/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739593340.jpg)
ଦୃଶ୍ୟମ୍ ଫିଲ୍ମ ଷ୍ଟାଇଲରେ ମର୍ଡର
ଦୃଶ୍ୟମ୍ ଫିଲ୍ମ ଷ୍ଟାଇଲରେ ମର୍ଡର । ୨୦୧୯ରେ ଡବଲ୍ ମର୍ଡର କଲେ । ହତ୍ୟା ଯୋଜନାର ଗୋଟିଏ ବି ସୁରାକ ଛାଡ଼ିଲେ ନାହିଁ । ପ୍ରମାଣ ଅଭାବରୁ ୫ ବର୍ଷ ଏଣେତେଣେ ବୁଲିଲେ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀ । ଶେଷରେ ବହୁ କଷ୍ଟରେ ହତ୍ୟାକାଣ୍ଡ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି କମିସନରେଟ୍ ପୁଲିସ ।
ଗତ ୨୦୧୯ ଡିସେମ୍ବର ୧୨ ତାରିଖ ସନ୍ଧ୍ୟାରେ ମଧୁପାଟଣା ଥାନା ବେଲେଶ୍ୱର ଅଞ୍ଚଳର ଶ୍ରୀନାଥ ସାମଲ ଓ ବିଦ୍ୟୁଲତା ସାମଲଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ସୁଧ କାରବାର ଓ ପାରିବାରିକ ଶତ୍ରୁତାକୁ ନେଇ ଏହି ଦମ୍ପତିଙ୍କୁ ନିର୍ମମ ଭାବେ ପନିକିରେ ମୁଣ୍ଡକୁ ହାଣି ହତ୍ୟା କରାଯାଇଥିବା ଚର୍ଚ୍ଚା ହୋଇଥିଲା । ସେତେବେଳେ ଏହି ଘଟଣାରେ ବ୍ରହ୍ମପୁରର ଜଣେ ଭଡ଼ାଟିଆ, ତିନିଘରିଆ ଅଞ୍ଚଳର ଜଣେ ଠିକାଦାରଙ୍କ ସମେତ ୪ ଜଣଙ୍କ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରିଥିଲା। ହେଲେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନଥିଲା।
ଅଧିକ ପଢ଼ନ୍ତୁ: କୁକୁର ଖେଳିବା ପାଇଁ ଲକ୍ଷେ ଟଙ୍କାର ବଲ ଆଣିଥିଲା ନିରଞ୍ଜନ ପଟ୍ଟନାୟକଙ୍କ ଘର ଲୁଟିଥିବା ଚୋର
ସେହି ଦିନଠାରୁ ଡବଲ୍ ମର୍ଡର ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ମିଶନ ଆରମ୍ଭ କରିଥିଲା କମିସନରେଟ୍ ପୁଲିସ। ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଘରର ଚାକରାଣୀ ବାସନ୍ତୀର ମୋବାଇଲ ବନ୍ଦ ଥିଲା । ଏଥିରୁ ବାସନ୍ତୀ ପ୍ରତି ପୋଲିସର ସନ୍ଦେହ ବଢିଥିଲା । ଦୁଇ ଜଣ ପୋଲିସ କର୍ମଚାରୀ ଚାକର ସାଜି ସନ୍ଦେହରେ ଥିବା ଚାକରାଣୀ ବାସନ୍ତୀ ଓ ତାଙ୍କ ସ୍ୱାମୀ ସନ୍ତୋଷ ସିହ୍ନାଙ୍କ ସହ ସଂପର୍କ ଯୋଡ଼ିଥିଲେ । ଏହା ସହ କଟକ ସହରର ବିଭିନ୍ନ ଘରେ ଚୋରି କରିବା ପାଇଁ ଯୋଜନା କରିଥିଲେ । ସନ୍ତୋଷ ବ୍ଲୁ ପ୍ରିଣ୍ଟ ତିଆରି କରିବା ସହ ଚୋରି କରିବା ପରେ ଘର ମାଲିକଙ୍କୁ ହତ୍ୟା କରି ଦେବାକୁ କହିଥିଲା । ଏଭଳି ଘଟଣା ସେ ପୂର୍ବରୁ କରିଛି, ହେଲେ ଏଯାଏଁ ଧରାପଡିନାହିଁ ବୋଲି କହିବା ପରେ ଦୁଇ ପୋଲିସ କର୍ମଚାରୀ ନିଶ୍ଚିତ ହୋଇଯାଇଥିଲେ ଯେ ବେଲେଶ୍ୱର ଡବଲ ମର୍ଡର ଘଟଣାରେ ସନ୍ତୋଷର ସଂପୃକ୍ତି ରହିଛି ।
ଶ୍ରୀନାଥ ସାମଲ ଓ ବିଦ୍ୟୁଲତା ସାମଲଙ୍କୁ ଅତି ବିଭତ୍ସ ଭାବେ ସନ୍ତୋଷ ଓ ବାସନ୍ତୀ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି । ଦୀର୍ଘ ୫ ବର୍ଷ ପରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଥିବାରୁ କମିସନରେଟ୍ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି ମୃତକଙ୍କ ସଂପର୍କୀୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)