• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଡି ମାଗି ମାଗି ଥେୟା, ତଥାପି ଦେଲେନି । କାଲି ଅର୍ଚ୍ଚନାର ଇଡି ରିମାଣ୍ଡ ସରିଲା, ଆଜି ଆସିଲା ଡିଜିଟାଲ ଫରେନସିକ ରିପୋର୍ଟ । ୧୩ ଦିନର ରିମାଣ୍ଡରେ ଅର୍ଚ୍ଚନାକୁ ଦୁଇ ଦୁଇ ଥର ଜେରା ଭିତରେ ଯାହାକୁ ଇଡି ଚାତକ ପରି ଅପେକ୍ଷା କରିିଥିଲା, ବାରମ୍ବାର ମାଗୁଥିଲା । କୋର୍ଟ ବି ଯାଇଥିଲା । ଅର୍ଚ୍ଚନା ରିମାଣ୍ଡ ସାରି ଜେଲ୍ ଗଲା ପରେ ଆଜି ତାହା ହାତକୁ ଆସିଛି ।

ଇଡିକୁ ମିଳିଛି ଅର୍ଚ୍ଚନା ନାଗ ମାମଲାର ଡିଜିଟାଲ ଫରେନସିକ୍ ରିପୋର୍ଟ । ପ୍ରଥମ ପର୍ଯ୍ୟାୟରେ ୧୨ଟି ସାମ୍ପଲ ରିପୋର୍ଟ ଦିଆଯାଇଥିବା ଜଣାପଡିଛି । ଏହା ମଧ୍ୟରେ ରହିଛି ଅର୍ଚ୍ଚନାର ମୋବାଇଲ, ଲାପଟପ୍, ପେନଡ୍ରାଇଭ ଓ ଟାବ୍ । ପଚରାଉଚରା ବେଳେ ଅର୍ଚ୍ଚନା ସହଯୋଗ କରୁନଥିବାରୁ ଡିଜିଟାଲ ଏଭିଡେନ୍ସ ତଥ୍ୟ ମାଗିଥିଲା ଏନ୍‌ଫୋର୍ସମେଣ୍ଟ ଡିରେୋକ୍ଟରେଟ୍ । ଏପରିକି ଜାଣିଶୁଣି ବିଳମ୍ବ କରାଯାଉଥିବା ନେଇ କୋର୍ଟଙ୍କୁ ଜଣାଇଥିଲା ଇଡି । ତଥାପି ରିପୋର୍ଟ ଆସିବାରେ ବିଳମ୍ବ ହୋଇଥିଲା ।

ଅଧିକ ପଢ଼ନ୍ତୁ: ED ହାତରେ ଅର୍ଚ୍ଚନା ନାଗ୍‌ଙ୍କ ଡାଏରୀ, ଲେଖା ଅଛି ଅନେକ ବଡ଼ ବଡ଼ିଆଙ୍କ ନାଁ

ଏପଟେ ଖଣ୍ଡଗିରି ପୋଲିସକୁ ବି ଅର୍ଚ୍ଚନା ନାଗ ମାମଲାର ଡିଜିଟାଲ ଫରେନସିକ୍ ରିପୋର୍ଟ ହସ୍ତାନ୍ତର କରିଛି ଷ୍ଟେଟ ଫରେନ୍ସିକ୍ ଲ୍ୟାବ । ୪ଟି ମୋବାଇଲ, ୨ଟି ଲାପଟପ୍ ଓ ଗୋଟିଏ ପେନ୍ ଡ୍ରାଇଭ୍‌ର ରିପୋର୍ଟ ମିଳିଥିବା ସୂଚନା ଦେଇଛି ପୋଲିସ । ଖଣ୍ଡଗିରି ଥାନା ଅଧିକାରୀ କହିଛନ୍ତିି, ଏଣିକି ରିପୋର୍ଟ ଆଧାରରେ ଆଗକୁ ବଢିବ ତଦନ୍ତ । ଆବଶ୍ୟକ ପଡ଼ିଲେ ଅର୍ଚ୍ଚନାକୁ ରିମାଣ୍ଡରେ ଅଣାଯିବ । ଲ୍ୟାବ ରିପୋର୍ଟର ଗୋଟିଏ କପି କୋର୍ଟଙ୍କୁ ବି ଦିଆଯାଇଛି ।

ଅର୍ଚ୍ଚନା ସିନା ଜେଲ୍ ଚାଲିଗଲା ହେଲେ ଏବେବି ଇଡି ରିମାଣ୍ଡରେ ଅଛି ତା ସ୍ୱାମୀ ଜଗବନ୍ଧୁ ଚାନ୍ଦ । ୯ ଦିନିଆ ରିମାଣ୍ଡରେ ନେଇ ଇଡି ତାକୁ ଘନ ଘନ ଜେରା କରୁଛି । ଏବେ ହାତରେ ଡିଜିଟାଲ ଫରେନସିକ୍ ରିପୋର୍ଟ ଥିବାରୁ ତଦନ୍ତ ଜୋରଦାର ହେବ ବୋଲି କୁହାଯାଉଛି । ଏହାରି ଭିତରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛି, ମାମଲାର ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ର । ଅର୍ଚ୍ଚନା ହନିଟ୍ରାପ୍‌ର ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି, ଖଣ୍ଡଗିରି ଥାନାରେ କରିଥିବା ଏତଲା ଏବଂ ସିଆର୍‌ପିସିର ୧୬୧ ବୟାନରେ ରହିଛି ଖଗେଶ୍ୱରର ନାଁ । ଏପରିକି ହନିଟ୍ରାପ ଓ ବ୍ଲାକମେଲିଂରେ ବି ସେ ଜଡିତ ଥିବା ଅଭିଯୋଗ ହୋଇଛି । ମନି ଲଣ୍ଡରିଂ ମାମଲାରେ ଇଡି ଖଗେଶ୍ୱରକୁ ଗିରଫ କରିଥିବା ବେଳେ ଏଯାଏଁ ଖଣ୍ଡଗିରି ପୋଲିସ କିନ୍ତୁ ତା ବିରୋଧରେ କୌଣସି ଆକ୍ସନ ନେଇନାହିଁ ।