Advertisment

Bank Loot: ହେଲମେଟ୍ ପିନ୍ଧି ପଶିଲେ, ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିଲେ

ବ୍ୟାଙ୍କ ସବୁଦିନ ଭଳି ସ୍ଵାଭାବିକ ଚାଲିଥିଲା। ୫ ଜଣ ଦୃର୍ବୃତ୍ତ ହେଲମେଟ ପିନ୍ଧି ପଶିଥିଲେ । ଭିତରକୁ ପଶିବା ପରେ ବନ୍ଧୁକ ଦେଖାଇ ଭିତର ପଟୁ ତାଲା ପକାଇ ଦେଇଥିଲେ । ବନ୍ଧୁକ ପଛପଟେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ ।

ଅଦ୍ୟତନ ହୋଇଛି
Bank Loot At Gun Point

Bank Loot At Gun Point

Advertisment

ଦିନ ଦ୍ୱିପ୍ରହରରେ ଲୁଟ୍। ଜନଗହଳିପୂର୍ଣ୍ଣ ସ୍ଥାନରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ହୋଇଛି ଲୁଟ୍। ବନ୍ଧୁକ ଦେଖାଇ ଲୁଟିଲେ । ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଲେ। ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ଘଟିଛି ଏହି ଘଟଣା । ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ହୋଇଛି ବ୍ୟାଙ୍କ ଲୁଟ୍ ।

Advertisment

ଵହଳଦା ଥାନା ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ୫ ଜଣ ଦୃର୍ବୃତ୍ତ ହେଲମେଟ୍ ପିନ୍ଧି ପଶିଲେ। ବନ୍ଧୁକ ଦେଖାଇ ଉପସ୍ଥିତ କର୍ମଚାରୀ ଓ ଲୋକଙ୍କୁ ଭୟଭୀତ କଲେ । ମୁଣ୍ଡରେ ହେଲମେଟ୍ ଓ ହାତରେ ବନ୍ଧୁକ ଥିଲା। ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ କରି ଚାଲିଗଲେ। ବ୍ୟାଙ୍କ କର୍ମଚାରୀଙ୍କ କହିବା ଅନୁଯାୟୀ, ବ୍ୟାଙ୍କ ସବୁଦିନ ଭଳି ସ୍ଵାଭାବିକ ଚାଲିଥିଲା। ୫ ଜଣ ଦୃର୍ବୃତ୍ତ ହେଲମେଟ ପିନ୍ଧି ପଶିଥିଲେ । ଭିତରକୁ ପଶିବା ପରେ ବନ୍ଧୁକ ଦେଖାଇ ଭିତର ପଟୁ ତାଲା ପକାଇ ଦେଇଥିଲେ । ବନ୍ଧୁକ ପଛପଟେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ ।

ଅଧିକ ପଢ଼ନ୍ତୁ: ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ, ଦେଖାଉଛି ଲୁଟ୍ ଡେମୋ

ତାଙ୍କ ମୁଣ୍ଡକୁ ଆଘାତ କରିବା ପରେ ଅନ୍ୟ ଜଣେ କର୍ମଚାରୀଙ୍କୁ ମଧ୍ୟ ଏକ ଲୁହା ରଡରେ ମାଡ଼ ମାରିଥିଲେ। ଦୁଇ ଜଣଙ୍କୁ ଆକ୍ରମଣ କରିବା ପରେ ଅନ୍ୟ କର୍ମଚାରୀମାନେ ଡରିଯାଇଥିଲେ। ଏହି ସମୟରେ ବ୍ୟାଙ୍କ ଭିତରେ ପ୍ରାୟ ୧୮ ଜଣରୁ ଅଧିକ ଗ୍ରାହକ ଥିଲେ । ସେମାନଙ୍କୁ ବନ୍ଧୁକ ମୁନରେ ବନ୍ଦୀ କରି ପ୍ରାୟ ୩୦ ମିନିଟ ରଖିଥିଲେ। ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ କରି ଚାଲିଗଲେ। ଭିତରେ ଥିବା ଗ୍ରାହକମାନେ ମଧ୍ୟ ଭୟ କରିଯାଇଥିଲେ। ଚୁପଚାପ୍ ଛିଡା ନହେଲେ ଦୁର୍ବୃତ୍ତମାନେ ଗୁଳି କରିଦେବାକୁ ଧମକ ଦେଇଥିଲେ ।

Advertisment

ତେବେ ଆଶ୍ଟର୍ଯ୍ୟର କଥା ହେଉଛି, ବ୍ୟାଙ୍କ ଠାରୁ ବହଳଦା ଥାନା ମାତ୍ର ୨୦୦ ମିଟର ଦୂରରେ ରହିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଲୁଟ୍ କରିବାକୁ ସାହସ କରିଛନ୍ତି । ଏହା ଗାଁ ଗହଳର ଘଟଣା ନୁହେଁ ଖୋଦ୍ ବଜାର ଉପରେ ଘଟିଛି ଏହି ଘଟଣା। ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଟଙ୍କା ଧରି ଚାଲିଯାଇଛନ୍ତି ଦୁର୍ବୃତ୍ତ । ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏମାନେ ମୟୂରଭଞ୍ଜ ଜିଲ୍ଲାର ଲୁଟେରା ନା ରାଜ୍ୟ ବାହାରର ଲୁଟେରା, ତାହା ଜଣାପଡିନାହିଁ ।

ଅଧିକ ପଢ଼ନ୍ତୁ: କଳାପଟାରେ ଲେଖିଲେ; “ଆମେ ଲୋକାଲ ଗ୍ୟାଙ୍ଗ, ଚୋରି ଆମେ କରିଛୁ”

Loot At Gun Point Loot Mayurbhanj Bank Loot State Bank Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ