• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲେଡି ବ୍ଲାକମେଲର୍ ଅର୍ଚ୍ଚନା ମାମଲାରେ ଇଡ଼ିର ଘଣ୍ଟାଚକଟା ଭିତରେ ନେତାଙ୍କ ମୁହଁରେ ନୂଆ ତଥ୍ୟ । ଏବେ କମ୍ପନ ସୃଷ୍ଟି କରିଛି ପାୱାର କରିଡର୍‌ରେ । ପ୍ରଭାବଶାଳୀ ନେତାଙ୍କ ସହ IAS ଓ IPSଙ୍କ ସଂପୃକ୍ତି କଥା କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏପରିକି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ବଡ଼ବଡ଼ିଆଙ୍କ ଆଡ଼କୁ ଇଙ୍ଗିତ କରିଛନ୍ତି ।

ଅଧିକ ପଢ଼ନ୍ତୁ:ଏଣ୍ଡେଭର୍ କିଣିବାକୁ ଅର୍ଚ୍ଚନାକୁ କିଏ ଦେଇଥିଲା ୪୦ ଲକ୍ଷ ?

ହେଲେ କିଏ ସେହି ବାବୁ ଭାୟା, ସେହି ତଥ୍ୟକୁ ଗୋପନ ରଖି ସଠିକ ତଦନ୍ତ ହେଲେ ସବୁ ସତ ଧରାପଡ଼ିଯିବ ବୋଲି ଉଭୟେ କହିଛନ୍ତି । ସେପଟେ ନାଗ-ଚାନ୍ଦ ଦମ୍ପତ୍ତି ସହ ଲିଙ୍କ୍ ନେଇ ନୋଟିସ୍ ପାଇଥିବା ୧୫ ପ୍ରଭାବଶାଳୀଙ୍କ କାଲିଠୁ ହାଜିରା ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି । ଅପରପକ୍ଷେ ବିଜନେସ୍ ପାର୍ଟନର୍ ଖଗେଶ୍ୱରକୁ ୫ ଦିନିଆ ରିମାଣ୍ଡ ପାଇଁ ଇଡ଼ି ଆବେଦନ କରିଛି।

ଅର୍ଚ୍ଚନାର ନାଗ ଫାଶରେ କେଉଁ କେଉଁ ଅଫିସର? କେଉଁ ପ୍ରଭାବଶାଳୀ IAS ଏବଂ IPSଙ୍କ ରହିଛି ଲିଙ୍କ୍ ? କେଉଁ ବଡ଼ବଡ଼ିଆଙ୍କ ସାନ୍ନିଧ୍ୟରେ ସମ୍ପତ୍ତିର ପାହାଡ଼ ଛିଡ଼ା କରାଇଥିଲେ ନାଗ-ଚାନ୍ଦ ଦମ୍ପତି? କେବଳ ରାଜନେତା ନୁହଁନ୍ତି, ଏବେ ଇଡ଼ି ସ୍କାନର୍‌ରେ ସେସବୁ ବ୍ୟୁରୋକ୍ରାଟ୍ । ଇଡିର ଘନ ଘନ ଜେରା ଭିତରେ ନେତାଙ୍କ ମୁହଁରେ ବି ବ୍ୟୁରୋକ୍ରାଟ୍ ଲିଙ୍କ୍ ଅଭିଯୋଗ । 

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାଗ-ଚାନ୍ଦ ଦମ୍ପତିିଙ୍କ ସହ ବ୍ୟୁରୋକ୍ରାଟ୍ ଲିଙ୍କ୍ କଥା ଉଠାଇଛନ୍ତି । କହିଛନ୍ତି, ବଡ଼ ବଡ଼ ନେତାଙ୍କ ସହ IAS ଏବଂ IPSଙ୍କ ନାଁ ମୁଁ ଜାଣିଛି । କିନ୍ତୁ କହି ହେବନି । ତଦନ୍ତରେ ସବୁକିଛି ଧରାପଡିଯିବ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ପ୍ରଭାବଶାଳୀଙ୍କ ସଂପୃକ୍ତି କଥା କହିଛନ୍ତି । ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ ହୋଇଥିବାରୁ ବିଧାନସଭାରେ ଆଲୋଚନା ହେବାର ଆବଶ୍ୟକତା ଥିବା କହିଛନ୍ତି ନରସିଂହ । ଜବାବରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଯିଏ ଦୋଷ କରିଥିବ ସେ ଦଣ୍ଡ ପାଇବ ।

ବ୍ଲାକ୍‌ମେଲ୍‌ରୁ ହେଉ କିମ୍ବା କୌଣସି ସ୍ୱାର୍ଥ, କଳାଟଙ୍କାର ପାହାଡ଼ ଛିଡ଼ା କରାଇଥିବା ଅର୍ଚ୍ଚନା ପଛରେ ମାଳ ମାଳ ନେତା, ଠିକାଦାର, ବିଲ୍ଡର, ସରକାରୀ ବାବୁ ମାନଙ୍କ ସଂପୃକ୍ତି କଥା ପୂର୍ବରୁ ବି ଚର୍ଚ୍ଚା ହୋଇଆସୁଛି । ଅାଉ ସେହି ଲିଙ୍କ୍‌କୁ ଧରି ଏହି ତଥାକଥିତ ପ୍ରଭାବଶାଳୀଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି ଇଡି । 

ନାଗ-ଚାନ୍ଦ ଦମ୍ପତିଙ୍କ ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଗିରଫ କରିବା ସହ ଇଡ଼ି ୧୦ ଦିନିଆ ରିମାଣ୍ଡରେ ନେଇଥିଲା । ଏହି ଅବଧି ସରିବା ପରେ ଖଗେଶ୍ୱରକୁ ଆଜି କୋର୍ଟରେ ହାଜର କରି ପୁଣି ୫ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା । ଏହି ରିମାଣ୍ଡ ଅବଧି ଭିତରେ ଜେଲ୍‌ରେ ଥିବା ନାଗ-ଚାନ୍ଦ ଦମ୍ପତିଙ୍କୁ ବି ରିମାଣ୍ଡରେ ଆଣି ତ୍ରିକୋଣୀୟ ଜେରା କରିବାକୁ ଯୋଜନା ରଖିଛି ଇଡି ।

କେବଳ ଖଗେଶ୍ୱର, ଅର୍ଚ୍ଚନା, ଜଗବନ୍ଧୁ ନୁହଁ । ଏମାନଙ୍କ ସହ ଆର୍ଥିକ କାରବାର କରିଥିବା ପ୍ରାୟ ୧୫ ଜଣଙ୍କୁ ଇଡି ସମନ କରିଥିବା କୁହାଯାଉଛି । ଯେଉଁଥିରେ ରହିଛନ୍ତି ରାଜନେତା, ବିଲ୍ଡର, ବ୍ୟବସାୟୀ, ଓ କିଛି କମ୍ପାନୀ । ଗତ ୫ ବର୍ଷରେ ଅର୍ଚ୍ଚନା ଆକାଉଣ୍ଟଠୁ ବ୍ୟାଙ୍କ ଓ ଏଟିଏମ୍ ଜରିଆରେ ଆସିଛି ଲକ୍ଷ ଲକ୍ଷ ଟଙ୍କା । କ୍ୟାସ ଆକାରରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଡିପୋଜିଟ୍ ହୋଇଥିବା କୁହାଯାଉଛି। 

ତେଣୁ କେଉଁ ଉଦ୍ଦେଶ୍ୟରେ ସଂପୃକ୍ତ ବ୍ୟକ୍ତିମାନେ ଟଙ୍କା ପଠାଇଛନ୍ତି, ସେନେଇ ସମନ ପାଇଥିବା ପ୍ରାୟ ୧୫ ଜଣଙ୍କ କାଲିଠୁ ହାଜିରା ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଅର୍ଚ୍ଚନା ଓ ଜଗବନ୍ଧୁଠୁ ଜବତ ଲ୍ୟାପଟପ୍, ମୋବାଇଲ୍ ଫୋନ୍ ସହ ଡକ୍ୟୁମେଣ୍ଟ ଗୁଡ଼ିକୁ ଦାଖଲ କରିବାକୁ ଇଡି କମିଶନରେଟ୍ ପୋଲିସକୁ ନୋଟିସ୍ କରିଥିବା ସୂଚନା ମିଳିଛି ।

(ରିପୋର୍ଟର- ଭୁବନେଶ୍ୱରରୁ ଆଲୋକ ମହାନ୍ତି ଏବଂ ହରିହର ଚାନ୍ଦ)