• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହଙ୍ଗା ପଡିଲା ପୋଲିସ ସବ ଇନସପେକ୍ଟରଙ୍କୁ ଗାଳିଗୁଲଜ ଓ ଆକ୍ରମଣ ଉଦ୍ୟମ । ଗିରଫ ହେଲେ ୩ ଅଭିଯୁକ୍ତ ଚକ, ଅରୁ, ପଦିଆ । ଜଣଙ୍କୁ ସାତପଡ଼ା, ଜଣଙ୍କୁ ଜଗତପୁର ଓ ଆଉ ଜଣଙ୍କୁ ଭୁବନେଶ୍ୱର ରୁ ଗିରଫ କରାଯାଇଛି । ଆଉ ଯେଉଁ କାର ଧରି ଅଭିଯୁକ୍ତମାନେ ମହିଳା ପୋଲିସ ଅଧିକାରୀଙ୍କୁ ୟୁଟର୍ଣ୍ଣ ମାରି ପିଛା କରିଥିଲେ, ସେହି ଇନୋଭା କାରଟି ଜବତ ହୋଇଛି । ସହିଦ୍ ନଗର ଥାନା ପୋଲିସ ଜବତ କରିଛି ସେହି ଇନୋଭା କାର, ଯାହାର ନମ୍ବର OD-13 C-8787 । ସମସ୍ତ ତିନି ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭର ।

ସିସିଟିଭି ଫୁଟେଜ୍ ଆଧାରରେ ହିଁ କମିଶନରେଟ୍ ପୋଲିସ ଅଭିଯୁକ୍ତଙ୍କୁ ଧରିବା ସହଜ ହୋଇଥିଲା । ସିସିଟିଭି ଓ ଗିରଫ ଅଭିଯୁକ୍ତଙ୍କ ବୟାନକୁ ଭିତ୍ତି କରି ଅଧିକ ଛାନଭିନ୍ ଚଳାଇଛି ପୋଲିସ । ସେମାନଙ୍କ ଘରକୁ ଯାଇ ମଧ୍ୟ ଖାନ୍ତଲାସି କରାଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଗତ ୨ ତାରିଖ ରାତି ପ୍ରାୟ ଗୋଟାଏ ୩୦ରେ ଭୁବନେଶ୍ୱର ମହିଳା ଥାନାର ସବ୍ ଇନସ୍ପେର ଶୁଭଶ୍ରୀ ନାୟକ ଡ୍ୟୁଟି ସାରି ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ପାର୍ଶ୍ୱ ରାସ୍ତା ଦେଇ ରିଜର୍ଭ ଅଫିସ ସ୍ଥିତ କ୍ୱାର୍ଟରକୁ ଫେରୁଥିଲେ । ଏତିକି ବେଳେ ରିଜର୍ଭ ଅଫିସ ପଟୁ ଏକ ଇନୋଭା କାର ତାଙ୍କୁ ପିଛା କରିଥିଲା ।

ତେବେ ସେ ପୋଲିସ ୟୁନିଫର୍ମରେ ଥିବା ଦେଖି ତାଙ୍କୁ କାରରେ ଥିବା ୩ ଅଭିଯୁକ୍ତ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ସହିତ ରାସ୍ତାରେ ୟୁଟର୍ଣ୍ଣ ମାରି ପିଛା କରିଥିଲେ । ଏପରିକି ଗାଡ଼ିରେ ଥିବା ୩ ଜଣଙ୍କ ଭିତରୁ ଜଣେ ଖଣ୍ଡା ଧରି ଚିତ୍କାର କରିଥିବା କଥା ମଧ୍ୟ ନିଜ ଏତଲାରେ ଉଲ୍ଲେଖ କରିଥିଲେ ସଂପୃକ୍ତ ମହିଳା SI ।