• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭିଜିଲାନ୍ସ ଜାଲରେ ବାବୁ । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ । ତେବେ ଭିଜିଲାନ୍ସ ଟିମ୍‌କୁ ଦେଖି ବାବୁ ଏତେ ଜୋରରେ ଡରିଗଲେ ଯେ, ତରବର ହୋଇ ଝରକା ବାଟେ ଡକ୍ୟୁମେଂଟ୍‌ ସହ ମୋବାଇଲକୁ ଫୋପାଡି ଦେଇଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ତାଙ୍କର ସବୁ ଚେଷ୍ଟା ପାଣିରେ ପଡ଼ିଲା ।

ରେଡ୍‌ ବେଳେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କର କ୍ରିପ୍ଟୋ କରେନ୍ସି ଲିଙ୍କ୍ ପାଇଛି ଭିଜିଲାନ୍ସ । ନିହାରଙ୍କ ଘର ରେଡ୍ ବେଳେ କ୍ରିପ୍ଟୋ ଲିଙ୍କ୍ ଠାବ ହୋଇଥିବା ସୂଚନା ଦେଇଛି ଭିଜିଲାନ୍ସ । ନିହାର ରଞ୍ଜନ କ୍ରିପ୍ଟୋ କାରବାର କରୁଥିବା ନେଇ ୩୮ଟି ଡକ୍ୟୁମେଣ୍ଟ ଏବେ ଭିଜିଲାନ୍ସ ହାତରେ ଲାଗିଛି । ସେହିପରି ରେଡ୍ ବେଳେ ତାଙ୍କ ଘରୁ ବିପୁଳ ସଂପତ୍ତି ଠାବ ହୋଇଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ସଙ୍ଗରେ ଆଜି ତାଙ୍କର ଖୋର୍ଦ୍ଧା, ସମ୍ବଲପୁରବରଗ଼ଡ଼ ଜିଲ୍ଲା ର ୬ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ଆଉ ତାଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା ହୋଇଯାଇଛନ୍ତି । ତାଙ୍କ ନାମରେ ୨ଟି କୋଠା, ସମ୍ବଲପୁର ରେ ୮ଟି ପ୍ଲଟ, ୨ଟି କାର୍, ୨ଟି ବାଇକ ଠାବ ହୋଇଛି । ଚଢ଼ଉରେ ୫ ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ବାବୁଙ୍କ ପାଖରେ ନଗଦ ୧ ଲକ୍ଷ ଟଙ୍କା କ୍ୟାସ୍‌ ଥିବା ସହିତ ଗୋଟିଏ କାର୍‌ ଓ ଦୁଇଟି ବାଇକ୍‌ ରହିଥିବା ଜଣାପଡିଛି । ତେବେ ତଦନ୍ତ ହେଲେ ବାବୁଙ୍କ ପୂରା କୁଣ୍ଡଳୀ ସାମ୍ନାକୁ ଆସିବ ।