• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ବିଶ୍ୱାସରେ ବିଷ ଦେଉଥିଲେ ମହିଳା । ନିଜେ ମହିଳା ହୋଇ ଜଣେ ନାବାଳିକାଙ୍କୁ ଘରକୁ ଡାକି ତା’ର ସର୍ବନାଶ କରୁଥିଲା । ସିକିମ୍‌ର ଗ୍ୟାଲସିଂ(Gyalshing) ଜିଲ୍ଲାରୁ ଆସିଛି ଏମିତି ଏକ ଅଭାବନୀୟ ଘଟଣା । ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ଚାଲିଥିଲା ଦୁଷ୍କର୍ମ।

ଜଣେ ୧୩ ବର୍ଷୀୟା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ୪ ନାବାଳକ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛି ପୋଲିସ । ପୀଡିତାଙ୍କ ସ୍କୁଲ୍ ତାଙ୍କ ଅବସ୍ଥା ବିଷୟରେ ଜଣାଇବା ପରେ ଶିଶୁ କଲ୍ୟାଣ କମିଟି ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Also Read

ଝିଅଟି ସବୁବେଳେ ଅସୁସ୍ଥ ଏବଂ ଶ୍ରେଣୀରେ ଦୁର୍ବଳ ରହୁଥିଲା । ତେଣୁ ତାଙ୍କୁ କାଉନସେଲିଂ କରାଯାଇଥିଲା । କାଉନସେଲିଂ ସମୟରେ ଏଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଥିଲା । ପୀଡିତା ନିଜ ଅଞ୍ଚଳର ଜଣେ ମହିଳାଙ୍କ ନାମ କହିଥିଲେ । ଯିଏ ତାଙ୍କୁ ନିୟମିତ ଭାବରେ ଘରକାମରେ ସାହାଯ୍ୟ କରିବା ପାଇଁ ଫୋନ୍ କରୁଥିଲେ । ପୋଲିସର ସୂଚନା ଅନୁଯାୟୀ ମହିଳା ଜଣକ ପୀଡିତାଙ୍କୁ ଅସଦାଚରଣ କାମ କରିବାକୁ କହୁଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ଏଥିରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ମଧ୍ୟ ସାମିଲ ଥିଲେ ।

ଅଧିକ ପଢ଼ନ୍ତୁ: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ? 

ତେବେ ତଦନ୍ତ ସମୟରେ ଜଣାପଡିଛି, ଅନ୍ୟ ଦୁଇଜଣ ପୁରୁଷ ଟଙ୍କା ବିନିମୟରେ ଝିଅଟିକୁ ବଳାତ୍କାର କରିଥିଲେ । ଝିଅଟିକୁ ସେମାନଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ପୀଡିତା ଗତ ଏକ ବର୍ଷ ମଧ୍ୟରେ ତାଙ୍କ ସହିତ ଯୌନ ନିର୍ଯାତନା କରିଥିବା ୪ଜଣ ପୁଅଙ୍କ ନାମ ମଧ୍ୟ ନେଇଛନ୍ତି । ତାଙ୍କ ବୟାନକୁ ଆଧାର କରି ପୋଲିସ ସମ୍ପୃକ୍ତ ମହିଳା, ତାଙ୍କ ସ୍ୱାମୀ ଏବଂ ଦୁଇ ଜଣ ପୁରୁଷଙ୍କୁ ଗିରଫ କରିଥିଲା ଏବଂ ୪ ଜଣ ନାବାଳକଙ୍କୁ ଅଟକ ରଖିଛି ।

ପୀଡିତାଙ୍କୁ ଏବେ ଶିଶୁ କଲ୍ୟାଣ କମିଟିରେ ଚିକିତ୍ସା ଯୋଗାଇ ଦିଆଯାଉଛି । BNS ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି । ଏହି ମାମଲାର ତଦନ୍ତ ଜାରି ରଖିଛି ପୋଲିସ।

ଅଧିକ ପଢ଼ନ୍ତୁ: ମାଆ କୋଳରୁ ଶିଶୁ ପୁତ୍ରକୁ ଝାମ୍ପିନେଲେ, ଖୋଦ୍ ରାଜଧାନୀରେ