବା ବ୍ଲାକ୍‌ମେଲିଂ ପଛର ସତ। ଅର୍ଚ୍ଚନା, ସିନେ ପ୍ରଯୋଜକ ପ୍ରମୋଦଙ୍କୁ କେମିତି ଯୌନ ନିର୍ଯାତନା ଜାଲରେ ଛନ୍ଦି ଟଙ୍କା ଆଦାୟ କରିଥିଲେ ତା’ର ଗୁମର ଖୋଲିଛି ଇଡି। ନାଗ ଦମ୍ପତିଙ୍କୁ ସିନେ ପ୍ରଯୋଜକ ୩୩ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ରଫାଦଫା ହୋଇଯାଇଥିଲା ମାମଲା।  ୫ବର୍ଷ ପୂର୍ବେ କେମିତି ବ୍ଲାକମେଲିଂ  ମାମଲାକୁ ରଫାଦଫା ପାଇଁ ନାଗ ଦମ୍ଫତିଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଥିଲା, ତା’ର ସବୁ ସତ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ଇଡି। ୩ଟି ପର୍ଯ୍ୟାୟରେ ଲେଡି ବ୍ଲାକମେଲର ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ୩୩ ଲକ୍ଷ ଟଙ୍କା ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ, ଦ୍ୱିତୀୟରେ ୨୦ ଲକ୍ଷ ଏବଂ ତୃତୀୟ ପର୍ଯ୍ୟାୟରେ ୩ ଲକ୍ଷ ଟଙ୍କା ଜମା କରିଥିଲେ ପ୍ରମୋଦ।

Advertisment

୨୦୧୭, ନଭେମ୍ବର ୧୬ ତାରିଖରେ ଭୁବନେଶ୍ୱର ମହିଳା ଥାନାରେ ପ୍ରମୋଦ ସ୍ୱାଇଁଙ୍କ ବିରୋଧରେ ଅର୍ଚ୍ଚନା ନାଗ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଥିଲେ। ଏହାର ଦିନକ ପରେ ଅର୍ଥାତ୍‌ ନଭେମ୍ବର ୧୭ରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ ହୋଇଥିଲା। ଅର୍ଚ୍ଚନାଙ୍କ ଆକାଉଣ୍ଟରେ ୨ ଲକ୍ଷ ଏବଂ ଜଗବନ୍ଧୁଙ୍କ ଆକାଉଣ୍ଟରେ ୮ଲକ୍ଷ ଟଙ୍କା ଜମା ହୋଇଥିଲା। ଟଙ୍କା ଜମା ହେବାର ୨୪ ଘଣ୍ଟା ମଧ୍ୟରେ ହଠାତ୍ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ବିରୋଧରେ ଅର୍ଚ୍ଚନା ମାମଲା ପ୍ରତ୍ୟାହାର କରିନେଇଥିଲେ।

ଅଧିକ ପଢ଼ନ୍ତୁ: ନୟାଗଡ଼ର କେଉଁ ନେତାଙ୍କୁ ବ୍ଲାକମେଲିଂ କରୁଥିଲେ ଅର୍ଚ୍ଚନା ନାଗ ?

୨୦୧୭ ଡିସେମ୍ବର ୫ ତାରିଖରେ ଜଗବନ୍ଧୁଙ୍କ ଆକାଉଣ୍ଟରେ ୩ ଲକ୍ଷ , ୮ ତାରିଖରେ ୫ ଲକ୍ଷ ଓ ୨୨ ତାରିଖରେ ୧ ଲକ୍ଷ ୭୦ ହଜାର ଟଙ୍କା ଜମା ହୋଇଥିଲା। ଡିସେମ୍ବର ୮ ତାରିଖରେ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଜମା ହୋଇଥିଲା ୨ ଲକ୍ଷ ଟଙ୍କା। ଏହି ୩ଟି ତାରିଖରେ ମୋଟ୍‌ ୨୧ ଲକ୍ଷ ୭୦ ହଜାର ଟଙ୍କା ଜମା ହୋଇଥିଲା। ସେହିପରି ଡିସେମ୍ବର ୮ ତାରିଖରେ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଅଭିଯୁକ୍ତ ଖଗେଶ୍ୱରର ଆକାଉଣ୍ଚକୁ ଯାଇଥିଲା ୧୦ ଲକ୍ଷ ଟଙ୍କା। ଇଡି ସାମ୍ନାରେ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ ଅର୍ଚ୍ଚନାଙ୍କୁ ୩୩ ଲକ୍ଷ ଟଙ୍କା ବୟାନ ଦେଇଥିବା ବେଳେ ତଦନ୍ତ ବେଳେ ଇଡିକୁ ମିଳିଥିବା ଟଙ୍କାର ହିସାବ ପ୍ରାୟ ସମାନ ରହୁଛି।  ତେଣୁ ୩୩ ଲକ୍ଷ ଟଙ୍କାରେ ମାମଲା ରଫଦଫା ହୋଇଥିବା ଇଡି ତଦନ୍ତ କରି ଚାର୍ଜସିଟରେ ସ୍ପଷ୍ଟ କରିଛି।  ।

Advertisment

ସେପଟେ ଜେରା ବେଳେ ଉଭୟ ନାଗ ଦମ୍ପତି ସେମାନଙ୍କ ଟଙ୍କା ବାବଦରେ କୌଣସି ସଠିକ ସୂଚନା ଦେଇପାରିନଥିଲେ। ଏପରିକି ମାମଲା ପ୍ରତ୍ୟାହାର ସମ୍ପର୍କରେ ଅର୍ଚ୍ଚନାଙ୍କୁ ପଚାରିବାରୁ ସ୍ୱାମୀଙ୍କ ଚାପ ଏବଂ ରାଗିକି ଏଭଳି ଅଭିଯୋଗ ଆଣିଥିବା ଉତ୍ତର ଦେଇଥିଲେ। ତେବେ ସ୍ୱାମୀ ଜଗବନ୍ଧୁ ମାମଲା ବିଷୟରେ କିଛି ଜାଣିନଥିବା କହିବା ସହ ଅର୍ଚ୍ଚନାଙ୍କ ଉପରେ ଚାପ ପକାଇନଥିବା କହିଥିଲେ। ତେଣୁ ଯୌନ ନିର୍ଯାତନା ପଛରେ ପ୍ରଡ୍ୟୁସରଙ୍କ ସହ ଡିଲ୍ ହୋଇଥିବା ଇଡି ଏହାର ଚାର୍ଜସିଟରେ ସ୍ପଷ୍ଟ କରିଛି।

(ରିପୋର୍ଟ- ଆଲୋକ ମହାନ୍ତି, ଭୁବନେଶ୍ୱର)

Lady Blackmailer Archana Nag
Advertisment
Advertisment