/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676367686.jpg)
sextortion
ବିଧାୟକଙ୍କ ନିକଟକୁ ଆସିଲା ଅଶ୍ଳୀଳ ଭିଡିଓ କଲ୍ । ଦେଖିଲେ ଭିଡିଓ, ଫସିଲେ ବିଧାୟକ । ପରେ ଥାନରେ ଅଭିଯୋଗ ହେଲା । ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ପରେ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଗଲା । ହେଲେ ତାପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଲା ଆପଣଙ୍କୁ କରିଦେବ ତାଜୁବ ।
ଅଶ୍ଳୀଳ ଭିଡିଓ କଲ୍ କରିଥିବା ବ୍ୟକ୍ତି ଜଣକ ଯୁବତୀ ନୁହଁନ୍ତି ବରଂ ଥିଲେ ଜଣେ ଯୁବକ । ଯୁବତୀ ବେଶ ଧରି ମହାରାଷ୍ଟ୍ରର ଜଣେ ବିଧାୟକଙ୍କୁ ଭିଡିଓ କଲିଂ କରିଥିଲେ । ବିଧାୟକଙ୍କ ନିକଟକୁ ଅଶ୍ଳୀଳ ଭିଡିଓ କଲ୍ କରିବା ଅଭିଯୋଗରେ ଗତ ସପ୍ତାହରେ ଏହି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।
ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ରାଜସ୍ଥାନ ଭରତପୁରର ୨୫ ବର୍ଷିୟ ରିଜୱାନ ଅସଲମ ଖାନ ବୋଲି ପୋଲିସ ସୂଚନା ଦେଇଛି । ଏଥି ସହ ଅଭିଯୁକ୍ତ ନାଁରେ ଶିବାଜିନଗର ପୋଲିସ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରିଛି ।
ଅଧିକ ପଢ଼ନ୍ତୁ: ନ୍ୟୁଡ୍ କଲ୍ ପାଇଁ ଆତ୍ମହତ୍ୟା କଲେ ବ୍ୟାଙ୍କ ଅଧିକାରୀ, ନଦୀକୁ ଡେଇଁ ଜୀବନ ହାରିଲେ
ଗତ ରବିବାର ଦିନ ରାଜସ୍ଥାନ ଭରତପୁରରୁ ରିଜୱାନ ଅସଲମ ଖାନଙ୍କୁ ପୋଲିସ ଗରିଫ କରିଥିଲା । ଘଟଣାରେ ୨୩ ବର୍ଷୀୟ ମେକାନିକ୍ ଖାନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଥିବା ପୋଲିସ କହିଛି । ଏନେଇ ସାଇବର ପୋଲିସର ବରିଷ୍ଠ ଇନ୍ସପେକ୍ଟର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଅଭିଯୁକ୍ତ ଜଣକ ୪ଟି ଫୋନ୍ ନମ୍ବର ବ୍ୟବହାର କରୁଥିଲେ । ଆମେ ତାଙ୍କର ଗୋଟିଏ ସ୍ମାର୍ଟଫୋନକୁ ଜବତ କରିଛୁ । ସେଥିରେ ୮୧ଟି ଅଶ୍ଳୀଳ ଭିଡିଓ ରହିଥିଲା । ଆମେ ତାଙ୍କ ସୋସିଆଲ୍ ନେଟୱାର୍କିଂ ସାଇଟର ଚାଟ୍ ମଧ୍ୟ ଯାଞ୍ଚ କରିଛୁ । ଅନୁସନ୍ଧାନ ଅନୁଯାୟୀ ସେ ଜଣେ ମହିଳା ଭାବରେ ଅଭିନୟ କରି ନଗ୍ନ ଭିଡିଓ କଲ୍ କରିଥିଲେ ।
ଘଟଣାକୁ ନେଇ ବର୍ତ୍ତମାନ ମହାରାଷ୍ଟ୍ରରେ ଚର୍ଚ୍ଚା ଜୋର ରହିଛି । ପୋଲିସ ଘଟଣାର ଅନ୍ୟ ସବୁ ଦିଗ ଉପରେ ମଧ୍ୟ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଜଣକ ବିଧାୟକଙ୍କୁ କାହିଁକି ଅଶ୍ଳୀଳ ଭିଡିଓ କଲ୍ କରିଥିଲା ? ଅଭିଯୁକ୍ତ ଜଣକର ବ୍ଲାକ୍ ମେଲ କରିବାର ଉଦ୍ଦେଶ୍ୟ ରହିଥିଲା କି ? ଏଥିରେ ରହିଛି କି ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ? ଏପରି ଅନେକ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)