Advertisment

Transport Scam: ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ରେଡ୍, EOW ଓ STF ର ମିଳିତ ଚଢ଼ାଉ

ରାଜ୍ୟର ସମସ୍ତ ମାଇନ୍ସ କରିଡରର ଚେକ୍ ପଏଣ୍ଟରେ ରେଡ୍ ହେଉଛି। ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମର ଗୋପାଳପୁରରେ ମଧ୍ୟ ରେଡ୍ କରିଛନ୍ତି EOW ଏବଂ STF । ଗତକାଲି ବି ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ EOW । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟିରେ କୋଟି କୋଟି ଟଙ୍କାର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଜେରା କରିଥିଲା EOW ।

ଅଦ୍ୟତନ ହୋଇଛି
Joint Raid

Joint Raid

Advertisment

କୋଟି କୋଟି ଟଙ୍କାର ଟ୍ରାନ୍ସପୋର୍ଟ ଠକେଇ ଅଭିଯୋଗ ମାମଲାରେ କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ରେଡ୍ । ମିଳିତ ଭାବେ ଚଢ଼ାଉ କରିଛି EOW ଓ STF। ରାଜ୍ୟର ସମସ୍ତ ମାଇନ୍ସ କରିଡରର ଚେକ୍ ପଏଣ୍ଟରେ ରେଡ୍ ହେଉଛି। ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମର ଗୋପାଳପୁରରେ ମଧ୍ୟ ରେଡ୍ କରିଛନ୍ତି EOW ଏବଂ STF । ଗତକାଲି ବି ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ EOW । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟିରେ କୋଟି କୋଟି ଟଙ୍କାର ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଜେରା କରିଥିଲା EOW । 

Advertisment

ଏହି ଠକେଇ ମାମଲାରେ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଗତ ୯ ତାରିଖରେ ଗିରଫ କରିଥିଲା ଇଓଡବ୍ଲୁ । ପରେ ରିମାଣ୍ଡରେ ଆଣି ଉଭୟଙ୍କୁ ପଚରାଉଚୁରାରୁ ମିଳିଥିଲା ଅନେକ ଚାଞ୍ଚଲ୍ୟକର ତଥ୍ୟ। ଆଉ ତାରି ଆଧାରରେ ଇଓଡବ୍ଲୁ ରାଜାଙ୍କୁ ଜେରା କରିଛି । ଅନ୍ୟପକ୍ଷରେ ଗିରଫଦାରୀ ଏଡାଇବାକୁ ରାଜା ହାଇକୋର୍ଟରୁ ଆଗୁଆ ଜାମିନ ପାଇଛନ୍ତି ଏବଂ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଫିସରଙ୍କ ନିକଟରେ ହାଜର ହୋଇଥିବା କହିଛନ୍ତି ରାଜାଙ୍କ ଓକିଲ । କେନ୍ଦୁଝର ବିଜେଡିର ଏ ପାୱାରଫୁଲ୍ ନେତାଙ୍କ ସହ ଥିବା ତତ୍କାଳୀନ ବିଜେଡି ପାୱାର ସେଣ୍ଟରର ଟପ୍ ଲିଡରଙ୍କ ଫଟୋଗୁଡ଼ିକୁ ଦେଖିଲେ ରାଜାଙ୍କର ବିଜେଡିରେ ଭଲ ପତିଆରା ରହିଥିବା ସ୍ପଷ୍ଟ ଅନୁମେୟ । କେତେବେଳେ ବବି ତ କେବେ ପାଣ୍ଡିଆନ୍ । ସବୁବେଳେ କ୍ଷମତାକେନ୍ଦ୍ରର ପାଖେ ପାଖେ ରହୁଥିଲେ ରାଜା ।

ଅଧିକ ପଢ଼ନ୍ତୁ: ଇଓଡବ୍ଲୁ ପଞ୍ଝାରେ ବିଜେଡି ନେତା ରାଜା ଚକ୍ର; ସାମ୍ନାକୁ ଆସିବ ପ୍ରଭାବଶାଳୀ ନେତାଙ୍କ ଲିଙ୍କ୍ 

Advertisment

ଗନ୍ଧମାର୍ଦନ ଲୋଡିଂ ଏଜେନସି ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରିଟିଭ୍ ସୋସାଇଟିରେ ହୋଇଥିବା ଘୋଟାଲା ସଂପର୍କରେ ଇଓଡବ୍ଲୁ ତଦନ୍ତ କହୁଛି ୨୦୦୬ ରେ ଗଠିତ ଏହି ସୋସାଇଟି କେନ୍ଦୁଝର ଶୁଆକାଟିରେ ଖଣିଜ ପଦାର୍ଥ ଲୋଡ଼ିଂ କାମ କରିଆସୁଛି । ଏହି ସମବାୟ ସମିତି ଗଠନ କରିବାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୁହାପଥର ଖଣି ଉତ୍ତୋଳନରେ ସ୍ଥାନୀୟ ଶ୍ରମିକ ନିଯୁକ୍ତି ସହ ଆଇରନ୍ ଓର୍ ପରିବହନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ।

ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା । ହେଲେ କାମହେଲା ଓଲଟା । ଅଭିଯୋଗ ହେଉଛି ବିଜେଡିର ତତ୍କାଳୀନ ପାୱାର ସେଣ୍ଟରର ହାତ ବାରିସୀ ସାଜିଥିବା ରାଜାଙ୍କ ଜରିଆରେ ଏଇଠୁ ଲୁଟ୍ ହେଉଥିଲା କୋଟି କୋଟି ଟଙ୍କା । ଶ୍ରମିକଙ୍କ ଟଙ୍କା ଆସୁଥିଲା ବିଜେଡି ପାର୍ଟି ଅଫିସକୁ ଏବଂ ବାହୁବଳୀ ନେତାଙ୍କ ଆକାଉଣ୍ଟକୁ । ଜାଲ କାଗଜପତ୍ର ପ୍ରସ୍ତୁତ କରି ଶ୍ରମିକଙ୍କ ଅର୍ଥ ବାଟମାରଣାଠୁ ନେଇ ଇପିଏଫ୍ ଟଙ୍କା ଖାଇଯିବା ଭଳି ସଂଗୀନ ଅଭିଯୋଗ ବି ପୂର୍ବ ସରକାର ସମୟରେ ଉଠିଥିଲା । ହେଲେ ତାହାକୁ ଚାପି ଦିଆଯାଇଥିବାର ଅଭିଯୋଗ କରିଛନ୍ତି କେନ୍ଦୁଝର ସ୍ଥାନୀୟ ବିଜେପି ନେତା ।

Advertisment

କେବଳ ସେତିକି ନୁହେଁ, ଇଓଡବ୍ଲୁର ପ୍ରେସରିଲିଜ୍ କହୁଛି ସୋସାଇଟି ସହ ଆଦୌ ଜଡ଼ିତ ନଥିବା କିଛି ବ୍ୟକ୍ତିଙ୍କ ନାଁରେ କୋଟି କୋଟି ଟଙ୍କା ଚେକ୍ ଇସ୍ୟୁ କରାଯାଇଥିଲେ ବି କାହିଁକି ସେ ଅର୍ଥ ଦିଆଯାଇଛି, ତାର ସନ୍ତୋଷ ଜନକ ଉତ୍ତର ମିଳିନି । ଏପରିକି ସ୍ଥାନୀୟ ଅଭିଯୋଗ ଆଧାରରେ କେବଳ ୨୦୨୨ରେ ଏକ ସ୍ପେଶାଲ୍ ଅଡିଟ୍ ଛଡ଼ା ୨୦୧୨ରୁ ଏପର୍ଯ୍ୟନ୍ତ ସୋସାଇଟିର ଅଡିଟ୍ ହୋଇନଥିବା ତଦନ୍ତରୁ ଜଣାପଡ଼ିଛି । ତେଣୁ ଅଭିଯୋଗ ଆଧାରରେ ରାଜା ଚକ୍ରଙ୍କୁ ଜେରା କରି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରୁ କୋଟି କୋଟି ଲୁଟିଥିବା ସେଇ ପ୍ରଭାବଶାଳୀ ନେତାଙ୍କ ଲିଙ୍କ୍ ଖୋଜୁଛି ଇଓଡବ୍ଲୁ ।

( ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ ଓ କେନ୍ଦୁଝରରୁ ପ୍ରଣୟ ପାଣିଙ୍କ ରିପୋର୍ଟ )

ଅଧିକ ପଢ଼ନ୍ତୁ: ୫ ଶହ କୋଟିର ଟ୍ରାନ୍ସପୋର୍ଟ ଘୋଟାଲା ମାମଲା: ବିଜେଡି ନେତା ରାଜା ଚକ୍ରଙ୍କୁ EOW ଜେରା

BJD STF Raid Iron Ore Mines EOW Transport Vehicles VK Pandian Kendujhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ