Advertisment

Trading App Scam: ଟ୍ରେଡିଂ ଆପ୍ ନାଁରେ ଫେକ୍ ବିଜ୍ଞାପନକୁ ସାବଧାନ,ରାଉରକେଲାରୁ ଧରାପଡିଲେ ୯ ଜଣ

ଡିଜିଟାଲ୍ ଜମାନାରେ ଚତୁର ନହେଲେ, ସାଇବର ଲୁଟେରା ଚୁନ ଲଗାଇବା ଥୟ। କାରଣ ଚାରିଆଡ଼େ ମାଡ଼ିଯାଇଥିବା ଏହି ଅଦୃଶ୍ୟ ଲୁଟେରାଙ୍କ ଅସ୍ତ୍ର ସାଜିଛି ସୋସିଆଲ୍ ମିଡ଼ିଆ। ନକଲି ଆପ୍ ତିଆରି କରୁଛନ୍ତି, ଅନଲାଇନ ଟ୍ରେଡିଂ ନାଁରେ ଦି’ଗୁଣା ଅର୍ଥର ଲୋଭ ଦେଖାଇ ଲୁଟୁଛନ୍ତି କଷ୍ଟ ଉପାର୍ଜିତ ଟଙ୍କା। ଆଜି ଏମିତି ଏକ ଅନ୍ତର୍ଜାତୀୟ ରାକେଟର ଖୁଲାସା କରିଛି ରାଉରକେଲା ପୋଲିସ। ଯାହାର ମାଷ୍ଟରମାଇଣ୍ଡ ହେଉଛି, UAE ନାଗରିକତ୍ବ ହାସଲ୍ କରିଥିବା ଜଣେ ଅନ୍ତର୍ଜାତୀୟ ସାଇବର ଲୁଟେରା। ତାକୁ ମିଶାଇ ପୋଲିସ୍ ୯ ଜଣଙ୍କୁ ଧରିବା ସହ ୨୩ଟି ଆକାଉଣ୍ଟର କୋଟିଏ ୪୧ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି।

author-image
Saroj Kumar Jena
fake

fake

ଡିଜିଟାଲ୍ ଜମାନାରେ ଚତୁର ନହେଲେ, ସାଇବର ଲୁଟେରା ଚୁନ ଲଗାଇବା ଥୟ। କାରଣ ଚାରିଆଡ଼େ ମାଡ଼ିଯାଇଥିବା ଏହି ଅଦୃଶ୍ୟ ଲୁଟେରାଙ୍କ ଅସ୍ତ୍ର ସାଜିଛି ସୋସିଆଲ୍ ମିଡ଼ିଆ। ନକଲି ଆପ୍ ତିଆରି କରୁଛନ୍ତି, ଅନଲାଇନ ଟ୍ରେଡିଂ ନାଁରେ ଦି’ଗୁଣା ଅର୍ଥର ଲୋଭ ଦେଖାଇ ଲୁଟୁଛନ୍ତି କଷ୍ଟ ଉପାର୍ଜିତ ଟଙ୍କା। ଆଜି ଏମିତି ଏକ ଅନ୍ତର୍ଜାତୀୟ ରାକେଟର ଖୁଲାସା କରିଛି ରାଉରକେଲା ପୋଲିସ। ଯାହାର ମାଷ୍ଟରମାଇଣ୍ଡ ହେଉଛି, UAE ନାଗରିକତ୍ବ ହାସଲ୍ କରିଥିବା ଜଣେ ଅନ୍ତର୍ଜାତୀୟ ସାଇବର ଲୁଟେରା। ତାକୁ ମିଶାଇ ପୋଲିସ୍ ୯ ଜଣଙ୍କୁ ଧରିବା ସହ ୨୩ଟି ଆକାଉଣ୍ଟର କୋଟିଏ ୪୧ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି।
ଆପଣଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଆସୁଛି କି କୌଣସି ସେଲିବ୍ରିଟିଙ୍କ ଅନଲାଇନ ଟ୍ରେଡିଂ ବିଜ୍ଞାପନ? କମ୍ ଟଙ୍କାରେ ଅଧିକ ଲାଭର ଟ୍ରେଡିଂ ଆପ୍ ସଂପର୍କରେ କେହି ଅଜଣା ବ୍ୟକ୍ତି ପଠାଉଛନ୍ତି କି ଲିଙ୍କ୍ ? ଗୁଗୁଲ୍ କିମ୍ବା ଆପଲ୍ ପ୍ଲେ ଷ୍ଟୋରକୁ ଯାଇ ଟ୍ରେଡିଂ APP ଡାଉନଲୋଡ୍ ପାଇଁ କିଏ ପ୍ରବର୍ତ୍ତାଉଛନ୍ତି କି ? ଯଦି ହଁ, ତେବେ ସାବଧାନ୍। କାରଣ ସେହି APP ମାୟାରେ ପଡ଼ି ସର୍ବସ୍ବାନ୍ତ ହେବା ଆଶଙ୍କା ଯଥେଷ୍ଟ। ଆପଣଙ୍କ ସାମ୍ନାରେ ଦେଖାଯାଉଥିବା ଏମାନେ ହେଉଛନ୍ତି ସେହି ଲୁଟପାଟର ଜଣେ ଜଣେ ସୌଦାଗର। ଯାହାଙ୍କ ପାଲରେ ଥରେ ପଡ଼ିଲେ ଖସିବା ଅସମ୍ଭବ। ଯାହାଙ୍କୁ ଦୀର୍ଘଦିନର ଅପରେସନ୍ ପରେ ଧରିଛି ରାଉରକେଲା ପୋଲିସ। ଦେଶର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରି ରହିବା ସହ କେମିତି ଅନଲାଇନ ଟ୍ରେଡିଂ ନାଁରେ ଓଡ଼ିଶାରୁ ବିଶ୍ବବ୍ୟାପି ଚଳାଇଥିଲେ ରାକେଟ୍, ପୋଲିସ ତା’ର ପର୍ଦ୍ଦାଫାସ୍ କରିବା ସହ ୯ ଜଣିଆ ଗ୍ୟାଙ୍ଗକୁ ବାନ୍ଧିଛି। ଏମାନଙ୍କ ଠାରୁ ୬୮ଟି ସିମକାର୍ଡ, ୨୦ଟି ଆଇଡି କାର୍ଡ, ୩୧ ଟି ମୋବାଇଲ, ୧୯ଟି ଏଟିଏମ କାର୍ଡ, ୪ଟି ପାସବୁକ୍ ଓ ଚେକବୁକ୍ ସହ ଗୋଟିଏ କାର ଓ ସ୍କୁଟି ଜବତ କରିଛି।

Advertisment

ଅଧିକ ପଢ଼ନ୍ତୁ: ମାଟ୍ରିକ୍‌ ପ୍ରଶ୍ନପତ୍ରରେ ତ୍ରୁଟି: କମ୍ ରହିଛି ୪ ମାର୍କର ପ୍ରଶ୍ନ

ଏମାନଙ୍କ ଫେକ୍ ଟ୍ରେଡିଂର ମୋଡସ୍ ଅପରେଣ୍ଡି ଜାଣିଲେ ମୁଣ୍ଡରେ ହାତ ଦେଇଦେବେ। ରାଉରକେଲା ପୋଲିସର କହିବା କଥା, ଏ ହେଉଛି ଏହି ଗ୍ୟାଙ୍ଗର ସେହି APP, ଯାହା ନାଁ ଟ୍ରେଡ୍ ନାଓ। ଟ୍ୟାଗ୍ ଲାଇନ୍ ରହିଛି, କରୋ ଟ୍ରେଡ୍ ବେଫିକର୍। ଏହା ଏବେ ବି ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ। ଏହି APPର ବିଜ୍ଞାପନ ପାଇଁ ବ୍ୟବହାର କରାଯାଇଛି ବଲିଉଡର ନାମୀଦାମୀ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭିଡ଼ିଓକୁ। ଯାହା ସମ୍ପୂର୍ଣ୍ଣ ଫେକ୍। ଏଭଳି ଭାବେ ଜାଲ୍ ବିଜ୍ଞାପନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲେ। ସେହି ପୋଷ୍ଟ ଦେଖି ଯିଏ ଭଳିଗଲା, ଫସିଗଲା ଜାଲରେ। ଏମିତି ରାକେଟର ମାଷ୍ଟରମାଇଣ୍ଡ ହେଉଛି, 26 ବର୍ଷିୟ କିଷନ ଅଗ୍ରୱାଲ୍। ଯିଏ UAEର ନାଗରିକତ୍ବ ହାସଲ୍ କରିଥିଲା। ରହୁଥିଲା ରାୟପୁରରେ, କିନ୍ତୁ ରାଉରକେଲା ସିଭିଲ ଟାଉନସିପରେ ୨ଟି ଅଫିସ କରି ଚଳାଇଥିଲା ଡିଜିଟାଲ୍ ଫ୍ରଡ୍।କେବଳ ରାଉରକେଲା ନୁହେଁ, ଭାରତ ସମେତ ପାକିସ୍ତାନ, ବାଂଲାଦେଶ, ନେପାଳ ଭଳି ବିଭିନ୍ନ ଏସୀୟ ଦେଶର ଲୋକଙ୍କୁ ଚୁନ ଲଗାଇଥିଲା। ଧରାପଡ଼ିବାର ଆଶଙ୍କା ଉପୁଜିଲେ ଖସିପଳାଉଥିଲା ଦୁବାଇ। ଏହି ଆପ୍ ଜରିଆରେ ଦିନକୁ ୬୦ ଲକ୍ଷର କାରବାର କରୁଥିଲା ଏହି ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ ବିରୋଧରେ ଦେଶରେ ୨୭ଟି ମାମଲା ରହିଛି। ମୋଟ୍ ୧୭୬ଟି ଆକାଉଣ୍ଟରେ ଆର୍ଥିକ କାରବାରର ତଥ୍ୟ ପାଇଥିବା ରାଉରକେଲା ପୋଲିସ ୨୩ଟି ଆକାଉଣ୍ଟର ୧ କୋଟି ୪୧ ଲକ୍ଷ ଟଙ୍କା ଫ୍ରିଜ୍ କରିଛି। ଅନଲାଇନ ଟ୍ରେଡିଂ ନାଁରେ ମହାମାରୀ ଭଳି ମାଡ଼ିଚାଲିଥିବା ଏଭଳି ସାଇବର ଅପରାଧରୁ ବର୍ତ୍ତିବାକୁ ହେଲେ SEBI କିମ୍ବା RBI ଦ୍ବାରା ସ୍ବୀକୃତିପ୍ରାପ୍ତ APP ଉପରେ ହିଁ ଭରସା କରିବାକୁ ପରାମର୍ଶ ଦେଇଛି ପୋଲିସ।

ଅଧିକ ପଢ଼ନ୍ତୁ : ଅଧା ରହିଲା ମାଟ୍ରିକ ପରୀକ୍ଷା, କଲମ ଧରିବା ପୂର୍ବରୁ ଟଳିପଡିଲେ ଛାତ୍ର

Advertisment
Rourkela
Advertisment
Advertisment