/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676964681.jpg)
Nude Video Call
୪୦ ମହିଳାଙ୍କୁ ଅଶ୍ଲିଳ ଭିଡିଓ କଲ କରି ଗିରଫ ହେଲା ଫ୍ଲିପ୍କାର୍ଟ ଡେଲିଭରୀ ବଏ । ଏଭଳି ଏକ ଖବର ସାମ୍ନାକୁ ଆସିଛି ପୁଣେରୁ । ଜଣେ ୩୫ ବର୍ଷିୟ ମହିଳା ଏନେଇ ଥାନାରେ ଅଭଯୋଗ କରିବା ପରେ ପୋଲିସ ଉକ୍ତ ଯୁବକକୁ ଗିରଫ କରିଥିଲା । ଏହି ଯୁବକ ଜଣକ ହେଲେ, ୨୭ ବର୍ଷିୟ ଜ୍ୟୋତିରାମ ବାବୁରାଓ ମାନ୍ସୁଲେ । ଅଭିଯୋଗ କରିଥିବା ମହିଳା ଜଣକ ଗତମାସରେ ଏକ ନ୍ୟୁଡ୍ ଭିଡିଓ କଲ ରିସିଭ କରିଥିଲେ । ଏହାପରେ ମାନସୁଲେ ମହିଳାଙ୍କୁ ଟେକ୍ସଟ୍ ମେସେଜ୍ ବି କରିଥିଲା । ପୋଲିସ ଘଟଣାର ତଦନ୍ତ କରି ଯୁବକକୁ ଗିରଫ କରିଛି ।
ପୋଲିସର କହିବାନୁଯାୟୀ ଜ୍ୟୋତିରାମ ବାବୁରାଓ ମାନ୍ସୁଲେ ଜଣେ ସ୍କୁଲ ଡ୍ରପ୍ ଆଉଟ୍ । ଏବେ ସେ ଫ୍ଲିପ୍କାର୍ଟ ଡେଲିଭରୀ ବୟ ଭାବେ କାମ କରୁଛି । ତାର ବାପା-ମାଆ ଚାଲିଗଲା ପରେ ସେ ଓ ତା’ଭାଇ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନିଜର ଗାଁ ଛାଡ଼ି ପୁଣେକୁ ସ୍ଥାନାନ୍ତର ହୋଇଥିଳେ ।
ଅଧିକ ପଢ଼ନ୍ତୁ: ବିଧାୟକଙ୍କ ମୋବାଇଲ୍କୁ ଆସିଲା ନ୍ୟୁଡ୍ ଭିଡିଓ କଲ୍, କିଏ କରିଥିଲା ଜାଣିଲେ ହେବେ ତାଜୁବ୍
A 27-yr-old Flipkart delivery agent was arrested from Pune for video calling over 30 women&doing obscene acts.After seeing job opportunities on FB,he used to join WhatsApp groups&make obscene video calls or send photos to WhatsApp number displayed a woman's picture: Mumbai Police
— ANI (@ANI) February 19, 2023
ଏହାରି ଭିତରେ ମାନସୁଲେ ଇଣ୍ଟରନେଟ୍ରେ ନିଜ ପାଇଁ ଚାକିରି ମଧ୍ୟ ଖୋଜୁଥିଲା । ଏମିତି ଖୋଜୁ ଖୋଜୁ ସେ ଏକ ଫେସ୍ବୁକ୍ ଗ୍ରୁପ୍ ପାଇଥିଲା । ଯେଉଁଥିରେ ତା’ଭଳି ଅନେକ ବେକାରୀ ଯୁବକ ଯୁବତୀ ଥିଲେ । ଆଉ ଚାକିରି ସନ୍ଧାନ କରୁଥିଲେ । ସେଥିରୁ ସେ ଜାଣିବାକୁ ପାଇଥିଲା ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ବିଷୟରେ । ଯେଉଁଥିରେ ଯୁବକ ଯୁବତୀ ରହିଛନ୍ତି । ସେମାନେ ମଧ୍ୟ ଚାକିରି ଅନୁସନ୍ଧାନରେ ଥାନ୍ତି ।
ସେହି ହ୍ୱାଟ୍ସଆପ୍ ଗ୍ରୁପ୍ରେ ଯୋଡ଼ି ହେବା ପରେ ମାନସୁଲେ ଦେଖାଇଥିଲା ତା’ର ପ୍ରକୃତ ଚରିତ୍ର । ଗ୍ରୁପ୍ରେ ଥିବା ମହିଳାଙ୍କୁ ସେ ନ୍ୟୁଡ୍ ଭିଡିଓ କଲ କରିବା ଆରମ୍ଭ କରିଥିଲା । ଫଟୋ ଦେଖି ଯେଉଁ ନମ୍ବରଟି ମହିଳାଙ୍କର ବୋଲି ସେ ଜାଣିପାରୁଥିଲା, ସେହିମାନଙ୍କୁ ସେ ନ୍ୟୁଡ୍ ଭିଡିଓ କଲ କରୁଥିଲା । ପାଖାପାଖି ଏଭଳି ୪୦ ଜଣ ମହିଳାଙ୍କୁ ନ୍ୟୁଡ୍ ଭିଡିଓ କଲ କରିଥିବା ପୋଲିସ କହିଛି ।
ତାକୁ ଗିରଫ କରିବା ପରେ ପୋଲିସ ପ୍ରଥମେ ତାର ମୋବାଇଲ ଜବତ କରିଥିଲା । ମୋବାଇଲରୁ ତା’ର ସବୁ କଳା କାରନାମା ସାମ୍ନାକୁ ଆସିଥିଲା । ତେବେ ଏଭଳି କରିବା ଦ୍ୱାରା ତାକୁ ଖୁସି ମିଳୁଥିଲା ବୋଲି ପଚରାଉଚରା ବେଳେ ସେ ପୋଲିସକୁ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)