Advertisment

Chaos On SpiceJet Plane: ବିମାନ ଭିତରେ ହାଇଡ୍ରାମା, ଦିଲ୍ଲୀ-ମୁମ୍ବାଇ ସ୍ପାଇସ ଜେଟ୍ ବିମାନରେ AC ଚଳାଇବାକୁ ଦାବି କରି ହଙ୍ଗାମା

ଏସି ଚଳାଅ...ଏସି ଚଳାଅ କହି କହି କକପିଟ୍ ରେ ପଶିଗଲେ ଦୁଇ ଯାତ୍ରୀ । ଦିଲ୍ଲୀ-ମୁମ୍ବାଇ ସ୍ପାଇସ ଜେଟ୍ ବିମାନରେ ୨ ଜଣ ଯାତ୍ରୀ ଏଭଳି ବିଶୃଙ୍ଖଳା କରିଛନ୍ତି । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି

author-image
Rajendra Kumar Pradhan
ଅଦ୍ୟତନ ହୋଇଛି
ବିମାନ ଭିତରେ ହାଇଡ୍ରାମା

ବିମାନ ଭିତରେ ହାଇଡ୍ରାମା

ବିମାନ ଭିତରେ ହାଇଡ୍ରାମା । ଦିଲ୍ଲୀ-ମୁମ୍ବାଇ ସ୍ପାଇସ ଜେଟ୍ ବିମାନରେ ୨ ଜଣ ଯାତ୍ରୀ ବିଶୃଙ୍ଖଳା କରିବା ଚିତ୍ର ଭାଇରାଲ ହୋଇଛି । ବିମାନ ଭିତରେ AC ଚଳାଇବାକୁ ଦାବି କରି ନିଜ ସିଟରୁ ଉଠି କକପିଟ୍ ଭିତରେ ପଶିବାକୁ ଉଦ୍ୟମ କରିବା ସୂଚନା ମିଳିଛି । ବିମାନଟି ରନୱେରେ ଟେକଅଫ୍ ପାଇଁ ପ୍ରସ୍ତୁତ ଥିବା ବେଳେ ୨ ଜଣ ଯାତ୍ରୀ ଏଭଳି ବ୍ୟବହାର କରିଥିଲେ । ତେବେ ଅନ୍ୟ ଯାତ୍ରୀ ମାନେ ଏହି ଦୁଇ ଯାତ୍ରୀଙ୍କ ବସିବାକୁ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନଥିଲେ । AC ଚଳାଇଲେ ଯାଇ ସେମାନେ ସିଟରେ ବସିବେ ବୋଲି ଜିଦ୍ ଧରିଥିଲେ ।

Advertisment

ଫ୍ଲାଇଟ ଭିତରର ଏହି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାପରେ କ୍ୟାବିନ କ୍ରିୟୁ CISFଙ୍କୁ ଡାକିବାକୁ କହୁଥିବା ଶୁଣିବାକୁ ମିଳୁଛି । ଗତକାଲି ସ୍ପାଇସ ଜେଟର ବିମାନ ଦିଲ୍ଲୀ ବିମାନ ବନ୍ଦରରୁ ଦିନ ୧୨ଟା ୩୦ରେ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାର ଥିଲା । ତେବେ ଏହା ରାତି ୭ଟା ୨୧ ମିନିଟରେ ମୁମ୍ବାଇ ଅଭିମୁଖେ ଉଡ଼ିଥିଲା । ତେବେ ଯାତ୍ରୀଙ୍କ ବିଶୃଙ୍ଖଳା ପାଇଁ ବିଳମ୍ବ ହେଲା ନା ଅନ୍ୟ କାରଣ ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ବିମାନରେ ବିଶୃଙ୍ଖଳା କରିଥିବା ୨ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ସେମାନଙ୍କୁ CISFକୁ ହସ୍ତାନ୍ତର କରାଯାଇଥିଲା ।

 ପୂର୍ବରୁ ଜୁଲାଇ ୧୫ରେ ମହୁମାଛି ପାଇଁ ବିଳମ୍ବ ହୋଇଥିଲା ସୁରତ-ଜୟପୁର ଇଣ୍ଡିଗୋ ବିମାନ । ବହୁ ସଂଖ୍ୟାରେ ମହୁମାଛି ବିମାନର ଲଗେଜ ଡୋର ନିକଟରେ ବସି ରହିବାରୁ ବିମାନ ଉଡ଼ାଣ ୧ ଘଣ୍ଟା ବିଳମ୍ବ ହୋଇଥିଲା । ତେବେ ମହୁମାଛିଙ୍କୁ ତଡ଼ିବା ପାଇଁ ସୁରତ ଏୟାରପୋର୍ଟର କର୍ତ୍ତୃପକ୍ଷ ପ୍ରଥମେ ଧୂଆଁ ଦ୍ବାରା ମହୁମାଛିଙ୍କୁ ହଟାଇବା ପାଇଁ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବା ପରେ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା । ଏହାପରେ ଅଗ୍ନିଶମ ଗାଡ଼ି ପହଞ୍ଚି ମହୁମାଛିଙ୍କ ଉପରେ ପାଣି ମାଡ଼ କରିଥିଲା । ଏହାପରେ ସମସ୍ତ ମହୁମାଛି ବିମାନର ଲଗେଜ ଗେଟ ଛାଡ଼ି ଉଡ଼ିଯାଇଥିଲେ । ପ୍ରାୟ ଘଣ୍ଟାଏ ପରେ ପୁଣି ବିମାନ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା । ଇଣ୍ଡିଗୋ ଫ୍ଲାଇଟ୍ 6E-784 ସୁରତ-ଜୟପୁର ମହୁମାଛି ପାଇଁ ଏକଘଣ୍ଟା ବିଳମ୍ବ ହୋଇଥିବା ବିମାନ କଂପାନି ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ।

Advertisment

ଅଧିକ ପଢନ୍ତୁ: ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଆସିଲା AAIB ର ତଦନ୍ତ ରିପୋର୍ଟ

Air Travel SpiceJet
Advertisment
Advertisment