Advertisment

Hansita-Anil Case: ଅନୀଲ-ହଂସିତାଙ୍କ ବିଜେଡି ଲିଙ୍କ୍ ! କାମ ଦେଉଥିଲେ ମନ୍ତ୍ରୀ, ଡିଲ୍ କରୁଥିଲେ ବିଧାୟକ...

ଭଦ୍ରକର ଜଣେ ବିଜେଡି ବିଧାୟକଙ୍କ ଲିଙ୍କ୍ ନେଇ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାର କଂଗ୍ରେସ ନେତା ଅସିତ ପଟ୍ଟନାୟକ କହିଛନ୍ତି, ଯଥାଶୀଘ୍ର ବିଧାୟକଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ଏଣେ ବିଜେଡି କହିଛି, ଅଭିଯୋଗ ଭିତ୍ତିହୀନ। ଯଦି କାହାର ଲିଙ୍କ ଅଛି, କ୍ଷମତାରେ ଅଛନ୍ତି ତଦନ୍ତ କରି ସାମ୍ନାକୁ ଆଣନ୍ତୁ।

ଅଦ୍ୟତନ ହୋଇଛି
anil hansita

anil hansita

Advertisment

ପଦାକୁ ଆସିଲା, ବହୁଚର୍ଚ୍ଚିତ ବଣ୍ଟି-ବବଲି ଯୋଡି ହଂସିତା ଏବଂ ଅନୀଲଙ୍କ ପଲିଟିକାଲ ଲିଙ୍କ୍। ବିଷ୍ଣୁପ୍ରିୟା ଚାନ୍ଦରୁ ହଂସିତା ଅଭିଲିପ୍ସାର ରୂପାନ୍ତୀକରଣ ପଛରେ ଥିଲା କେଉଁ ରାଜନେତାଙ୍କ ଭୂମିକା? ବିଜେଡି ସରକାରରେ ଥିବା ମନ୍ତ୍ରୀ ଏବଂ ବିଧାୟକଙ୍କ ଲିଙ୍କ୍ ନେଇ ବରଗଡ଼ ବିଜେପି ସାଂସଦ ପ୍ରଦୀପ ପୁରୋହିତ ଆଣିଛନ୍ତି ସାଂଘାତିକ ଅଭିଯୋଗ। ନାଁ ନନେଇ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ହିଁ ହଂସିତାଙ୍କୁ ସହଯୋଗ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଖାଲି ଦିବ୍ୟଶଙ୍କର ନୁହନ୍ତି, ଭଦ୍ରକର ଜଣେ ବିଜେଡି ବିଧାୟକଙ୍କ ନାଁ ବି ଚର୍ଚ୍ଚା ହେଉଛି।...

Advertisment

ହଂସିତା ଏବଂ ଅନିଲ ମହାନ୍ତିଙ୍କ ବିଜେଡି ଲିଙ୍କ ! କାମ ଦେଉଥିଲେ ମନ୍ତ୍ରୀ ! ଡିଲ୍ କରୁଥିଲେ ବିଧାୟକ ! ଗିରଫ ହେବାର ୧୩ ଦିନ ପରେ ଖୋଲିଛି ହଂସିତାଙ୍କ ପଲିଟିକାଲ ଗୁମର। ବିଜେପି ସାଂସଦ ପ୍ରଦୀପ ପୁରୋହିତ ଆଣିଛନ୍ତି ସାଂଘାତିକ ଅଭିଯୋଗ। ନାଁ ନ ନେଇ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିବାଦକୁ ଟାଣିଛନ୍ତି ପ୍ରଦୀପ। କହିଛନ୍ତି କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପ ମନ୍ତ୍ରୀଙ୍କ ସହ ହଂସିତାଙ୍କର ଲିଙ୍କ ଥିଲା। ନୀତି ନିୟମ ଭାଙ୍ଗି ବିଭାଗର ଅନେକ କାମ ହଂସିତାକୁ ଦିଆଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ପ୍ରଦୀପ। ତାଙ୍କ ବାଦ୍ ଆଉ ଜଣେ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କର ବି ଲିଙ୍କ ଥିବା ସେ ଅଭିଯୋଗ ଆଣିଛନ୍ତି।

ଏପଟେ ଭଦ୍ରକର ଜଣେ ବିଜେଡି ବିଧାୟକଙ୍କ ଲିଙ୍କ୍ ନେଇ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାର କଂଗ୍ରେସ ନେତା ଅସିତ ପଟ୍ଟନାୟକ କହିଛନ୍ତି, ଯଥାଶୀଘ୍ର ବିଧାୟକଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ଏଣେ ବିଜେଡି କହିଛି, ଅଭିଯୋଗ ଭିତ୍ତିହୀନ। ଯଦି କାହାର ଲିଙ୍କ ଅଛି, କ୍ଷମତାରେ ଅଛନ୍ତି ତଦନ୍ତ କରି ସାମ୍ନାକୁ ଆଣନ୍ତୁ। ଅନ୍ୟପକ୍ଷରେ ପ୍ରଦୀପ ପୁରୋହିତଙ୍କ ଅଭିଯୋଗ ନେଇ ଦିବ୍ୟଶଙ୍କରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଅଧିକ ପଢ଼ନ୍ତୁ: ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ହେବ ଟ୍ରାଇ ସିଟି; ବଢ଼ିବ ସହରର କଳେବର

ହଂସିତାଙ୍କ ପଲିଟିକାଲ ଲିଙ୍କ ବାଦ୍ ଏକ ବଡ଼ ତଥ୍ୟ ଲାଗିଛି ଓଟିଭି ହାତରେ। ଅନୀଲଙ୍କ ମାଲିକାନାରେ ଥିବା ୨ କଂପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର। କୋଲକାତାରେ କଂପାନୀ ଆକ୍ଟରେ ପଞ୍ଜୀକୃତ ଟୋଟେନ ଟ୍ରେଡ୍ ଆଣ୍ଡ କ୍ରେଡିଟ ପ୍ରାଇଭେଟ ଲିମିଟେଡ୍। ଯାହାର ନିର୍ଦ୍ଦେଶକ ଏବେ ଅନୀଲ ଏବଂ ତାଙ୍କ ପତ୍ନୀ ସ୍ମୃତିସ୍ନିଗ୍ଧା ମହାନ୍ତି ଅଛନ୍ତି। କିନ୍ତୁ ଏହି କଂପାନୀଙ୍କୁ ତିଆରି କରିଥିଲେ ସିରାଜୁଦ୍ଦିନଙ୍କ ଝିଅ ଫମିଦା ସିରାଜୁଦ୍ଦିନ। ଏହି କଂପାନୀର ଅତିରିକ୍ତ ନିର୍ଦ୍ଦେଶକ ଭାବେ ୨୦୧୯ରେ ଅନୀଲ, ଏବଂ ୨୦୨୧ରେ ସ୍ମୃତିସ୍ନିଗ୍ଧା କଂପାନୀର ନିର୍ଦ୍ଦେଶକ ହୋଇଥିଲେ।

Advertisment

ସିରାଜୁଦ୍ଦିନ ପରିବାରର ଆଉ ଏକ କଂପାନୀ ହେଲା ମହାଦୁତିନ ଟ୍ରେଡିଂ ପ୍ରାଇଭେଟ୍ ଲିମିଟେଡ୍। ଯେଉଁଥିରେ ଅନୀଲ ଏବଂ ତାଙ୍କ ପତ୍ନୀଙ୍କ ସହ ସିରାଜୁଦ୍ଦିନ ପରିବାରର ନଗମା ୟାଜଦାନୀ ମଧ୍ୟ ନିର୍ଦ୍ଦେଶକ ରହିଛନ୍ତି। ତେଣୁ ପ୍ରଶ୍ନ ଉଠୁଛି, ଅନୀଲଙ୍କୁ କାହିଁକି ସିରାଜୁଦ୍ଦିନ ପରିବାର ଦୁଇ ଦୁଇଟି କଂପାନୀ ଟେକିଦେଲା। ତେବେ ଏ ସଂପର୍କରେ ସିରାଜୁଦ୍ଦିନ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ହଂସିତା ଏବଂ ଅନୀଲଙ୍କ ପଲିଟିକାଲ ଲିଙ୍କ୍ ସାମ୍ନାକୁ ଆସିବା ପରେ ବଢିଛି ହଟଚମଟ। ଏମାନଙ୍କୁ କେବେ ତଦନ୍ତ ପରିସର ଭିତରକୁ ନେବ ତଦନ୍ତକାରୀ ସଂସ୍ଥା, ତା ଉପରେ ନଜର।

ଅଧିକ ପଢ଼ନ୍ତୁ: ଅଶାନ୍ତ ଗହୀରମଥା; ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରେ ମାଛ ମାଫିଆଙ୍କ ଆଟାକ୍

Bhubaneswar BJD BJP Pradeep Purohit Political Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ