Advertisment

Scholl Loot: କଳାପଟାରେ ଲେଖିଲେ; “ଆମେ ଲୋକାଲ ଗ୍ୟାଙ୍ଗ, ଚୋରି ଆମେ କରିଛୁ”

କିଛିଦିନ ହେଲା ଜିଲ୍ଲାରେ ମାତିଛନ୍ତି ଲୋକାଲ ଗ୍ୟାଙ୍ଗ l ଟାର୍ଗେଟରେ ରହିଛି ବିଭିନ୍ନ ସ୍କୁଲ। ୧୫ଦିନ ମଧ୍ୟରେ ୫ରୁ ଅଧିକ ବିଦ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଲୁଟପାଟ କରୁଛନ୍ତି l

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

କେତେ ସାହାସ, ନାହିଁ ଆଇନ କାନନକୁ ଡର। ଚୋରି କଲେ, ତା’ପରେ ବ୍ଲାକ ବୋର୍ଡରେ ଲେଖି ଚମ୍ପଟ ମାରିଲେ। ପୂରା ଫିଲ୍ମ ଷ୍ଟାଇଲରେ। ଆମେ ଲୋକାଲ ଗ୍ୟାଙ୍ଗ, ଚୋରି ଆମେ କରିଛୁ....। ବିଭିନ୍ନ ବିଦ୍ୟାଳୟରେ ପଶି ଲୁଟ୍‌ପାତ କରିବା ପରେ କଳାପଟାରେ ଏହା ଲେଖି ଚମ୍ପଟ ମାରୁଛନ୍ତି ଚୋର। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ।

Advertisment

କିଛିଦିନ ଜିଲ୍ଲାରେ ମାତିଛନ୍ତି ଲୋକାଲ ଗ୍ୟାଙ୍ଗ l ଟାର୍ଗେଟରେ ରହିଛି ବିଭିନ୍ନ ସ୍କୁଲ। ୧୫ଦିନ ମଧ୍ୟରେ ୫ରୁ ଅଧିକ ବିଦ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଲୁଟପାଟ କରୁଛନ୍ତି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ କରିବା ପରେ ଭାଙ୍ଗି ଚୁରମାର କରୁଛନ୍ତି ମୂଲ୍ୟବାନ ଆସବାବ ପାତ୍ର।  ଏହାପରେ ସ୍କୁଲ କଳାପଟାରେ ଲେଖିଯାଉଛନ୍ତି ,“ଆମେ ଲୋକାଲ ଗାଙ୍ଗ, ଚୋରି ଆମେ କରିଛୁ”। ଗ୍ୟାଙ୍ଗର କାରନାମା ଦେଖି ପୁଲିସ ବି ତାଜୁବ ହୋଇଛି l

ଗତ ୧୨ ତାରିଖରେ ଶ୍ରୀ କାଳେଶ୍ୱର ଉଚ୍ଚ ବିଦ୍ୟାଳୟରେ କଳାକନା ବୁଲାଇ ଦେଇଥିଲେ ଚୋର। ସାଇନ୍ସ ଲ୍ୟାବଠାରୁ ନେଇ କମ୍ପୁଟର ଲ୍ୟାବ ସବୁ କକ୍ଷରେ ଲୁଟ ପାଟ୍‌ ସହ ଭଙ୍ଗାରୁଜା କରିଥିଲେ।

Advertisment

ଫଳରେ ସ୍କୁଲରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ସାମଗ୍ରୀ ନଷ୍ଟ ହୋଇଯାଇଛି l ବିଦ୍ୟାଳୟ ପକ୍ଷରୁ ବାରମ୍ବାର ଅଭିଯୋଗ ପରେ ବି କବିସୂର୍ଯ୍ୟନଗର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି l ଫଳରେ ଛାତ୍ରଛାତ୍ରୀମାନେ ଚୋରକୁ ଧରିବା ଦାବିରେ ବୁଧବାର ଧାରଣା ଦେଇଥିଲେ।

ଅଧିକ ପଢ଼ନ୍ତୁ: ବଡ଼ ଧରଣର ସାଇବର ଲୁଟର ପର୍ଦ୍ଦାଫାଶ, ଆନ୍ତଃରାଜ୍ୟ ସାଇବର ଲୁଟ୍‌ ମାମଲାରେ ୨୪ ଜଣ ଗିରଫ।

Ganjam Loot Schools
Advertisment
Advertisment