/odishatv-khabar/media/post_attachments/uploadimage/library/16_9/16_9_0/Lady_SI_1672899649.jpg)
Lady SI
ଭୁବନେଶ୍ୱରରେ ମହିଳା ପୋଲିସ SIଙ୍କୁ ଖଣ୍ଡା ଧରି ଗୋଡ଼ାଇବା ଘଟଣା । ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସମସ୍ତ ୩ ଅଭିଯୁକ୍ତ ଡ୍ରାଇଭର ଭାବେ କାମ କରୁଥିବା ଜଣାପଡିଛି । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଇନୋଭା କାରକୁ ମଧ୍ୟ ଜବତ କରିଛି ପୋଲିସ । ୩ ଦିନ ତଳେ ଭୁବନେଶ୍ୱର ଆଚାର୍ଯ୍ୟବିହାର ସାଇନସ ପାର୍କ ଓ ରିଜର୍ଭ ଅଫିସ ଗଳି ରାସ୍ତାରେ ମହିଳା ପୋଲିସ SIଙ୍କୁ ପିଛା କରିଥିଲେ ଏହି ସମସ୍ତ ଅଭିଯୁକ୍ତ । ରାତିରେ ଡ୍ୟୁଟି ସାରି ଏକ ଗାଡ଼ିରେ ମହିଳା ପୋଲିସ ଅଧିକାରୀ ଫେରୁଥିବାବେଳେ କିଛି ଅସାମାଜିକ ଯୁବକ ଆକ୍ରମଣ ଉଦ୍ୟମ କରିଥିଲେ । ସେନେଇ ଚାରିଆଡ଼େ ଆଲୋଡ଼ନ ସୃଷ୍ଟି ହୋଇଥିଲା । ରାଜଧାନୀରେ ମହିଳା କେତେ ସୁରକ୍ଷିତ ବୋଲି ସବୁଠି ପ୍ରଶ୍ନ ଉପୁଜିଥିଲା । ଯେଉଁଠି ପୋଲିସ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ମହିଳା କିଭଳି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)