Advertisment

Attack On Woman RTI Activist: ଗାଁ ଦାଣ୍ଡରେ ବୋହୂକୁ ଟଣାଓଟରା, ମାରଧର୍ ! RTI ତଥ୍ୟ ମାଗିବାରୁ ଆକ୍ରୋଶର ଶିକାର ହେଲେ କି ମହିଳା ?

ଗାଁ ଦାଣ୍ଡରେ ଲୋଟିଲା ମହିଳାଙ୍କ ସମ୍ମାନ, ଇଜ୍ଜତ। କଙ୍ଗାରୁ କୋର୍ଟ ବସାଇ କରାଗଲା ଆକ୍ରମଣ ଓ ଅପଦସ୍ଥ। ହେଲେ କାହା ଇସାରାରେ, କାହା ଇଙ୍ଗିତରେ ?

undefined

Attack On Woman RTI Activist

Advertisment

ସୂଚନା ଅଧିକାର ବଳରେ ତଥ୍ୟ ମାଗିବାରୁ, ଗାଁ ଦାଣ୍ଡରେ ଲୋଟିଲା ମହିଳାଙ୍କ ସମ୍ମାନ, ଇଜ୍ଜତ। କଙ୍ଗାରୁ କୋର୍ଟ ବସାଇ କରାଗଲା ଆକ୍ରମଣ ଓ ଅପଦସ୍ଥ। ହେଲେ କାହା ଇସାରାରେ, କାହା ଇଙ୍ଗିତରେ ? ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାହାସୋଇ ଗାଁର ଏକ ଲଜ୍ଜାଜନକ ଭିଡିଓ ଭାଇରାଲ୍ ହେବା ପରେ ତେଜିଛି ରାଜନୀତି। ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ପୀଡ଼ିତା ସ୍ଥାନୀୟ ମହିଳା ସରପଞ୍ଚଙ୍କ ସ୍ବାମୀଙ୍କୁ ଏବଂ ବିଜେପି, ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଟାର୍ଗେଟ୍ କରିଛି । 

Advertisment

ଗାଁ ଦାଣ୍ଡରେ ଗାଁ ବୋହୂକୁ ଟଣାଓଟରା, ମାରଧର୍ ! RTI ତଥ୍ୟ ମାଗିବାରୁ କଙ୍ଗାରୁକୋର୍ଟ ବସି ଆକ୍ରମଣ ! ଭିଡିଓ ଭାଇରାଲ୍ ପରେ ଜୋର୍ ଧରିଲା ରାଜନୀତି । ଭାଇରାଲ୍ ହେଲା ଭିଡିଓ। ବିଚ୍ ରାସ୍ତାରେ ମହିଳାଙ୍କୁ ମାରିଲେ ଧକ୍କିଆ । ଗାଁ ମଝିରେ ସର୍ବସମ୍ମୁଖରେ କରାଗଲା ଅପଦସ୍ଥ। ଯାଜପୁର ଜିଲ୍ଲା ଦଶରଥପୁର ଥାନା ରାହାସୋଇ ଗାଁର ଲଳିତା ପତିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏତଲା ଅନୁସାରେ, ଲଳିତା ଏବଂ ତାଙ୍କ ସ୍ବାମୀ ଅଶୋକ ପତି ୬ ମାସ ତଳେ ପଞ୍ଚାୟତର କିଛି ଉନ୍ନତିମୂଳକ କାର୍ଯ୍ୟକୁ ନେଇ ସୂଚନା ଅଧିକାର ବଳରେ ତଥ୍ୟ ମାଗିଥିଲେ। ଏହାକୁ ନେଇ ବିବାଦ ଉପୁଜିବାରୁ, କିଛି ଦୁର୍ବୃତ୍ତ ଅଶୋକଙ୍କୁ ମାରିବାକୁ ଏବଂ ପତିପତ୍ନୀଙ୍କୁ ଘରୁ ଟେକିନେବାକୁ ଧମକ ଦେଇଥିଲେ। 

ଅଧିକ ପଢ଼ନ୍ତୁ: ଟଙ୍କା ବିଡ଼ା ଉପରେ ଶୋଇଲେ ନେତା; ଭାଇରାଲ ହେଲା ଫଟୋ...

ତେବେ ଗତକାଲି ଅଶୋକଙ୍କୁ ନପାଇବାରୁ ରୋଷର ଶିକାର ହୋଇଥିଲେ ପତ୍ନୀ ଲଳିତା। RTI ବଳରେ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାସ ହେବାରୁ, ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀଙ୍କ ଉପସ୍ଥିତିରେ ଏବଂ ତାଙ୍କ ଇଙ୍ଗିତରେ ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଗାଁରେ ପହଞ୍ଚି ମାମଲାର ତଦନ୍ତ କରିବା ସହ ୨ ଅଭିଯୁକ୍ତ ମହେଶ୍ବର ସେଠୀ ଓ ଦିପ୍ତୀରଞ୍ଜନ ପାଣିଗ୍ରାହୀଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପକ୍ଷରୁ, ପୀଡ଼ିତା ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ପାଲଟା ଏତଲା ହୋଇଛି। ସେପଟେ ଏହି ଘଟଣା ସଂପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ସରପଞ୍ଚଙ୍କ ସ୍ବାମୀ।

Advertisment

କଥା ଏତିକିରେ ସରିନି। ବିଂଝାରପୁର ନିର୍ବାଚନମଣ୍ଡଳୀର ଏଭଳି ଅଭାବନୀୟ ଘଟଣା, ଛାମୁଆ RTI କର୍ମୀଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଛି । ରାଜନୀତିକୁ ବି ସରଗରମ କରିଛି। ସିଧାସଳଖ ବିଂଝାରପୁରର ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତ୍ରୀ ବବିତା ମଲ୍ଲିକ। ପୀଡ଼ିତା ଏବଂ SDPOଙ୍କୁ ଭେଟିବା ସହିତ, ପ୍ରମିଳା ମଲ୍ଲିକ ଲୋକ ଲଗାଇ ଏଭଳି ଆକ୍ରମଣ କରାଇଥିବା ସେ ଅଭିଯୋଗ ଆଣିଛନ୍ତି। 

ଏନେଇ ପ୍ରମିଳା ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ, ବିଜେଡି କହିଛି- ୨ ଗିରଫ ଅଭିଯୁକ୍ତ ଆମ ଦଳୀୟ କର୍ମୀ ନୁହଁନ୍ତି । ଏହାକୁ ନେଇ ରାଜନୀତି କରାନଯାଉ। ସେପଟେ ସୂଚନା ଅଧିକାର ମଞ୍ଚ ଆବାହକ ପ୍ରଦୀପ ପ୍ରଧାନ ଦଶରଥପୁର ଥାନାକୁ ଯାଇ ପୀଡ଼ିତାଙ୍କୁ ଭେଟିବା ସହ SDPOଙ୍କୁ ଭେଟି ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ; ୨ ଗିରଫ

BJD BJP RTI Activist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ