/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669794488.jpg)
Archana Nag
ଅର୍ଚ୍ଚନାଙ୍କୁ ତ୍ରାହି ନାହିଁ । ପୁଣି ଥରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନିରାଶ ହେବାକୁ ପଡ଼ିଛି । ଭୁବନେଶ୍ୱର JMFC-୩ରେ ତାଙ୍କର ଜାମିନ୍ ଆବେଦନ ଖାରଜ ହୋଇଛି । ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ମାଗି ବ୍ଲାକମେଲିଂ ମାମଲାରେ ଜାମିନ୍ ଖାରଜ କରାଯାଇଛି । ପୂର୍ବରୁ ଏହି ମାମଲାରେ ଇଡିରେ ୨ ଥର ହାଜର ହୋଇଥିଲେ ଅକ୍ଷୟ ।
ସେପଟେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଖଗେଶ୍ୱର ସହଯୋଗୀ ଚନ୍ଦନ । ଖଗେଶ୍ୱର ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନ ହାଜର ହୋଇଛନ୍ତି । ଟଙ୍କା ନେଣଦେଣକୁ ନେଇ ଖୋଳତାଡ଼ ପରେ ସମନ ପାଇ ସେ ହାଜର ହୋଇଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: କାହା ଅନୁକମ୍ପାରେ ନାଗ ସାମ୍ରାଜ୍ୟ ? ବଡ଼ବଡ଼ିଆଙ୍କ ଗୁମର ଖୋଲିବାକୁ ଦିଲ୍ଲୀରେ ହେବ ଚୂଡ଼ାନ୍ତ ପ୍ଲାନ୍
ଅନ୍ୟପଟେ ଏହି ମାମଲାରେ ଇଡି କରିଥିବା ୧୫ ଜଣିଆ ତାଲିକାରୁ ୫ ଜଣଙ୍କୁ ଜେରା କରିସାରିଲାଣି ଇଡି । ଗତକାଲି ସିନେ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ୧୨ ଘଂଟା ଧରି ପଚରାଉଚରା କରିଥିଲା ଇଡି ।
ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ପ୍ରମୋଦ କହିଛନ୍ତି, ୨୦୧୭ରେ ଅର୍ଚ୍ଚନା ଓ ଜଗବନ୍ଧୁ ତାଙ୍କ ଘରେ ଭଡ଼ାରେ ରହୁଥିଲେ । ଅନ୍ୟ ଏକ ଘରେ ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ଭଡ଼ାରେ ରହୁଥିଲେ । ଦୁଇ ମାସ ଭଡ଼ା ଠିକଠାକ୍ ଦେବା ପରେ ଆଉ ଭଡ଼ା ଦେଇନଥିଲେ । ଭଡ଼ା ମାଗିବାରୁ ତାଙ୍କଠାରୁ ଓଲଟି ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅର୍ଚ୍ଚନା ମଧ୍ୟ ତାଙ୍କ ନାଁରେ ମହିଳା ଥାନାରେ ପାଲଟା ଅଭିଯୋଗ କରିଥିଲେ । ତେବେ ମହିଳା ଥାନାର ମାମଲାଟି ଆପୋସ ସମାଧାନ ହୋଇଥିବା କହିଛନ୍ତି ପ୍ରମୋଦ ସ୍ୱାଇଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)